Latest Odisha News

ଟପ ଟେନକୁ ଫେରିଲେ ବୁମରାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ବୋଲିଂ କରିଥିଲେ । ଏହାର ଫାଇଦା ତାଙ୍କୁ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ମିଳିଛି । ସେ ୧୦ଟି ସ୍ଥାନ ଉପରକୁ ଓଭରାଲ ୯ମ ସ୍ଥାନ ହାସଲ କରିଛନ୍ତି । ୨୦୧୯ ସେପ୍ଟେମ୍ବରରେ ସେ ତୃତୀୟ ସ୍ଥାନରେ ରହିଥିଲେ ।

BjdElectrycity

ଅଷ୍ଟ୍ରେଲିଆ ପ୍ୟାଟ କୁମିନ୍ସ ପ୍ରଥମ, ଭାରତର ରବିଚନ୍ଦ୍ର ଅଶ୍ୱୀନ ୨ୟ ଏବଂ ନ୍ୟୁଜିଲାଣ୍ଡର ଟିମ ସୌଦି ୩ୟ ସ୍ଥାନରେ ରହିଛନ୍ତି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନରେ ଏବଂ ଷଷ୍ଠ ଏବଂ ୭ମ ସ୍ଥାନରେ ରୋହିତ ଶର୍ମା ଓ ଋଷଭ ପନ୍ତ ରହିଛନ୍ତି । ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

Leave A Reply

Your email address will not be published.