Latest Odisha News

BREAKING NEWS

ଲକ୍‌ଡାଉନ୍ ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ୱେବ୍‌ସିରିଜ୍ ‘ଆୟୁଷ୍ମାନ୍ ମସ୍ତରାମ୍‌’

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃଷ୍ଟିରୁ ସାରା ଦେଶରେ ଲକ୍ ଡାଉନ ଜାରି ହୋଇଛି । ସବୁ ସିନେମା ହଲ ବନ୍ଦ ରହିବା ସହିତ ସୁଟିଂ ବନ୍ଦ ଥିବାରୁ ଓଡିଆ ମନୋରଂଜନଧର୍ମୀ ଚ୍ୟାନେଲଗୁଡିକ ଧାରାବାହିକ ତଥା ରିୟଲିଟି ଶୋ’ ଗୁଡିକର ପୁରୁଣା ଏପିସୋଡ୍ ଗୁଡିକର ପୁନଃ ପ୍ରସାରଣ କରୁଛନ୍ତି । ଏଭଳି ସମୟରେ…

କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱରେ ଲକ୍ଷେ ଅତିକ୍ରମ କଲା

ସାରା ବିଶ୍ୱରେ କରୋନା ମହାମାରୀର ରୂପ ନେଇଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ବିଶ୍ୱରେ ମୋଟ କରୋନାରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ଏଥି ମଧ୍ୟରୁ ଶକ୍ତିଶାଳୀ ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୭ହଜାର ୯୨୭…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୦୪-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ  ତା ୧୧ରିଖ  ଶନିବାର ମୀନ ୨୯ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ  ଚତୁର୍ଥୀ  ତିଥି  ଅନୁରାଧା  ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର-:  ବୃଷ,ସିଂହ ଓ କନ୍ୟା  ରାଶିର         ଘାତ ଚନ୍ଦ୍ର-: ସିଂହ…

ଦିଲ୍ଲୀ ଏଲଏନଜେପି ହସ୍ପିଟାଲକୁ ଗୌତମ ଗାମ୍ଭୀର ଦେଲେ ହଜାରେ ପିପିଇ କିଟ୍

ନୂଆଦିଲ୍ଲୀ- କରୋନା ମୁକାବିଲାରେ ସହାୟତାର ହାତ ବଢାଇଛନ୍ତି କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର । ଦିଲ୍ଲୀର ଲୋକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ସେ ହଜାରେ ପିପିଇ କିଟ୍ ଦାନ କରିଛନ୍ତି । ଏ ନେଇ ଗାମ୍ଭୀର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲକୁ ଦେଇଥିବା କଥା ଅନୁସାରେ ଏହି…

କରୋନା ଅପଡେଟ୍ ; ୫୦୦୦ ଲୋକଙ୍କୁ ରାସନ୍ ଯୋଗାଇବେ ସଚ୍ଚିନ ତେନ୍ଦୁଲକର !

ମୁମ୍ବାଇ: କରୋନା ମହାମାରୀରେ ଲଗାତାର ଅସହାୟଙ୍କୁ ସହାୟତା ଦେଇଆସୁଛନ୍ତି କ୍ରିକେଟ ର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକର । ମୁମ୍ବାଇର ଶିବାଜୀ ନଗର ଅଂଚଳରେ ଥିବା ୫ ହଜାର ଲୋକଙ୍କୁ ସେ ରାସନ୍ ଯୋଗାଇବେ । Thankyou,@sachin_rt for stepping in & helping Apnalaya help…

ଭାଇରାଲ୍ ପୋଷ୍ଟମୋର୍ଟମ୍ : ଖବର କାଗଜରେ ନିଜାମୁଦ୍ଦିନ୍ ମର୍କଜର ଡାହା ମିଛ !

ଭୁବନେଶ୍ୱର: ଅନେକ ସମୟରେ ଭାରତ ସରକାରଙ୍କୁ ସହାୟତା ମିଳୁଥିବା ନେଇ ଆମେ ସୋସିଆଲ ମିଡିଆରେ ଜାଣିଥାଉ । ହେଲେ ମାତ୍ର ୪ଦିନ ପୂର୍ବରୁ ଏକ ଖବରକାଗଜର ସାମ୍ନା ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ନ୍ୟୁଜ୍ ପେପରରେ ଥିବା ଫଟୋ ଓ ଖବର ଅନୁଯାୟୀ ପିଏମ୍ ରିଲିଫ ପାଣ୍ଠିକୁ ମୌଲାନା ସାଦ୍…

ଓଡିଶାରେ ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ; ମୋଟ ସଂଖ୍ୟା ୫୦ ଛୁଈଁଲା

ଭୁବନେଶ୍ୱର: ଶୁକ୍ରବାର ଦିନ ଓଡିଶାରେ ଦୁଇଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୫୦ ରେ ପହଞ୍ଚିଛି । ଶୁକ୍ରବାର ଆସିଥିବା ୨୯୮ ଟି ନମୁନା ପରୀକ୍ଷଣ ରିପୋର୍ଟରୁ ଦୁଇଜଣ…

ଅମାନିଆ ସାବଧାନ୍‌: ଲକ୍‌ଡାଉନକୁ ନେଇ ସାମାଜିକ କର୍ମୀ ଇମ୍ରାନ ଅଲ୍ଲୀଙ୍କ ସଚେତନତା

ଭୁବନେଶ୍ୱର: ଯୁବ ସାମାଜିକ କର୍ମୀ ମହମ୍ମଦ ଇମ୍ରାନ ଅଲ୍ଲୀ ଏବେ ଓଡ଼ିଶାରେ ଚାଲିଥିବା ଲକ୍‌ଡ଼ାଉନକୁ ନେଇ କବିତା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଘରେ ନ’ରହି ବାହାରେ ବୁଲିଲେ କିପରି କରୋନା ଜନିତ ଭୂତାଣୁ ସଂକ୍ରମଣ ହେବାର ଭୟ ରହିଛି ସେନେଇ ଇମ୍ରାନ ସମସ୍ତ ଜନସାଧାରଣଙ୍କୁ…

ରାଜ୍ୟର ଆଉ ୧୦ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଖୁସି ଖବର ଆସିଛି । ପୂର୍ବରୁ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ଆଉ ୧୦ ଜଣ ରୋଗୀଙ୍କ କୋଭିଡ୧୯ ନମୁନା ନେଗେଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା…

ଆସନ୍ତାକାଲିଠୁଁ ‘ଆରଏମଆରସି’ରେ ହେବ ଦୈନିକ ୧୦୦୦ଟି କୋଭିଡ୍‌-୧୯ ଟେଷ୍ଟ

ଭୁବନେଶ୍ୱର: ଶନିବାର ଠାରୁ ରାଜ୍ୟରେ ଦୈନିକ ୧୧୦୦ଟି କୋଭିଡ୍‌-୧୯ ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଶୁକ୍ରବାର ଦିନ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇ କହିଛନ୍ତି ଯେ, ଏବେ ଆରଏମଆରସି, ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ଏବଂ…