ଜନମ ହେଲା ରସଗୋଲା
କାଇଁ କେତେ ଯୁଗ ତଳର ଘଟଣା ।
ସାରା ଓଡ଼ିଶା ମୁଳକରେ ସଡକ ବୋଲି କହିଲେ ସେତେବେଳେ ଥିଲା ଜଗନ୍ନାଥ ସଡକ । ତୀର୍ଥଧାମ କହିଲେ ଜଗନ୍ନାଥ-ପୁରୀ । ଅବଢ଼ା ବୋଇଲେ ଲୋକେ ମୁଣ୍ଡରେ ହାତ ଲଗାଇ କହୁଥିଲେ, " ଭାଗ୍ୟରେ ଥିଲେ ତୁଣ୍ଡରେ ବାଜେ । ଦେବତାଙ୍କୁ ସୁଦ୍ଧା ଦୁର୍ଲଭ । ମଣିଷ ଜନ୍ମ ପାଇ ଜଗନ୍ନାଥ…