Latest Odisha News

BREAKING NEWS

ହାତୀ ଆକ୍ରମଣରେ ଯୁବକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକ

ଢେଙ୍କାନାଳ: ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାରେ ହାତୀ ଆତଙ୍କ ଖେଳାଇଛି । ଗୋବିନ୍ଦପୁରରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହାପରେ ତାତିଛନ୍ତି ଉତ୍ୟକ୍ତ ଲୋକ । ହୀତା ଘଉଡ଼ାଇବା ଓ ଲୋକଙ୍କ ସୁରକ୍ଷା ଦାବିରେ ଗୋବିନ୍ଦପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ…

ଦେବାଭିଷେକ ସମ୍ମାନରେ ସମ୍ମାନିତ ହେଲେ ଓଡିଶୀ ନୃତ୍ୟଶିଳ୍ପୀ ମୀରା ଦାସ

ପୁରୀ: ଶ୍ରୀମନ୍ଦିରରେ ପବିତ୍ର ପୌଷ ପୂର୍ଣ୍ଣିମା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜାଭିଷେକ ନୀତି ଉପଲକ୍ଷେ ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଦେବାଭିଷେକ ଶାସ୍ତ୍ରୀୟ ନୃତ୍ୟ ସଂଧ୍ୟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାବାଜୀ ସଚ୍ଚିଦାନନ୍ଦ ଦାସ ମହାରାଜ ଏହି ଉତ୍ସବକୁ ଉଦଘାଟନ କରିଥିଲେ ।…

ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗ ବରିଷ୍ଠ କିରାଣି ଚାକିରିରୁ ବହିଷ୍କୃତ, ଦେଇଥିଲେ ଜାଲ୍ ଜାତିଗତ ପ୍ରମାଣପତ୍ର

ମାଲକାନଗିରି: ମହଙ୍ଗା ପଡ଼ିଲା ଜାଲିଆତି କରି ଜାତି ପ୍ରମାଣପତ୍ର ଦେବା । ଜାଲ୍ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ଗଲା ଚାକିରି । ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ସେ ଜାଲିଆତି କରି ଜାତି…

ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ; ଲକ୍ଷାଧିକ ଟଙ୍କାର କାଠ ଜବତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା କଇଥଖୋଲା ବଜାରରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ । ତେବେ ଏହି ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କଇଥଖୋଲା ବଜାରରେ ଥିବା ଖଲିଲ ଅଲ୍ଲି ଖାଁକ କାଠ ଦୋକାନରେ ବିପୁଳ…

ଆଜିଠୁ ରାଜ୍ୟରେ ୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ । ଫେବ୍ରୁଆରି ୨ ତାରିଖ ଯାଏଁ ରାଜ୍ୟରେ କୋଭିଡ୍ ଟିକା ଦିଆଯିବ ନାହିଁ । ୩ ତାରିଖଠାରୁ ପୁଣି ଥରେ ଟିକାଦାନ ଆରମ୍ଭ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ଓଡ଼ିଶାରେ ପ୍ରଥମ ଥର ପାଇଁ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର; ନୂଆ ଜୀବନ ପାଇଲା ୧୪ ମାସର ଶିଶୁ

ଭୁବନେଶ୍ୱର: ନୂଆଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ମହାପାତ୍ର କହିଛନ୍ତି ଯେ ୧୯୭୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ AIIMSରେ ଏଭଳି ପ୍ରାୟ ୧୫୦ଟି ସର୍ଜରୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏପରି ବିରଳ ଅସ୍ତ୍ରୋପଚାର କରିଛନ୍ତି । ଏହି…

ସୋଆରେ ସ୍ମାର୍ଟ ସିଟି ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆର)ର ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅଧିନସ୍ଥ ଇଲେକ୍ଟ୍ରୋନିକ୍ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗ ଆନୁକୂଲ୍ୟରେ ଆପ୍ଲିକେସନ୍ ଅଫ୍ ଆଇଓଟି ଫର୍ ସ୍ମାର୍ଟ ସିଟି…

ସ୍ୱର୍ଗତଃ ଅଭିନେତା ରବି ମିଶ୍ରଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ଟିଭି କଳାକାର ସଙ୍ଘ (ଓଟା) ତରଫରୁ ଭୁବନେଶ୍ୱର ସ୍ଥିତ ପଦ୍ମିନୀ ହୋଟେଲରେ ଦିବଂଗତ ଅଭିନେତା ରବି ମିଶ୍ର ଙ୍କର ଶ୍ରଦ୍ଧାଞ୍ଜଳୀ ସଭା ସଙ୍ଘର ସଭାପତି ଶ୍ରୀ ଉତ୍ତମ ମହାନ୍ତି ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଟିଭି ଦୁନିଆ ର ବହୁ କଳାକାର ମାନେ ଏହି…

କବିତା : ଜୀବନ ଯୁଦ୍ଧ

ହିମାଂଶୁ ଆଚାରୀ ଗୋଟେ ହାତରେ ମୋ ଦମ୍ଭର ଧ୍ବଜା ତ ଆର ହାତ ମୋର ହାତୀ ସାହସର ଏଇ ଅଥଳ ସାମ୍ରାଜ୍ଯେ ସମୁଦ୍ର ପ୍ରାୟେ ମୋ ସ୍ଥିତି, ଆସ ହେ ମୋ ଶତ୍ରୁ ଚରିବ ବୋଲି ମୋ ଭୂମିକୁ ଦେଇଛି ବିଞ୍ଚି ଶ୍ରଦ୍ଧା ଓ ସ୍ନେହର ମାଟି ଖଣ୍ଡ ଛଡା ପାଇବନି କିନ୍ତୁ କିଛି ! ଭୟର ବିଗୁଲ ଶୁଣେଇ ଶୁଣେଇ…

ସାହିତ୍ୟ କୌଣସି କାଳରେ କ୍ଷଣିକ ମନୋରଞ୍ଜନର ସାମଗ୍ରୀ ନୁହେଁ : ଭୀମ ପୃଷ୍ଟି

ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ଲେଖକ ଭୀମ ପୃଷ୍ଟି । ତାଙ୍କ ସ୍ୱର ଖୁବ ଶାଣିତ । ବାସ୍ତବତାକୁ ନିଜେ ଅନୁଭବ କରି ସେଥିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି କରନ୍ତି। ତାଙ୍କ ସୃଷ୍ଟିର କ୍ଷେତ୍ର ଖୁବ ପରିବ୍ୟାପ୍ତ । ନିତିଦିନିଆ ଜୀବନର ଘଟଣାବଳି ସବୁ ତାଙ୍କ କଲମ ମୁନରେ ରୂପ…