Latest Odisha News

BREAKING NEWS

ଆଉ ୪ କରୋନା ପଜିଟିଭ ଚିହ୍ନଟ, ୮୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜଣ କରୋନା ଆକ୍ରାନ୍ତ ଯାଜପୁରର । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଂଚିଛି । ଏହି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ କରୋନା ଆକ୍ରାନ୍ତଙ୍କ ବିଷୟରେ ସବିଶେଷ…

ଜମ୍ମୁ ଓ କାଶ୍ମୀରକୁ କରୋନା ଆକ୍ରାନ୍ତ ଆତଙ୍କବାଦୀ ପଠାଉଛି ପାକିସ୍ତାନ: ଡିଜିପି ଦିଲବାଗ୍ ସିଂହ

ଶ୍ରୀନଗର: ସମସ୍ତ ପ୍ରକାରର ମାନବିକତାକୁ ଭୁଲି ଯାଇଛି ପାକିସ୍ତାନ । ଏବେ ସମସ୍ତ ସାରା ବିଶ୍ୱରେ ମଣିଷ ସମାଜ କରୋନା ଭୂତାଣୁ ଜନିତ ସଂକ୍ରମଣରେ ଯନ୍ତ୍ରଣା ଭୋଗୁଥିବା ବେଳେ ପାକିସ୍ତାନ ଏହି ମରଣାନ୍ତକ ଭୂତାଣୁର ଫାଇଦା ନେବାର ହୀନ ଚକ୍ରାନ୍ତ କରିବାକୁ ପଛାଉନାହିଁ । ପାକିସ୍ତାନ ଜମ୍ମୁ ଓ…

ଏପ୍ରିଲ ମାସ ଶେଷ ସୁଦ୍ଧା ଦୈନିକ ୩ ହଜାର ଟେଷ୍ଟ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ମୁକାବିଲା ପାଇଁ ଏପ୍ରିଲ ମାସ ଶେଷ ସୁଦ୍ଧ ଦିନକୁ ୩ ହଜାର ଟେଷ୍ଟ କରାଯିବ । ଏନେଇ ଆଜି ବସିଥିବା ମନ୍ତ୍ରୀ ସ୍ତରୀୟ ବୈଠକରେ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ୪ ମେଡିକାଲ…

୧୯୦ ଫୁଟ୍ ଉଚ୍ଚତାରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବ ଡ୍ରାଗନ୍‌ଫ୍ଲାୟ ଡ୍ରୋନ୍ !

ଆମେରିକା: ଏକ କମ୍ପାନୀ ଦାବି କରିଛି ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ଡ୍ରୋନ୍ ୧୯୦ ଫୁଟ୍ ଉପରୁ ଲୋକଙ୍କ ଟେମ୍ପ୍ରେଚର୍ ମାପିପାରିବ । ଆମେରିକା ପୋଲିସ ଏହି ଡ୍ରୋନ୍‌ର ପରୀକ୍ଷଣ ଚଳାଇଛି । କରୋନା ଯୁଦ୍ଧରେ ଏହି ଡ୍ରୋନ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଡେଲି ମେଲ୍ ରିପୋର୍ଟ ଅନୁଯାୟୀ…

ଲକ୍‌ଡାଉନ ଡାଏରୀ: ପିଲାଙ୍କ ବହି ଉପରେ କାମ କରିବାକୁ ସୁଜିତ ମହାପାତ୍ର ଓ ତାଙ୍କ ସ୍ୱେଚ୍ଛାସେବୀଙ୍କୁ ସମୟ ମିଳିଛି

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଭୟରେ ସାରା ଦେଶରେ ଘୋଷଣା ହୋଇଥିବା ଲକ୍‌ଡାଉନ । ତେବେ ସବୁବେଳେ ବ୍ୟସ୍ତ ରହୁଥିବା ବକୁଳ ଫାଉଣ୍ଡେସନର ମୁଖ୍ୟ ସୁଜିତ ମହାପାତ୍ରଙ୍କୁ ଏହା ବହୁକଥା ଚିନ୍ତା କରିବାକୁ ସୁଯୋଗ ଦେଇଛି । ଏ ନେଇ ସୁଜିତ କହିଛନ୍ତି, ‘କୋଭିଡ ୧୯ ଆମକୁ ସତର୍କ କରିଦେଇଛି ।…

କଂଟେନରରେ ଲୁଚି କୋଲକାତାରୁ ଓଡ଼ିଶାକୁ ପ୍ରବେଶ କରୁଛନ୍ତି ଲୋକେ

ଭଦ୍ରକ: ସୀମାରେ କଡା ପହରା ସତ୍ତ୍ୱେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କୁରଛନ୍ତି ଲୋକେ । ପୋଲିସକୁ ଦେଉଛନ୍ତି ଚକମା । ପୋଲିସର କଡା କଟକଣା ମଧ୍ୟ କାମ କରୁନି । କଂଟେନରରେ ଭର୍ତ୍ତି ହୋଇ ଆସୁଛନ୍ତି ଓଡ଼ିଶା । ଗଳା ବାଟ ଦେଇ ଲୁଚି ଛପି ମାଡି ଆସୁଛନ୍ତି । କଂଟନେରରେ ଭର୍ତ୍ତି ହୋଇ ଓଡ଼ିଶା…

କରୋନା ବିରୋଧୀ ଯୁଦ୍ଧ: ସାଇକେଲରେ ବୁଲି ଲୋକଙ୍କୁ ସଚେତନ କରାଇଲେ ଉପଜିଲ୍ଲାପାଳ

ପଦ୍ମପୁର: ଦିନକୁ ଦିନ ବଢିବାରେ ଲାଗିଛି କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବିସ୍ତାରରେ ଅଙ୍କୁଶ ଲଗାଇବା ପାଇଁ ସାରା ଭାରତରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ । ଯେହେତୁ ଏଯାଏଁ କରୋନା ପାଇଁ କୌଣସି ପ୍ରତିଷେଧକ ବାହାରି ନାହିଁ ତେଣୁ କେବଳ ସଚେତନତା ହିଁ ଏକମାତ୍ର…

ଝଡ଼ର ଇଗଲ୍‌: ସାଇକେଲରେ ଦୂରଦିଗ୍‌ବଳୟ

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ରୋଜଗାର ହରାଇଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ ସରକାର: ସୋନିଆ

ନୂଆଦିଲ୍ଲୀ: କରୋନା ସଂକଟ ଉପରେ ଆଜି ଭିଡିଓ କନଫରେନ୍ସିଂରେ କଂଗ୍ରେସ ୱାର୍କିଂ କମିଟର ବୈଠକ ହୋଇଛି । ଏଥିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲକଡାଉନ ସମୟରେ ବେକାର ଥିବା ଲୋକ ତଥା ଚାକିରୀ ହରାଇଥିବା ଲୋକଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସରକାର…

ଅକ୍ଟୋବର ୧୫ ଯାଏଁ ବନ୍ଦ ରହିବ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ; ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଆଗାମୀ ଅକ୍ଟୋବର ୧୫ ଯାଏଁ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ରହିବ । ଏନେଇ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହା କେତେ ସତ ଓ କେତେ ଗୁଜବ ଆସନ୍ତୁ ଜାଣିବା... କରୋନା ମହାମାରୀ ଯୋଗୁ ହୋଟେଲ ବା ରେଷ୍ଟୁରାଣ୍ଟ…