Latest Odisha News

BREAKING NEWS

ICC ଦିନିକିଆ କ୍ରିକେଟ୍‌ ରାଙ୍କିଂରେ ପଛରେ ପଡ଼ିଲା ଭାରତ; ଅଷ୍ଟ୍ରେଲିଆ ନମ୍ବର ୱାନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରିଯାଇଛି ଭାରତ। ଲଗାତର ବ୍ୟାଟରଙ୍କର ବିଫଳତା, ଆହତ ଯୋଗୁ ଦଳରେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁ ଭାରତ ସିରିସଜ୍ ହାରିବା ସହ ଦିନିକିଆ ଆନ୍ତର୍ଜାତୀୟ ଫର୍ମାଟ୍‌ରେ ନମ୍ବର ୱାନ୍ ସ୍ଥାନ ହରାଇଛି। ଭାରତକୁ ପଛରେ ପକାଇ ପୁଣିଥରେ ଦିନିକିଆରେ ନମ୍ବରୱାନ ହୋଇଛି ଅଷ୍ଟ୍ରେଲିଆ।

ଗତକାଲି ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୦ ରନ୍ ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ। ହେଲେ ଭାରତ ୨୪୮ ରନ୍ କରିପାରିଥିଲା। ଫଳରେ ଘରୋଇ ଦଳ ୨୧ ରନ୍‌ରେ ମ୍ୟାଚ୍ ହାରିଯାଇଛି। ଟି-୨୦ ଫର୍ମାଟ୍‌ରେ ନମ୍ବର ୱାନ୍ ବ୍ୟାଟର ଦିନିକିଆରେ ଫେଲ୍ ମାରିଛନ୍ତି। ସୂର୍ଯ୍ୟକୁମାର ପୂରା ସିରିଜ୍‌ରେ ପ୍ରଥମ ବଲ୍‌ରେ ଆଉଟ୍ ହୋଇ ଲଜ୍ଜାଜନକ ରେକର୍ଡ ବି କରିଛନ୍ତି।

ଅଷ୍ଟ୍ରେଲିଆ ସିରିଜ୍‌କୁ ୨-୧ରେ ଜିତିବା ସହ ଆଇସିସି ଦିନିକିଆ କ୍ରିକେଟ୍‌ରେ ନମ୍ବର ୱାନ୍ ଟିମ୍ ହୋଇଛି। ଭାରତ ବିରୋଦରେ ଦଳର ଲଗାତର ବିଜୟ ଏହି ସଫଳତା ଦେଇଛି।

ଶେଷଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୩ରେ ସିରିଜ ପରାସ୍ତ ହେବା ପରେ ଏହା ଟିମ୍ ଇଣ୍ଡିଆ ପ୍ରଥମ ସିରିଜ ପରାଜୟ ଥିଲ। ଏହାପରେ ଭାରତ ୭ ଦିନିକିଆ ସିରିଜ୍ ଜିତିଥିଲେ ବି ଅଷ୍ଟ୍ରେଲିଆ ବିରୋଧରେ ଗୋଟିଏ ବି ଜିତିପାରି ନାହିଁ। ୨୦୧୮ ପର ଠାରୁ ଭାରତ ଘରୋଇ ମଇଦାନରେ ୧୦ଟି ଦ୍ୱିପାଖିକ ଦିନିକିଆ ସିରିଜ୍ ଖେଳିଛି। ସେଥିରୁ କେବଳ ଅଷ୍ଟ୍ରେଲିଆ ବିରୋଧରେ ପରାଜୟବରଣ କରିଛି। ତା ପୁଣି ଦୁଇ ଥର।

Leave A Reply

Your email address will not be published.