Latest Odisha News

BREAKING NEWS

ଷ୍ଟାରଙ୍କ ଫଟୋ ଦେଖାଇ ଠକେଇ, ୧.୨୨ କୋଟି ଟଙ୍କା ଫ୍ରିଜ୍ କଲା ଓଡ଼ିଶା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଜଏଣ୍ଟ ଟ୍ରେଡ୍ ଫାଇନାନ୍ସିଆଲ୍ ଗ୍ରୋଥ୍ ଆପର ୧.୨୨ କୋଟି ଟଙ୍କା ଫ୍ରିଜ୍ କରିଛି । ଅଭିଯୋଗ ଅନୁସାରେ, ଏହି ଆପ୍ ଜରିଆରେ ଠକ କମ୍ ନିବେଶରେ ଅଧିକ ଲାଭର ଭରସା ଦେଉଥିଲେ ।

ଠକ ଏଥିପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମନୀଷ ପାଉଲଙ୍କ ଫଟୋକୁ ଏଡିଟ୍ କରି ବିଜ୍ଞାପନ ପାଇଁ ବ୍ୟବହାର କରୁଥିଲେ । ବଲିଉଡ୍ ଷ୍ଟାରଙ୍କ ଫଟୋ ବିଜ୍ଞାପନ ମାଧ୍ୟମରେ ଦେଇ ନିବେଶକଙ୍କ ବିଶ୍ୱାସ ଭାଜନ ହେଉଥିଲେ ଠକ ।

ତଦନ୍ତରୁ ଜଣାପଡ଼ିଛି ଠକେଇ ପାଇଁ ବ୍ୟବହୃତ ଏହି ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରୁ ୧ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି । ତେବେ ଏହି ଆପରେ ଶହେ ଟଙ୍କାରୁ ନେଇ ନିବେଶକ ୨୦ ହଜାର ଟଙ୍କା ଜମା କରି ପାରୁଥିବା ବେଳେ ଏହାକୁ ପର୍ଫେକ୍ଟ ଟ୍ରେଡ୍ ତିଆରି କରିଥିଲା ।

ଏହି ଆପରେ ଟଙ୍କା ଜମା ପାଇଁ ୟୁପିଆଇ ଆଇଡି ବ୍ୟବହାର କରାଯାଉଥିବା ବେଳେ ନିୟମିତ ବ୍ୟବଧ୍ୟାନରେ ତାହା ବଦଳୁ ଥିଲା । ଯାହାକି ବିଭିନ୍ନ ସେଲ୍ କମ୍ପାନୀ ଏବଂ ବ୍ୟକ୍ତି ବିଶେଷଙ୍କ ଆକାଉଣ୍ଟ ସହ ଜଡ଼ିତ । ଅସାଧୁ ଉପାୟରରେ ଆୟ ଜମା ଟଙ୍କାକୁ ବିଭିନ୍ନ କମ୍ପାନୀ ଓ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ଠକ ।

ଠକେଇରେ ବ୍ୟବହୃତ ୫ଟି ଆକାଉଣ୍ଟରେ ୧୮.୬୭ କୋଟି ଟଙ୍କା ଦେଣନେଣ ହୋଇଛି । ସେଥିରୁ ୩ଟି ଆକାଉଣ୍ଟ ଗୁଜରାଟ, ରାଜସ୍ଥାନ ଓ ଦିଲ୍ଲୀର ବଡ଼ କମ୍ପାନୀ ନାଁରେ ଖୋଲାଯାଇ ପରିଚାଳନା କରାଯାଉଥିଲା । ଏସବୁ ଆକାଉଣ୍ଟ ୟେସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ଓ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କରେ ରହିଛି । ଏସବୁ ଆକାଉଣ୍ଟର ପରିଚାଳନା ଠକ ଇଣ୍ଟରନେଟ୍ ବ୍ୟାଙ୍କିଂ ଦ୍ୱାରା କରନ୍ତି । ଇଓଡବ୍ଲୁ ୧.୨୨ କୋଟି ଟଙ୍କା ଫ୍ରିଜ୍ କରିବା ସହ ଆପକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇବା ଲାଗି ଚିଠି ଲେଖିଛି ।

Leave A Reply

Your email address will not be published.