Latest Odisha News

BREAKING NEWS

ଆମେରିକୀୟ ର‌୍ୟାପର ମଥାରେ ୧୭୫ କୋଟିର ହୀରା ଲଗାଇ ଚର୍ଚ୍ଚାରେ

ମୁମ୍ବାଇ: ଆମେରିକୀୟ ର‌୍ୟାପର ଏବଂ ଗୀତିକାର ଲିଲ୍‌ଉଜି ଭର୍ଟ କରିଥିବା କାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେ ମଥାରେ ୧୧ କ୍ୟାରେଟ୍‌ର ଏକ ଗୋଲାପୀ ରଙ୍ଗର ହୀରା ଲଗାଇଛନ୍ତି । ତା’ର ଦାମ୍‌ ୨୪ ନିୟୁତ ଡଲାର । ଅର୍ଥାତ୍ ‌ଭାରତୀୟ ମୁଦ୍ରାରେ ପାଖାପାଖି ୧୭୫ କୋଟି ଟଙ୍କା । ସୋସିଆଲ…

୨୪୦ ନିୟୁତ ଡୋଜ୍‌ ନିମୋନିଆ ଟିକା ଯୋଗାଣ ପାଇଁ ସେରମ୍‌କୁ କେନ୍ଦ୍ରର ଆଦେଶ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ (PCV) ଟିକାର ୨୪୦ ନିୟୁତ ଡୋଜ୍ ଯୋଗାଣ ପାଇଁ ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଇଁ ସରକାର କ୍ରୟ ଆଦେଶ ଦେଇଛନ୍ତି। ଏଥିପାଇଁ ସରକାରଙ୍କୁ ଜିଏସଟି ସହିତ ଗୋଟିଏ ଡୋଜ ପାଇଁ ୧୧୮.୫୩ ଟଙ୍କା ଦେବାକୁ ପଡିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

ଦେଶରେ ଆଉ ୧୧ ହଜାର ୭୧୩ କରୋନା ସଂକ୍ରମିତ ଚିହ୍ନଟ, ଟିକା ନେଲେଣି ୫୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଅନ୍ୟପଟେ ଜାରି ରହିଛି କୋଭିଡ୍ ଟିକାକରଣ । ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୭୧୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୪୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ…

ଟିକା ନେଲେ ପୋଲିସ ଡିଜି ଅଭୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ । ଆଜି ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ସେ କଟକ ଇନଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି । ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ପୋଲିସ ଡିଜି । Sri Abhay, @DGPOdisha was the first…

ହଲିଉଡ୍‌ ଅଭିନେତା ଖ୍ରୀଷ୍ଟୋଫର ପ୍ଲମର୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଦି ସାଉଣ୍ଡ ଅଫ୍ ମ୍ୟୁଜିକ୍ ଚଳଚ୍ଚିତ୍ରରେ କ୍ୟାପଟେନ୍ ଭନ୍ ଟ୍ରାପ୍ ଭୂମିକାରେ ଅଭିନୟ କରିଥିବା ତଥା ୮୨ ବର୍ଷ ବୟସରେ ଇତିହାସର ସର୍ବ ପୁରାତନ ଏକାଡେମୀ ପୁରସ୍କାର ବିଜେତା ଖ୍ରୀଷ୍ଟୋଫର୍ ପ୍ଲୁମରଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲେ। ୧୯୯୯…

୨୫ ଦିନ ହେଲା ଥାନା ହାଜତରେ ୨ କୁକୁଡ଼ା ବନ୍ଦୀ

ହାଇଦ୍ରାବାଦ: ତେଲଙ୍ଗାନାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଦୀର୍ଘ ୨୫ ଦିନ ହେଲା ଥାନା ହାଜତରେ ବନ୍ଦୀ ଅଛନ୍ତି ୨ଟି କୁକୁଡ଼ା । ଏବେ ସେମାନେ ହାଜତରୁ ମୁକ୍ତି ଅପେକ୍ଷାରେ ଅଛନ୍ତି । ଜୁଆ ଆଡ୍ଡାରେ ରେଡ୍ ବେଳେ ଜୁଆଡ଼ିଙ୍କୁ ଗିରଫ କରିବା ସହ କୁକୁଡ଼ାଙ୍କୁ ବି ଧରିଥିଲା ।…

ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ, ୫୦ହଜାର ସୁରକ୍ଷାକର୍ମୀ ନିୟୋଜିତ

ନୂଆଦିଲ୍ଲୀ: ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକଙ୍କ ଚକାଜାମ । ଦିନ ୧୨ଟାରୁ ଅପରାହ୍‌ଣ ୩ ଯାଏ ୩ ଘଣ୍ଟିଆ ଚକାଜାମ କରିବେ ଚାଷୀ । ଏଥିପାଇଁ ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ୫୦ ହଜାର ପୋଲିସ,…

ରାଜ୍ୟରେ ଆଉ ୪ ଦିନ ଜାରି ରହିବ ଶୀତ ଲହରୀ, ୨ରୁ ୪ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର: ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିବ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।…

ଟିକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି

ବ୍ରହ୍ମପୁର: ଆଜିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜି ଟିକା ନେଇଛନ୍ତି ଜିଲ୍ଲାପାଳ ଓ ଏସପି। ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସପି ବ୍ରିଜେସ…

 ପୁରୀ ଜିଲ୍ଲା କଣାସ ବ୍ଲକରେ ଭୋଜି ଖାଇ ଶତାଧିକ ଅସୁସ୍ଥ

କଣାସ(ପୁରୀ): ଭୋଜି ଖାଇ ଶତାଧିକ ଅସୁସ୍ଥ । ପୁରୀ ଜିଲ୍ଲା କଣାସ ବ୍ଲକରେ ଏହି ଘଟଣା ଘଟିଛି । ଭୋଜି ଖାଇ ପାଖାପାଖି ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ଏକ ବିବାହ ଭୋଜି ହୋଇଥିଲା । ଗାଁର ଅଧିକାଂସ ଲୋକ ସେଠାରେ…