Latest Odisha News

BREAKING NEWS

କଟକରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

କଟକ: ସୋମବାର କଟକ ଜିଲ୍ଲାରୁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୩ ଜଣ ସିଏମ୍‌ସି ଅଂଚଳର ଅଛନ୍ତି । ଏନେଇ କଟକ ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଛି । ସିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପେଡ୍ କ୍ୱାରେଣ୍ଟାଇନରେ ୬୨ ବର୍ଷୀୟ…

ଆୟୁଷ ନିର୍ଦ୍ଦେଶକଙ୍କ ନାଁରେ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକଙ୍କ ନାଁରେ ଆସିଛି ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ । ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କ ନାଁରେ କାର୍ଯ୍ୟାଳୟର ଜଣେ ମହିଳା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଅଶ୍ଳୀଳ ମ୍ୟାସେଜ ପଠାଇବା ସହ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ମହିଳା ଜଣକ ଅଭିଯୋଗ…

କରୋନା କ୍ରିଏଟିଭିଟି : ଅନନ୍ୟା ନାୟକଙ୍କ ସଙ୍ଗୀତ ଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ନାବାଳିକା ଦୁଷ୍କର୍ମ, ଗର୍ଭପାତ ଘଟଣା: ଜେଲ୍ ଗଲେ ବୀରମିତ୍ରପୁର ଆଇଆଇସି

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମ, ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନାର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୋମବାର ଦିନ ସ୍ୱତନ୍ତ୍ର ପୋକସୋ (ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସ) କୋର୍ଟ ଶ୍ରୀ ମାଝୀ ଗିରଫ ହେବା…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଅନେକ ଦିନ ବିତି ଗଲାଣି । ତଥାପି ତାଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଏନେଇ ମୁମ୍ବାଇ ବାନ୍ଦ୍ରା ପୋଲିସ ଆଜି ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଜେରା କରିଛି । ପୋଲିସ ତାଙ୍କୁ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ…

ମାସ୍କ, ପିପିଇ କିଟ୍ ଭଳି ମୋବାଇଲ କିଣାରେ ଦୁର୍ନୀତି ହୋଇଛି : ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ଆଣିବା ପରେ ଆଜି ମୋବାଇଲ କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ । କେନ୍ଦ୍ର ସରକାର ପ୍ରଦାନ କରିଥିବା ସ୍ପେଶିଫିକେସନ୍‌କୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଛନ୍ତି ବୋଲି ସାମ୍ବାଦିକ…

ଏଫଆଇଏଚ ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ)ର ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି ହୋଇଛି । ଶ୍ରୀ ଷଡ଼ଙ୍ଗୀ ଗତ କିଛି ବର୍ଷ ଧରି ଟେକନିକାଲ ଅଫିସର ଭାବେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି । ସେ ବିଭିନ୍ନ ରାଷ୍ଟ୍ରରେ…

ଭୁବନେଶ୍ୱରରେ ଆଉ ୧୦ ସ୍ଥାନୀୟ ସଂକ୍ରମିତ, ମୋଟ ୧୭ ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୨ ଜଣ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି କରୋନା ଯୋଦ୍ଧା । ଡୁମଡୁମା ରଘୁନାଥ ବସ୍ତିରୁ ୨ ଜଣ ସ୍ଥାନୀୟ…

ଏହିସବୁ ଜିଲ୍ଲାକୁ ରହିଛି ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତ ଜାରି ରହିଛି । ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସନ୍ଧ୍ୟା ସୁଦ୍ଧା କିଛି ଜିଲ୍ଲାଗୁଡ଼ିକରେ ବର୍ଷା ହେବାନେଇ ସୂଚନା ପ୍ରକାଶ କରିଛନ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା…

ନୀଳଗିରି ବିଧାୟକଙ୍କୁ କରୋନା

ନୀଳଗିରି: ରାଜ୍ୟରେ ହୁହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହାରି ଭିତରେ ପ୍ରଥମଥର ପାଇଁ କରୋନା କବଳରେ ପଡିଛନ୍ତି ଜଣେ ବିଧାୟକ । ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ-୧୯ରେ…