Latest Odisha News

BREAKING NEWS

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୮୭କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ପୁଣି ଯାଇଛି ୧୦ ଜୀବନ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଦୁଇ ଜଣ ଭୁବନେଶ୍ୱରରୁ ଅଛନ୍ତି ।…

ରାଜ୍ୟରେ ଉପରମୁଁହା କରୋନା ଗ୍ରାଫ: ୨୪ ଘଣ୍ଟାରେ ୧୬୦୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୬୦୨ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ବେଲଗାମ୍ ହେଲାଣି ସଂକ୍ରମଣ: ୨୪ ଘଣ୍ଟାରେ ୫୭ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୫୭,୧୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୪ ଜଣଙ୍କର ଜୀବନ…

ଏସବୁ ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ଲକଡାଉନ୍ ଅବଧି ବୃଦ୍ଧି

ପୁଡୁଚେରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଡୁଚେରୀରେ ବଢ଼ିଲା ଲକଡାଉନ୍ ଅବଧି । ଆସନ୍ତା ୩୧ ତାରିଖ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ତେବେ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ସକାଳ ୬ଟାରୁ ରାତି ୯ଟା ଯାଏଁ ଖୋଲିବ ଦୋକାନ ବଜାର । ତେବେ…

ଭୁଶୁଡ଼ିଲା ନିର୍ମାଣଧିନ କୋଠା: ୨ ମୃତ

ଲାକନୋ: ଉତ୍ତର ପ୍ରଦେଶର ନୋଏଡା ସେକ୍ଟର୧୧ ରେ ଶୁକ୍ରବାର ଦିନ ଏକ ନିର୍ମାଣଧିନ କୋଠା ଭୁଶୁଡି ପଡିଛି । ଏହାଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏକ ଘରୋଇ ସଂସ୍ଥା ପକ୍ଷରୁ ଏହି କୋଠା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଘଟଣ ଘଟିଛି। ଖବର…

ରୋଗୀ କରୋନା ପଜିିଟିଭ ପରେ ସାଲେପୁରରେ ଘରୋଇ ନର୍ସିଂ ହୋମ୍ ସିଲ୍

ସାଲେପୁର (କଟକ): ସାଲେପୁରରେ ଥିବା ଶ୍ରୀରାମ ନର୍ସିଂ ହୋମ୍ ସିଲ୍ । ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସିଲ୍ କରିଛି ପ୍ରଶାସନ । ଏହି ଘଟଣା ପରେ ନର୍ସିଂ ହୋମର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ…

ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଡାକ୍ତର ସମେତ ୮ ଗିରଫ

କେନ୍ଦ୍ରାପଡ଼ା: ମହଙ୍ଗା ପଡ଼ିଲା ପୋଲିସ ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ । କେନ୍ଦ୍ରାପଡ଼ା ସହରରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଘରୋଇ ନର୍ସିଂହୋମର ଦୁଇ ଜଣ ଡାକ୍ତର । ସେମାନଙ୍କ ସହ ଅନ୍ୟ ୬ ଜଣଙ୍କୁ ବି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।…

ବାଲୁକା କଳାରେ ‘ଇଦ୍’ ର ଶୁଭେଚ୍ଛା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଇଦ୍-ଉଲ୍-ଜୁହା ଅବସରରେ ଦେଶବାସୀଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଗଢିଥିବା ଏହି ବାଲୁକା କଳାର ଫୋଟୋଟି ସୁଦର୍ଶନ ନିଜ ଟ୍ୱିଟରରେ ପୋଷ୍ଟକରି “ଇଦ୍ ମୁବାରକ” ବୋଲି…

ଡାକ୍ତର, ନର୍ସ ପଜିଟିଭ ଚିହ୍ନଟ ପରେ ସିଲ ହେଲା ଅପରେସନ୍ ଥିଏଟର

ପୁରୀ: ମାରାତ୍ମକ ରୂପ ନେଇ ଚାଲିଛି କରୋନା । ସାଧାରଣ ଲୋକଙ୍କ ପରେ ଏବେ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ଏଥିରେ ସଂକ୍ରମିତ ହେଉଥିବା ନିୟମିତ ଖବର ଆସୁଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ମୁଖ୍ୟ ଚିକିତ୍ସାଳୟର…

ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଉଭଣୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜୋର ଧରିଛି । ବଲିଉଡରେ ହଟଚମଟ । ବିହାର ପୋଲିସର ତଦନ୍ତ ପରେ ରାଜନୀତି ବି ଆରମ୍ଭ ହେଲାଣି । ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଓ ପାଟଣା ପୋଲିସ । ଏଭଳି ସ୍ଥିତିରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ…