Latest Odisha News

BREAKING NEWS

ଚିନ୍ତା ମୁକ୍ତ ହେଲେ ପ୍ରବାସୀ: କଥା ରଖି ନିଜ ଅଞ୍ଚଳରେ କାମ ଯୋଗାଇ ଦେଲେ ସରକାର

ଯାଜପୁର: କଥା ରଖିଲେ ରାଜ୍ୟ ସରକାର । କାମଧନ୍ଦା ହରାଇ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଅଂଚଳରେ ଯୋଗାଇ ଦେଲେ କାମ । ସାରା ଦେଶରେ ଲକଡାଉନ୍ ହେବା ପରେ ଜୀବିକା ହରାଇ ନିଜ ଘରକୁ ଫେରି ଆସିଥିଲେ ପ୍ରବାସୀ ଶ୍ରମିକ। ଏହାପରେ ସେମାନଙ୍କୁ ଘାରିଥିଲା ପରିବାର ପ୍ରତିପୋଷଣର…

ଲଗାତାର ୬ଷ୍ଠ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୬ଷ୍ଠ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୭ ପଇସା ଓ ୫୯ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ରବିବାର ଦିନ…

ଝାରସୁଗୁଡ଼ାରେ ୨ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶୁକ୍ରବାର ଦିନ ଦୁଇଟି ନୂତନ କୋଭିଡ-୧୯ ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସୂଚନାନୁଯାୟୀ, ଉଭୟ ନିକଟ ଅତୀତରେ ମୁମ୍ବାଇରୁ ଫେରିବା ପରେ ଜୁନ୍ ୫ ତାରିଖରୁ ବ୍ରଜରାଜନଗର…

ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନକଲି ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତିଗାଁ ପଂଚାୟତ ର କଙ୍ଗାଧୋଗରି ଗ୍ରାମରେ ଘଟିଛି ଏହି ଘଟଣା । ମୃତ ଗର୍ଭବତୀଙ୍କ ନାମ ଅନିତା ବୋଲି ଜଣାପଡିଛି । ଗର୍ଭବତୀ ଅନିତାଙ୍କର ସ୍ୱାସ୍ଥ୍ୟବସ୍ଥା…

ଜାଣନ୍ତୁ, ମହାପ୍ରଭୁଙ୍କ ରୋଷଘରର ଆଶ୍ଚର୍ଯ୍ୟଜନକ କଥା !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଏ କ୍ଷେତ୍ର ହେଉଚି ଭୋଜନ କ୍ଷେତ୍ର । ଯେତେ ଦେଉଥିବୁ ସେତେ ଖାଉଥିବି ନ ସୁଖିବ ମୋର ହାତ, ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ…

ସଂକ୍ରମଣରେ ବିଶ୍ୱର ୪ର୍ଥ ସ୍ଥାନରେ ପହଞ୍ଚିଲା ଭାରତ: ଦେଶରେ ୨ ଲକ୍ଷ ୯୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଦେଖୁ ଦେଖୁ ଏହା ଅନ୍ୟ ସଂକ୍ରମିତ ଦେଶକୁ ପଛରେ ଛାଡି ଆଗକୁ ମାଡି ଚାଲିଛି ଭାରତ । ବ୍ରିଟେନକୁ ଟପି ୪ର୍ଥ ସ୍ଥାନରେ ପହଞ୍ଚିଛି ଭାରତ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୯୭୫୩୫ ରେ ପହଞ୍ଚିଥିବା ବେଳେ…

ଆଉ ଦିନକ ପରେ ରଜ: ଏଥର ଅନଲାଇନରେ ମିଳିବ ଭଳିକି ଭଳି ଫ୍ଲେବରର ପାନ

ଭୁବନେଶ୍ୱର: ଆଉ ଦିନକ ପରେ ସଜବାଜ । ଓଡ଼ିଶାର ଗଣପର୍ବ ରାଜ ପାନ ବିନା ସତେ ଯେମିତି ଅଧା ଅଧା ଲାଗେ । ରଜରେ ପାନ ଖଣ୍ଡେ ନଖାଇଲେ ଫିକା ପଡିଯାଏ ରଜ ମଉଜ। ସେହିପରି ସାମ୍ନାକୁ ଆସିଛି ରଜର ଅନଲାଇନ୍ କନସେପ୍ଟ । ଏଭଳି ସ୍ପେଶାଲ ପାନ ଖୋଜିବାକୁ ଆପଣଙ୍କୁ ଆଉ କଷ୍ଟ କରିବାକୁ  ହେବନି । ଘରେ…

ଜୁନ ୧୮ ରୁ କୋଇଲା ଖଣିର ବାଣିଜ୍ୟିକ ନିଲାମ କରିବେ ସରକାର

ନୂଆଦିଲ୍ଲୀ: ଜୁନ ୧୮ ତାରିଖରୁ ଭାରତ ସରକାର ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣିଗୁଡିକର ନିଲାମ ଆରମ୍ଭ କରିବେ ।ଉନ୍ମୁକ୍ତ କୋଇଲା କ୍ଷେତ୍ର  ଆତ୍ମନିର୍ଭର ଭାରତର ନୂତନ ଆଶା ଶୀର୍ଷକ ଏହି ଯୋଜନାକୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ । “ଆମେ ପ୍ରଥମ ଥର…

ବର୍ଷା ସହ ବଜ୍ରପାତ ଆଶଙ୍କା: ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଖୋର୍ଦ୍ଧା, ଢେଙ୍କାନାଳ ଓ କଟକର କିଛି ସ୍ଥାନରେ…

ରାଜ୍ୟ କର୍ତ୍ତୃପକ୍ଷଙ୍କୁ କୋଭିଡ କେୟାର ସେଣ୍ଟର ହସ୍ତାନ୍ତର କରିବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କେତେକ ରାଜ୍ୟ ରେଳବାଇକୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁରୋଧ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଚ ଆବଣ୍ଟନ କରିଛି । ଉତ୍ତରପ୍ରଦେଶ…