କଟକ: OTET-୨୦୨୬ର ଫଳ ପ୍ରକାଶ ପାଇଛି। ଜୁଲାଇ ୫ରେ ଅନୁଷ୍ଠିତ ପରୀକ୍ଷାରେ ପେପର-୧ ଓ ପେପର-୨ ପାଇଁ ମୋଟ ୯୭ ହଜାର୧୫୧ ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୮୪ ହଜାର ୭୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୫୩ ହଜାର ୩୧୪ ଜଣ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି। ମୋଟ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି।
ବୋର୍ଡ ୱେବସାଇଟ୍ ରେ ରେଜଲ୍ଟ ଉପଲବ୍ଧ । www.bseodisha.nic.in ରେ ପରୀକ୍ଷାର୍ଥୀ ମାନଙ୍କର ୟୁଜର ଆଇଡି ଏବଂ ପାସୱାର୍ଡ ମାଧ୍ୟମରେ ରେଜଲ୍ଟ ଜାଣି ପାରିବେ ।
ଯୋଗ୍ୟ ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୭ ତାରିଖ ସକାଳ ୧୧ଟାରୁ ଶୁଳ୍କ ପ୍ରଦାନ କରି ଡିଜିଟାଇଜ୍ ଡ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।ଅନ୍ୟପକ୍ଷରେ, ପରୀକ୍ଷାରେ ଯୋଗ୍ୟତା ହାସଲ କରିନଥିବା ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୫ରୁ ୧୨ ତାରିଖ ମଧ୍ୟରେ ନିଜ ଓଏମଆର ଉତ୍ତରପତ୍ର ଡାଉନଲୋଡ୍ କରିପାରିବେ।
ପେପର-୧ରେ ୨୪ ହଜାର ୯୯୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୭,୦୬୫ ଜଣ ପାସ୍ କରିଛନ୍ତି। ଏହି ପେପରର ପାସ୍ ହାର ୬୮.୨୮ ପ୍ରତିଶତ। ସେହିପରି ପେପର-୨ରେ ୫୯,୭୪୦ ଜଣ ପରୀକ୍ଷା ଦେଇଥିବା ବେଳେ ୩୬,୨୪୯ ଜଣ ଯୋଗ୍ୟ ହୋଇଛନ୍ତି। ଏହାର ପାସ୍ ହାର ୬୦.୬୮ ପ୍ରତିଶତ ରହିଛି ।

