Latest Odisha News

BREAKING NEWS

କନ୍ଧମାଳ: ବାହାଘର ଭାଙ୍ଗିଲା କରୋନାଭାଇରସ୍ !

ଫୁଲବାଣୀ: କୋଭିଡ୍ -୧୯ ଗାଇଡ୍‌ଲାଇନ୍ ଭାଙ୍ଗି ଓଡିଶା ପୋଲିସ ହାତରେ ଗିରଫ ଫୁଲବାଣୀର ଯୁବକ । ସଂପୃକ୍ତ ଯୁବକ କରୋନା ମହାମାରୀ ବିରୋଧୀ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଭାଙ୍ଗି ବିବାହ ଉତ୍ସବର ଆୟୋଜନ କରିଥିଲେ । କନ୍ଧମାଳର ନୂଆପଦା ଗାଁରୁ ପରମେଶ୍ୱର ଭୁକ୍ତା ନାମକ ଯୁବକଙ୍କୁ ଗିରଫ କରିଛି…

ଚାକିରିଆଙ୍କୁ ଆଶ୍ୱସ୍ତି, କଟିବନି ଦରମା କି ବରଖାସ୍ତ ହେବେନି କର୍ମଚାରୀ

ଦିଲ୍ଲୀ: ଏଣିକି ଆଉ ଚାକିରିଆଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଲକ୍‌-ଡାଉନ୍ ହେଉ କି ଜନତା କର୍ଫ୍ୟୁ । ଜରୁରୀକାଳୀନ ସ୍ଥିତରେ ଘରେ ରହିଲେ ବି ମିଳିବ ପୂରା ଦରମା । ଏପରିକି ଚାକିରି ଯିବାର ବି ଭୟ ନାହିଁ । ଲକ୍‌-ଡାଉନ୍ ଓ ଜନତା କର୍ଫ୍ୟୁ ଭଳି ଶବ୍ଦ ସାଧାରଣ ଲୋକଙ୍କୁ ଦେଇଛି ନୂଆ…

ପଶ୍ଚିମବଙ୍ଗରେ ପ୍ରଥମ କରୋନା ମୃତ୍ୟୁ

କୋଲକାତା: ସାରା ବିଶ୍ୱରେ କରୋନାଭାଇରସର ଭୟାବହ ରୂପ ଦେଖିବାକୁ ମିଳୁଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ଜନିତ ଜଣେ ୫୭ ବର୍ଷୀୟ ବୃଦ୍ଧା ପଶ୍ଚିମବଙ୍ଗର କୋଲକାତା ହସ୍ପିଟାଲରେ ଜୀବନ ହାରିଛନ୍ତି । ଏହା ହେଉଛି ପଶ୍ଚିମବଙ୍ଗର ପ୍ରଥମ କରୋନା ଜନିତ ମୃତ୍ୟୁ ।…

ବିଜେପି ନେତା ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଭୋପାଳ: ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ ସୋମବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । Bhopal: BJP's Shivraj Singh Chouhan takes oath as the Chief Minister of #MadhyaPradesh, at Raj Bhavan. pic.twitter.com/nJuy5TCQR2…

କୋଭିଡ-୧୯ ଲକଡାଉନ: କଟକରେ ୨ଟି ପର୍ଯ୍ୟାୟରେ ମାଲଗୋଦାମ ଚାଲିବ

କଟକ: କରୋନାଭାଇରସ ସଂକ୍ରମଣକୁ ରୋକିବାକୁ ନେଇ ସାମାଜିକ ଦୂରତାକୁ ପ୍ରଭାବଶାଳୀ କରିବା ପାଇଁ ମଙ୍ଗଳବାର ଦିନ ମାଲଗୋଦାମରେ ୨ଟି ପର୍ଯ୍ୟାୟରେ କାମ ଚାଲିବ । ଏନେଇ କଟକ ଚାମ୍ବର୍ସ ଅଫ କମର୍ସର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ସୂଚନା ଦେଇଛନ୍ତି । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ…

କୋଭିଡ୍‌-୧୯ ପାଣ୍ଠିକୁ ୩ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭୂତାଣୁ ସହିତ ଲଢିବା ନିମନ୍ତେ ଗଠିତ ହୋଇଥିବା କୋଭିଡ୍‌-୧୯ ରିଲିଫ ଫଣ୍ଡକୁ ସୋମବାର ଦିନ ତାଙ୍କର ତିନିମାସର ଦରମାର ଦାନ କରିଛନ୍ତି । CM @Naveen_Odisha has donated his three months’ salary to CMRF #COVID19 Fund to…

କରୋନା ସତର୍କତା: ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଘରୋଇ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ଅର୍ଥାତ ଆସନ୍ତାକାଲି ଠାରୁ ଘରୋଇ ବିମାନ ଚଳାଚଳ ବନ୍ଦ ରହିବା ନେଇ ସୋମବାର ଦିନ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି । ମାର୍ଚ୍ଚ…

କୋଭିଡ-୧୯: ୧୦% କର୍ମଚାରୀଙ୍କୁ ନେଇ କାମ କରିବେ ବ୍ୟାଙ୍କ, ବୀମା କମ୍ପାନୀ, ପିଏସୟୁ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନୀ ଗୁଡିକ ୧୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ସୋମବାର ଦିନ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ରାଜ୍ୟ ଓ କେନ୍ଦ୍ରର ସମସ୍ତ ଅଣ-ଅତ୍ୟାବଶ୍ୟକ ଅନୁଷ୍ଠାନ ପାଇଁ ଲାଗୁ କରାଯାଇଛି । ଏଥିପାଇଁ ଅନୁଷ୍ଠାନ ଗୁଡିକର…

କୋଭିଡ-୧୯: ଲକଡାଉନ ନିୟମ ଭାଙ୍ଗି ୬୭ହଜାରର ତଣ୍ଡ ଗଣିଲେ ବାଇକ ଚାଳକ

ଭଦ୍ରକ: ସୋମବାର ଦିନ ଭଦ୍ରକରେ ୧୧ଜଣ ବାଇକ ଚାଳକ କୋଭିଡ-୧୯ ଲକଡାଉନ ନିୟମର ଉଲ୍ଲଙ୍ଘନ କରି ଜରିମାନା ଭରିଛନ୍ତି । ଭଦ୍ରକ ଜିଲ୍ଲା ଆରଟିଓ ଲକଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟ୍ ୬୭ହଜାର ଟଙ୍କା ସଂଗ୍ରହ କରିଛନ୍ତି । ଏହାପୂର୍ବରୁ ଆଜି ଜଣେ ବ୍ୟବସାୟୀଙ୍କୁ ଲକଡାଉନ ନିୟମ ଭାଙ୍ଗିବାରୁ…

କୋଭିଡ-୧୯: ରାଜ୍ୟର ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା

ଭୁବନେଶ୍ୱର: କରୋନାଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଓଡିଶା ସରକାର କରୋନା ଲକଡାଉନକୁ ସମ୍ପ୍ରସାରଣ କରିଛନ୍ତି । ରାଜ୍ୟର ଆହୁରି ୯ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ମଙ୍ଗଳବାର ସକାଳ ଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପୁରୀ, ନୟାଗଡ, ଜଗତସିଂହପୁର, ଢେ଼ଙ୍କାନାଳ, ଯାଜପୁର, ଭଦ୍ରକ,…