Latest Odisha News

BREAKING NEWS

ନୂଆ ମହାମାରୀ ରୋଗ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଂଜୁରୀ: ଉଲ୍ଲଂଘନକାରୀଙ୍କ ପାଇଁ ଅଧିକ ଦଣ୍ଡ ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ କରୋନା ସମ୍ପର୍କୀତ ସମସ୍ତ ବିଷୟ ଆଲୋଚନା ହେବାର ଅବ୍ୟବିହିତ ପୂର୍ବରୁ ରାଜ୍ୟପାଳ ଡଃ ଗଣେଶୀ ଲାଲ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧିତ ଅଧ୍ୟାଦେଶକୁ ମଂଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି । ନୂଆ ସଂଶୋଧିତ ମହାମାରୀ…

ଓଡିଶାରେ ଆଜି ପରୀକ୍ଷଣ ହୋଇଥିବା ସମସ୍ତ ୪୦୦ କୋଭିଡ୧୯ ସ୍ୱାବ ନମୁନା ନେଗେଟିଭ

ଭୁବନେଶ୍ୱର : କରୋନାରେ ସାରା ରାଜ୍ୟରେ ୪୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ସରକାରଙ୍କ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ବୁଧବାର ରାଜ୍ୟର ତିନିଟି ସ୍ୱୀକୃତ ସ୍ଥାନରେ ହୋଇଥିବା ସମସ୍ତ ୪୦୦ ସ୍ୱାବ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟବିଭାଗ…

ମାସ୍କ ପିନ୍ଧି କରୋନା ସଂକ୍ରମଣଠୁଁ ସୁରକ୍ଷିତ ରୁହନ୍ତୁ; ଶିଳ୍ପୀ ସୁଦର୍ଶନଙ୍କ ଚମତ୍କାର ବାଲୁକାକଳା

ପୁରୀ: ମରଣାନ୍ତକ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଯୋଗୁଁ ଏବେ ସାରା ବିଶ୍ୱବାସୀ ଆତଙ୍କିତ । ଏହି ଅବସରରେ ଘରୁ ନବାହାରି ଘରେ ସୁରକ୍ଷିତ ରହିବା ଲାଗି ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି । Protect yourself & others. “Let's…

କରୋନା ମୁକାବିଲା ନେଇ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଆସନ୍ତାକାଲି ସକାଳ ୧୦.୪୫ ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣ ପାଇଁ ଦେଶବ୍ୟାପୀ…

ପୁରୀ ସାହିଯାତରେ ରାବଣ: ସମ୍ପନ୍ନ ହେଲା ଲଙ୍କାପୋଡ଼ି ନୀତି

ପୁରୀ: ପୁରୀ ସାହିଯାତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲକ୍‌ଡାଉନରେ ଏହି ସାହିଯାତର ମଜ୍ଜା ଦେଖିବାକୁ ମିଳିନାହିଁ । ଔପଚାରିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ଲଙ୍କାପୋଡ଼ି ନୀତି । ଆଜି ଶ୍ରୀମନ୍ଦିରରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ…

କାଲିଠୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ବାଗଚୀ

ଭୁବନେଶ୍ୱର: ଅସନ୍ତାକାଲି ଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟ । ଯିଏ ମାସ୍କ ପିନ୍ଧିବେନି ତାଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ତରଫରୁ ଏଭଳି କଟକଣା ଲଗାଯାଇଥିବା ନେଇ ସୂଚନା ଦେଇଛନ୍ତି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।…

ଭେଟେରାନ ଅଭିନେତା ବିଜୟ ମହାନ୍ତିଙ୍କୁ ପ୍ରଶଂସକଙ୍କ ଜନ୍ମଦିନର ଭେଟି

ଭୁବନେଶ୍ୱର: ଓଲିଉଡର ପ୍ରଥମ ଆକ୍ସନ ହିରୋ ତଥା ଅଭିନେତା ବିଜୟ ମହାନ୍ତି ଆଜି ୭୦ ବର୍ଷରେ ପାଦ ଛାପିଛନ୍ତି । ଆଜି ତାଙ୍କ ଜନ୍ମ ଦିନ ଅବସରରେ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ ଜଣେ ଫ୍ୟାନ ଅର୍ଜୁନ ମହାନ୍ତ ବିଜୟ ମହାନ୍ତିଙ୍କର ଏକ ଡିଜିଟାଲ ଆର୍ଟ ପ୍ରସ୍ତୁତ କରି ଭେଟି…

ମହାପ୍ରଭୁଙ୍କ ଚନ୍ଦନଯାତ୍ରା; ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଛି ପ୍ରସ୍ତୁତି

ପୁରୀ: ଏବେ ଲକ୍‌ଡାଉନ୍ ଯୋଗୁଁ ସାରା ଶ୍ରୀକ୍ଷେତ୍ର ଖାଁ ଖାଁ ଲାଗୁଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ସମସ୍ତଙ୍କ ଲକ୍ଷ୍ୟ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପବିତ୍ର ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା ଉତ୍ସବ । ପୁରାଣ ପ୍ରସିଦ୍ଧ…

ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ତୁରନ୍ତ ପ୍ରଦାନ କରିବେ ସରକାର

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ରିହାତି ଦେବା ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ତୁରନ୍ତ ପ୍ରଦାନ କରିବା ଲାଗି ଆୟକର ବିଭାଗ ଘୋଷଣା କରିଛି । ]ଏହା ଦ୍ୱାରା ୧୪ ଲକ୍ଷ ଟିକସଦାତା ଉପକୃତ…

କରୋନା ଲକ୍‌ଡାଉନ୍‌; ଜାଣନ୍ତୁ ରାଜଧାନୀର କେଉଁ ଷ୍ଟୋର ଆପଣଙ୍କ ଘରେ ପହଂଚାଇବ ଅତ୍ୟାବଶ୍ୟକ ସାମଗ୍ରୀ !

ଭୁବନେଶ୍ୱର: କରୋନାଭାଇରସ୍ ମହାମାରୀରେ ରାଜଧାନୀବାସୀଙ୍କ ସହ ସାଥିରେ ରହିଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍ । ପୂର୍ବରୁ ବିଏମସି ଘୋଷଣା କରିଥିଲା ଭୁବନେଶ୍ୱରବାସୀଙ୍କୁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରୀ ସୁବିଧା । The updated list of the big stores…