Latest Odisha News

BREAKING NEWS

ୟୁଏଇରୁ ୨୧୫ ପ୍ରବାସୀଙ୍କୁ ଫେରାଇ ଆଣିବେ ଓଡ଼ିଆ ପାଇଲଟ

ଭୁବନେଶ୍ୱର: ୟୁଏଇରୁ ଆସିବେ ୨୧୫ ପ୍ରବାସୀ ଓଡ଼ିଆ । ଆସନ୍ତାକାଲି ଏମାନେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରହେର ପହଂଚିବେ । ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓଡିଆ ଡକ୍ଟର ଚନ୍ଦ୍ର ଶେଖର ଖୁଂଟିଆଙ୍କ ସହାୟତାରେ ଆସନ୍ତାକାଲି ଓଡ଼ିଶା ପହଂଚିବେ । କେନ୍ଦ୍ର…

ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପ ନେପାଳ ସଂସଦରେ ପାରିତ

କାଠମାଣ୍ଡୁ: ଭାରତ-ନେପାଳ ବିବାଦ ଆଗକୁ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଶନିବାର ନେପାଳ ସଂସଦରେ ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପକୁ ପାରିତ କରାଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ପାସ୍ କରାଯାଇଛି । ୨୭୫ରୁ ୨୫୮ ଭୋଟ ବିଲ ସପକ୍ଷରେ ପଡିଥିଲା । ବିଲ ବିପକ୍ଷରେ…

ପିଲାଙ୍କ ପାଇଁ ‘ପଠନ ଦିବସ, ପଠନ ସପ୍ତାହ’

ଭୁବନେଶ୍ୱର: ପିଲାଙ୍କ ମଧ୍ୟରେ ପାଠ ପଢ଼ା ପାଇଁ ଉତ୍ସାହ ସୃଷ୍ଟି କରିବା ଲାଗି ଆରମ୍ଭ ହେବ ‘ପଠନ ଦିବସ, ପଠନ ସପ୍ତାହ । ଆସନ୍ତା ୧୯ ତାରିଖରୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ସପ୍ତାହ ଯାଏଁ ପଠନ ସପ୍ତାହ ପାଳିତ ହେବ । ସେହିପରି କେବଳ ୧୯ ତାରିଖରେ ପଠନ ଦିବସ ପାଳନ ହେବ । ଏହା…

ଭାରତ-ଚୀନ ଉତ୍ତେଜନା ପ୍ରସଙ୍ଗ: ଭାରତକୁ ସହଯୋଗ କରିବାନେଇ ଆମେରେକୀୟ କୁଟନୀତିଜ୍ଞଙ୍କ ଦୃଢୋକ୍ତି

ୱାଶିଂଟନ: ଲଦାଖ ନିକଟବର୍ତ୍ତୀ ଲାଇନ୍ ଅଫ ଆକଚୁଆଲ କଣ୍ଟ୍ରୋଲ୍ (ଏଲଏସି) ନିକଟରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ପ୍ରସଙ୍ଗରେ ଆମେରିକା ଭାରତ ସହିତ ସଦା ସର୍ବଦା ରହିଛି ବୋଲି ଆମେରିକାର ପୂର୍ବତନ ପ୍ରିନସିପାଲ୍ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ (ପିଡ଼ିଏଏସ) ଆଲିସ୍ ଜି…

ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇଦେବ କରୋନା

ନୂଆଦିଲ୍ଲୀ: କୋଭିଡ-୧୯ର ଆସିଲା ନୂଆ ଲକ୍ଷଣ । ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇ ଦେବ କରୋନା । ଯଦି କୌଣସି ବ୍ୟକ୍ତି ନିଜ ସ୍ୱାଦ ଓ ଶୁଙ୍ଘିବା ଶକ୍ତି ହାରାଇଛନ୍ତି ତେବେ ତାହା କରୋନା ଲକ୍ଷଣ ହୋଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି । ‘କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ କୋଭିଡ-୧୯’…

ପ୍ରତି ଲକଡାଉନ୍ ପରେ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା: ରାହୁଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଏଥିପାଇଁ ଚାରିଆଡେ ସରକାର କଟକଣା ଲଗାଇଛନ୍ତି । ଲକଡାଉନ୍ ପରେ ଏବେ ଅନ୍‌ଲକ୍‌-୧ ଜାରି ହୋଇଛି । ତେବେ ଏହି ଲକଡାଉନକୁ ନେଇ କଂଗ୍ରେସ ପୁଣି ଥରେ ମୋଦୀ ସରକାରଙ୍କୁ ଘେରିଛି । ଶନିବାର ରାହୁଲ ଗାନ୍ଧୀ ଲକ୍‌ଡାଉନ ପରେ କିଭଳି ଦେଶରେ…

ହାତୀ ଛୁଆ ମୃତ୍ୟୁ ଘଟଣା: ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଉରକେଲା ବନଖଣ୍ଡ କୁଆଁରମୁଣ୍ଡା ବନ ରେଂଜ ଅଚଂଳରେ ପୋଖରୀରେ ବୁଡି ହାତୀ ଛୁଆ ମୃତ୍ୟୁ ଘଟଣାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ବଲଣ୍ଡା ଫରେଷ୍ଟ ଗାର୍ଡ ସଂଘମିତ୍ର ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେପଟେ ଏହି ଘଟଣାରେ…

କଂଗ୍ରେସ ଭବନ ଆକ୍ରମଣ ପଛରେ ବିଜେଡି: ପ୍ରଦୀପ ମାଝି

ଭୁବନେଶ୍ୱର: ଶୁକ୍ରବାର କଂଗ୍ରେସ ଭବନରେ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ବିଜେଡିର ହାତ ରହିଥିବା କଂଗ୍ରେସ ଅଭିଯୋଗ କରିଛି । ବରିଷ୍ଠ ନେତା ପ୍ରଦୀପ ମାଝି କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଇଙ୍ଗିତରେ କଂଗ୍ରେସ ଭବନରେ ଆକ୍ରମଣ ହୋଇଛି । ମାସ୍କ କିଣା ଦୁର୍ନୀତିରେ…

ସକ୍ରିୟ ହେଉଛି ମୌସୁମୀ: ୮ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୂୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବାରେ ଲାଗିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ରାଜ୍ୟର ବଳକା ଜିଲ୍ଲା ଗୁଡିକୁ ଛୁଇଁବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ଆକଳନ କରିଛି ଯେ, ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ…

ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ସରକାର। ଆଜି ପଂଚାୟତିରାଜ ବିଭାଗ ସଚିବ ଦେଓରଂଜନ ସିଂ ଚିଠି ଲେଖି ଜିଲ୍ଲାପାଳ, ପିଡି ଓ ବିଡିଓଙ୍କୁ ଖର୍ଚ୍ଚ ହିସାବ ଦେବାକୁ କହିଛନ୍ତି । ଜୁନ୍ ୧୯ ସୁଦ୍ଧା…