Latest Odisha News

BREAKING NEWS

ଓଡ଼ିଶା ବିଶ୍ୱକପ ହକି: ବେଲଜିୟମ୍ ବିଶ୍ୱ ଚମ୍ପିଆନ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ‘ଓଡ଼ିଶା ପୁରୁଷ ବିଶ୍ୱକପ ହକି’ ପ୍ରତିଯୋଗିତାର ଫାଇନାଲ ଜିତି ବେଲଜିୟମ୍ ପ୍ରଥମଥର ଲାଗି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ରବିବାର ଫାଇନାଲରେ ବେଲଜିୟମ ପେନାଲଟି ସୁଟଆଉଟରେ ଶକ୍ତିଶାଳୀ ନେଦରଲାଣ୍ଡ ଦଳକୁ ୩-୨ ଗୋଲ୍ ବ୍ୟବଧାନରେ ପରାସ୍ତ କରିପାରିଛି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଗତ ନଭେମ୍ବର ୨୮ ତାରିଖରୁ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱକପ ହକିର ଆଜିର ଅନ୍ତିମ ଦିବସ ଅର୍ଥାତ ଫାଇନାଲ ମ୍ୟାଚ ଦୁଇ ୟୁରୋପୀୟ ଟିମ୍ ମଧ୍ୟରେ ବେଶ୍ ସଂଘର୍ଷପୂର୍ଣ୍ଣ ରହି ରୋମାଞ୍ଚକର ପରିସ୍ଥିତି ମଧ୍ୟରେ ଅନ୍ତ ଘଟିଥିଲା ।


ନିର୍ଦ୍ଦାରିତ ସମୟ ମଧ୍ୟରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇ ନପାରିବା କାରଣରୁ ମ୍ୟାଚ ଗୋଲ ଶୂନ୍ୟ ହୋଇଥିଲା । ଶେଷରେ ଟାଇଟଲ୍ ନିର୍ଣ୍ଣୟ ଲାଗି ପେନାଲଟି ସୁଟ୍ ଆଉଟର ସାହାଯ୍ୟ ନିଆଯାଇଥିଲା ।

ପେନାଲଟି ସୁଟଆଉଟରେ ଭାଗ୍ୟ ବେଲଜିୟମ ପଟରେ ରହିଥିଲା । ଏହି ସୁଟଆଉଟରେ ଅଷ୍ଟ୍ରେଲିଆକୁ ୨-୩ ଗୋଲ ବ୍ୟବଧାନରେ ପରାସ୍ତ କରିଛି ବେଲଜିୟମ । ବେଲଜିୟମ ଦଳ ଭାରତ ରହିଥିବା ପୁଲ ସିରେ ଉତ୍ତମ ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରିଥିଲା । ପ୍ରଥମଥର ଲାଗି ଫାଇନାଲକୁ ଉନ୍ନୀତ ହୋଇ ଟ୍ରଫି ହାସଲ କରି ଇତିହାସ ରଚିଛି ବେଲଜିୟମ ହକି ଦଳ ।

ଅନ୍ୟପକ୍ଷରେ ଦୁଇଟି ସେମିଫାଇନାଲ ମ୍ୟାଚରେ ପରାସ୍ତ ହୋଇ ୩ୟ ସ୍ଥାନ ହାସଲ ମ୍ୟଚରେ ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡକୁ ୮-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିପାରିଛି ।

ଆଜିର ଏହି ଉଦଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତରାଷ୍ଟ୍ରୀୟ ହକି ଫେଡ଼େରେସନର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା ଉଭୟ ଦଳର ହକି ଖେଳାଳିଙ୍କୁ ପୁରସ୍କୃତ କରିବା ସହିତ ବିଶ୍ୱକପ ହକି ଟ୍ରଫି ପ୍ରଦାନ କରିଥିଲେ ।

Leave A Reply

Your email address will not be published.