Latest Odisha News

BREAKING NEWS

ବିକାଶ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ, ଠିକାଦାରଙ୍କ କବଜାରେ ବିଭାଗୀୟ ଅଧିକାରୀ

ନୂଆପଡା:ଉପାନ୍ତ ଅଞ୍ଚଳ ମାନଙ୍କରେ ଲୋକଙ୍କ ଯାତାୟତର ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣର ଯୋଜନା କରୁଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି କରି ମାଲେମାଲ ହେଉଛନ୍ତି ଉଭୟ ଠିକାଦାର ଓ ବିଭାଗୀୟ ଅଧିକାରୀ ।

ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଟିମନପୁର ଠାରୁ ବର ଗାଁ ପର୍ଯ୍ୟନ୍ତ ହାରାହାରି ଆଠ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଚାରିକୋଟି ସତୁରୀ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏଥିପାଇଁ ଗିରିଧାରୀଲାଲ ଅଗ୍ରୱାଲ ନାମକ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଏହି କାର୍ଯ୍ୟ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ ହୋଇ ଅଗଷ୍ଟ ୨୦୨୩ ରେ ସରିବା କଥା । କିନ୍ତୁ ବର୍ତ୍ତମାନ ଏହି ରାସ୍ତାର କାର୍ଯ୍ୟ ଅବଧି ସରି ଦୀର୍ଘ ପାଞ୍ଚ ମାସ ହୋଇଯାଇଥିଲେ ହେଁ କାର୍ଯ୍ୟ ସରିବାର ନାଁ ଧରୁନାହିଁ । ଅପରପକ୍ଷରେ କାର୍ଯ୍ୟର କିଛିଦିନ ଭିତରେ ରାସ୍ତାର ବିଭିନ୍ନ ସ୍ଥାନରେ  ପରସ୍ତ ପରସ୍ତ ହୋଇ ପିଚୁ ଉଠିପଡୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ରାସ୍ତାର ସ୍ଵଛତା ସାଙ୍ଗକୁ ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ତୁରନ୍ତ ରାସ୍ତା ନିର୍ମାଣରେ ସ୍ଵଛତା ଆଣିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

ଟିମନପୁର ଠାରୁ ବର ଗାଁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କରୁଥିବା ଗିରିଧାରୀ ଲାଲ ଅଗ୍ରୱାଲ ନାମକ ଠିକାଦାରଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନୀରବତା ଉଭୟ ବିଭାଗ ଓ ଠିକାଦାର ଙ୍କ ଭିତିରି ସମ୍ପର୍କ କୁ ଇଙ୍ଗିତ କରୁଛି । ବର୍ତ୍ତମାନ କାର୍ଯ୍ୟ ହେଉଥିବା ରାସ୍ତାରେ କେବଳ ଯେ ପିଚୁ ବାହାରୁଛି ତାହା ନୁହେଁ, କଂକ୍ରିଟ କାମ, ବିଭିନ୍ନ ପୋଲ କାମ ମଧ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି । ଠିକାଦାରଙ୍କ ଏଭଳି ମନମୂଖୀ କାର୍ଯ୍ୟ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ପ୍ରଶାସନର ନୀରବତା ସମସ୍ତଙ୍କୁ ବ୍ୟଥିତ କରୁଛି । ତୁରନ୍ତ ଏହି ରାସ୍ତା କାର୍ଯ୍ୟ ଉପରେ ସରକାର ଧ୍ୟାନ ଦେଇ ଦୋଷୀ କର୍ମଚାରୀ ଓ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲୋକେ ଦାବୀ କରୁଛନ୍ତି ଲୋକେ ।

Leave A Reply

Your email address will not be published.