Latest Odisha News

BREAKING NEWS

ସବୁ ପରିସ୍ଥିତିର ସାମ୍ନାକୁ କରିବାକୁ ଭାରତ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ: ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି । କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି ।  ଭାରତ-ଚୀନ୍ ସୀମା ବିବାଦ ଏକ ଜଟିଳ ବିବାଦ । ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଭାରତ । ଶାନ୍ତିପୂୂର୍ଣ୍ଣ ଆଲୋଚନାରେ ମଧ୍ୟ ଭାରତ-ଚୀନ ସୀମା ବିବାଦର ସମାଧନ ହୋଇପାରିବ ବୋଲି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

ସେ କହିଛନ୍ତି, ଏଲ୍‌ଏସିରେ ଭାରତୀୟ ଯବାନ ଚାଇନାକୁ କଡା ଜବବା ଦେଇଛନ୍ତି । ଜୁନ୍ ୧୫ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନ ଚାଇନ୍‌ର ବଡ କ୍ଷତି କରିଛନ୍ତି । ଏଲ୍‌ଏସିରେ ପୂର୍ବ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଚୀନ୍ ସୈନ୍ୟ ଉଦ୍ୟମ କରିଥିଲେ । ତେବେ ଏହାକୁ ଭାରତୀୟ ବୀର ଯବାନମାନେ ପଣ୍ଡ କରିଦେଇଥିବା ରାଜନାଥ କହିଛନ୍ତି ।

ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ । ଉଭୟ ପକ୍ଷଙ୍କ ସହମତିରେ ଏହାର ଶାନ୍ତିପୂର୍ଣ୍ଣ ସମାଧନା ହେବା ଆବଶ୍ୟକ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ସବୁ ସ୍ଥିତିର ମୁକାବିଲା ପାଇଁ ଭାରତୀୟ ଯବାନ ସର୍ବଦା ପ୍ରସ୍ତୁତ । ସମଗ୍ର ଦେଶ ଯବାନଙ୍କ ପଛରେ ଏକଜୁଟ୍ ହୋଇ ଛିଡା ହୋଇଛି ।

ଚୀନ୍ ଲଦାଖରେ ୩୮ ହଜାର ବର୍ଗ କିଲୋମିଟର ଜମିରେ ଅନଧିକୃତ କବ୍‌ଜା କରିଛି । ୧୯୬୩ ସୀମା ଚୁକ୍ତି ଅନୁସାରେ ପାକିସ୍ତାନ ଭାରତର ୫୧୮୦ ବର୍ଗକିଲୋମିଟର ଜମିକୁ ଚୀନ୍‌କୁ ଅବୈଧ ଭାବେ ପ୍ରଦାନ କରିଛି । ତେବେ ଏସବୁର ସମାଧାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବା ରାଜନାଥ କହିଛନ୍ତି ।

Leave A Reply

Your email address will not be published.