Latest Odisha News

BREAKING NEWS

କାର ଦୁର୍ଘଟଣାରେ ଟାଇଗର ଉଡ୍‌ସ ଗୁରୁତର

ଓ୍ୱାଶିଂଟନ୍: ଗଲ୍ଫ କିଙ୍ଗ ଟାଇଗର ଉଡ୍‌ସ ଦୁର୍ଘଟଣାରେ ଆହତ । ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟାଇଗର ଉଡ୍‌ସଙ୍କ ଦୁଇଟିଯାକ ଗୋଡ଼ରେ ଆଘାତ ଲାଗିଛି । ଦୁର୍ଘଟଣାରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି କାର୍ । ଆହତ ହୋଇଥିଲେ ବି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି…

କାର୍ ଉପରେ ଓଲଟିଲା ଡିଜେଲ୍ ଭର୍ତ୍ତି ଟ୍ୟାଙ୍କର, ୭ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଭାରସାମ୍ୟ ହରାଇ କାର୍ ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର । ଦୁର୍ଘଟଣାର ୭ ଜଣଙ୍କର ଅକାଳ ବିୟୋଗ ହୋଇଛି । ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ ୱେରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଡିଜେଲ ଭର୍ତ୍ତି ଏକ ଟ୍ୟାଙ୍କର୍…

ଶ୍ରୀମନ୍ଦିରରେ ଭୌମ ଏକାଦଶୀ

ପୁରୀ: ଶ୍ରୀମନ୍ଦିରରେ ମାଘ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ) ନିମନ୍ତେ ବିଶେଷ ନୀତି ମାନ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୪୫ ବଢି, ଭିତର ଶୋଧ ଘ.୬.୨୫, ଅବକାଶ ବେଶ ଘ.୮.୦୦ ରେ ବଢି ଗୋପାଳ ବଲ୍ଲବ ଘ.୧୦.୧୦ ,ସକାଳ ଧୂପ ଘ.୧୧.୪୫ ଓ…

ନିଳଗିରିରେ ଭାଲୁ ଆତଙ୍କ; ସଞ୍ଜ ହେଲେ ପଡୁଛି ତାଟି କବାଟ

ନୀଳଗିରି: ନିଲଗିରିରେ ଭାଲୁ ଆତଙ୍କ। ଭୟରେ ସନ୍ଧ୍ୟା ହେଲେ ଲୋକେ ଘର କବାଟ କିଳି ରହୁଛନ୍ତି। ନୀଳଗିରିର ବିଭିନ୍ନ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଦେଇଛି। ସ୍ଵର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ଅଂଚଳକୁ ରାତ୍ରରେ ଭାଲୁ ଖାଦ୍ୟ ଅନ୍ୱେଷଣ ପାଇଁ ଯାଇଥାନ୍ତି। ଯେଉଁ ଭାଲୁ ସକାଳ ହେଲେ ଜଙ୍ଗଲକୁ…

ଗଳ୍ପ : ପରିଶୋଧ

ବିମଳା ଶଂକର ଦାଶ " ନା ତା'ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି .." --ଦରବାନ ଆସି କହିଲା । ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ .."କହି ଦିଅ ବାବୁ ଘରେ ନାହାନ୍ତି ,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୪-୨-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୨୪ ବୁଧବାର କୁମ୍ଭ ୧୩ ଦିନ ମାଘ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ସକାଳ ୭ଟା୧୩ମିନିଟ୍ ପର୍ଯ୍ୟନ୍ତ ତାପରେ କର୍କଟ ଚନ୍ଦ୍ର ଭୋଗ ହେବ। ଆଜିର ଘାତ ବାର-…

ପାରାଦୀପ ପୋର୍ଟକୁ ହରାଇ ଟାଟା ଷ୍ଟିଲ୍ ଜିତିଲା ବିଚ୍ ଫୁଟବଲ୍ ୨୦୨୧ ଟାଇଟଲ

କୋଣାର୍କ: ଚନ୍ଦ୍ରଭାଗା ସମ୍‌ୁଦ୍ର କୂଳରେ ଅନୁଷ୍ଠିତ ବିଚ୍ ଫୁଟବଲରେ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ୨-୧ରେ ହରାଇ ଟାଟା ଷ୍ଟିଲ୍ ଟାଇଟଲ ହାତେଇ ନେଇଛି । ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଥିଲେ । ଏଥିରେ…

ବାବା ରାମଦେବଙ୍କ କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଲେ ଉଦ୍ଧବ ସରକାର

ମୁମ୍ବାଇ : ଯୋଗଗୁରୁ ବାବା ରାମଦେବଙ୍କ କରୋନା ଔଷଧ କରୋନିଲ୍‌ର ବିକ୍ରି ଉପରେ ରୋକ୍ ଲଗାଇଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ବାବା ରାମଦେବଙ୍କ ପତଞ୍ଜଳୀ ପକ୍ଷରୁ ଲଞ୍ଚ ହୋଇଥିବା କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ…

କୋକେନ ଜବତ ଘଟଣାରେ ବିଜେପି ନେତା ରାକେଶ ସିଂହ ଗିରଫ

କୋଲକାତା : ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ କୋଲକାତା ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ରାକେଶ ସିଂହ । ସେ ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ । ରାକେଶଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିରୁ ଗିରଫ…

ରବି କିଶନ ହେବେ ଆଧ୍ୟାତ୍ମିକ ଗୁରୁ ରଜନୀଶ

ମୁମ୍ବାଇ: ଓଶୋ ନାମରେ ପରିଚିତ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ରଜନୀଶଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମିର୍ତ ହେବାକୁ ଯାଉଛି । ଭୋଜପୁରୀ ଅଭିନେତା ରବି କିଶନ ଏହି ଫିଲ୍ମରେ ଓଶୋଙ୍କ ଭୂମିକା କରିବେ । ରିତେଶ ଏସକୁମାର ନିର୍ଦ୍ଦେଶିକ ଏହି ଫିଲ୍ମର ନାମ ସିକ୍ରେଟ ଅଫ ଲଭ ରଖାଯାଇଛି । ରଜନୀଶ…