Latest Odisha News

BREAKING NEWS

ଜାଣନ୍ତୁ, କିପରି ଚିହ୍ନିବେ ଅସଲି ମହୁ !

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ସବୁ ଜିନିଷର ନକଲ ବଜାରକୁ ଆସିଗଲାଣି । ଡାଲି ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଗୁଡିକର ଅବିକଳ ନକଲି ଜିନିଷ ବଜାରରେ ମିଳୁଛି । ଯାହାକୁ ଚିହ୍ନିବା ଏକ ପ୍ରକାରର ମୁସ୍କିଲ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମହୁ ଭଳି ଏକ ଉପକାରୀ ସାମଗ୍ରୀ ସମ୍ପର୍କରେ ।

ବଜାରରେ ମିଳୁଥିବା ମହୁ ଅସଲି କି ନକଲି ଜାଣିବେ କିପରି….ପଢନ୍ତୁ

ଆଜିକାଲି ବଜାରରେ ନକଲି ମହୁ ବହୁ ପରିମାଣରେ ମିଳୁଛି । କେବଳ ଚିନି ସଙ୍ଗେ କେତୋଟି ପଦାର୍ଥ ମିଶାଇ ନକଲି ମହୁ ତିଆରି କରାଯାଉଛି ।

ଅସଲି ମହୁ କାଗଜ ଉପରେ ରଖିଲେ କାଗଜ ମିଳାଇ ଯାଏ ନାହିଁ । ନକଲି ମହୁ କାଗଜ ଉପରେ ପକାଇଲେ କାଗଜର ପଛପଟ ପାଣି ପକାଇଲେ ଯେପରି ଦେଖାଯାଏ ସେହିପରି ଦେଖାଯିବ ।

ମହୁକୁ କନାରେ ବୁଡ଼ାଇ ଜାଳିଲେ ଯଦି ଜଳିଯାଏ, ଚିଡ଼ିଚିଡ଼ି ହୁଏନାହିଁ, ତାହାହେଲେ ଖାଣ୍ଟି ମହୁ ବୋଲି ଜାଣିବ ।

ବିଭିନ୍ନ ପ୍ରକାର ଔଷଧୀମାନଙ୍କର ଯୋଗରେ ଯେଉଁ ଦ୍ରବ୍ୟ ସେହି ଔଷଧମାନଙ୍କର ଗୁଣକୁ ବୃଦ୍ଧି କରି ସର୍ବରୋଗ ନାଶ କରେ, ତାକୁ ଯୋଗବାହୀ ଦ୍ରବ୍ୟ କହନ୍ତି ମହୁହେଉଛି ଏକ ଯୋଗବାହୀ ପଦାର୍ଥ ।

କେଉଁ ରୋଗ ପାଇଁ ମହୁ ଉପଯୋଗୀ:
ମହୁ ହୃଦୟ, ମସ୍ତିଷ୍କ, ଆମାଶୟ ଏବଂ ଯକୃତକୁ ବଳ ପ୍ରଦାନ କରେ | ରକ୍ତ ଶୋଧକ ହେତୁ ରକ୍ତ ବର୍ଦ୍ଧକ ଅଟେ । କଫ ଏବଂ ବାତ ପ୍ରକୃତି ଲୋକଙ୍କ ପାଇଁ ମହୁ ଉତ୍କୃଷ୍ଟ ଔଷଧ । କିନ୍ତୁ ପିତ୍ତ ପକୃତି ଲୋକଙ୍କ ପାଇଁ ଏହା ହିତକର ନୁହେଁ ।

ମହୁର ଗୁଣ:
ମହୁ ମଧୁର, କଷାୟ, ଶୀତଳ, ଲଘୁପାକ, ଅଗ୍ନିର୍ଦ୍ଧକ, ବଳକାରକ, ବର୍ଣ୍ଣଜନକ, ଚକ୍ଷୁ ପରିଷ୍କାରକ, ଭଗ୍ନସ୍ଥାନର ସଂଜଯୋକ, ବ୍ରଣରୋପକ, ତ୍ରିଦୋଷ ନାଶକ, ଅତିଲେଖନ ଏବଂ ଯୋଗବାହୀ ଅଟେ ।

Leave A Reply

Your email address will not be published.