Latest Odisha News

BREAKING NEWS

କୋଣାର୍କ ମନ୍ଦିର ଲାଗି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହେଲେ ‘ଆମିକସ କ୍ୟୁରୀ’

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବରିଷ୍ଠ ଆଇନଜୀବୀ ଏନ କେ ମହାନ୍ତିଙ୍କୁ କୋଣାର୍କ ମନ୍ଦିର ଲାଗି ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ଏଥିସହିତ ତାଙ୍କୁ ଏହି ପୁରାତନ ମନ୍ଦିର ସମ୍ପର୍କୀତ ଏକ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବେ । ଏସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲା…

ଜେଲରୁ ମୁକୁଳିବେ ବାବା ସାରଥୀ, ହାଇକୋର୍ଟରୁ ମିଳିଲା ଜାମିନ୍

କଟକ: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଏହାଫଳରେ ବାବା ସାରଥୀଙ୍କ ଜେଲରୁ ମୁକୁଳିବା ଏକରକମ ନିଶ୍ଚିତ ହୋଇଯାଇଛି । ଏହି ଆତ୍ମଘୋଷିତ ବାବା ସାରଥୀଙ୍କୁ ଜେଲ ବଣ୍ଡ ୨ଲକ୍ଷ ଟଙ୍କା ମୁଚାଲିକା ଏବଂ…

ଦୁଇଟି ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଘାନାର ଆକ୍ରାଠାରେ ଅନୁଷ୍ଠିତ ହୋଇଥିବା ଜେଇ ୱିଲସନ୍ ଅନ୍ତର୍ଜାତୀୟ ସିରିଜ୍ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଭିନ୍ନ ବିଭାଗର ଫାଇନାଲ ମ୍ୟାଚ ଜିତି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପ୍ରତିଯୋଗିତାର ମହିଳା ଡ଼ବଲ୍ସ ଏବଂ ମିକ୍ସଡ଼…

‘ନାବାଳିକା ଯୌନ ନିର୍ଯ୍ୟାତନା’ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାରେ ବିରୋଧୀଦଳର ସଭ୍ୟମାନେ ‘ଯୌନ ନିର୍ଯ୍ୟାତନା’ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ରାଜ୍ୟର ଏକ ଶିଶୁ ଆଶ୍ରୟ ଗୃହରେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବା ପ୍ରସଙ୍ଗ ତଥା ଅନୁଗୁଳରେ ଜଣେ ନାବାଳିକା ପ୍ରତି ଦୁଷ୍କର୍ମ ଘଟଣାକୁ ନେଇ…

ଇତିହାସ ରଚିଲେ ଭାରତୀୟ ବୈଜ୍ଞାନିକ, ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୨’ର ସଫଳ ଉତକ୍ଷେପଣ ପରେ ଭାରତୀୟ ମହାକାଶ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଜୁଲାଇ ୨୨ ତାରିଖ (ସୋମବାର) ଅପରାହ୍ନ ୨ଟା ୪୩ ମିନିଟ ସମୟରେ ସଫଳତାର ସହ…

ଚୌଦ୍ୱାରରେ ଜବତ ହେଲା ବେଆଇନ୍ ଗୋରୁ ବୋଝେଇ କଣ୍ଟେନର୍, ୯ଗିରଫ

କଟକ: କମିଶନରେଟ ପୋଲିସର ଏସଟିଏଫ ଦ୍ୱାରା ରବିବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ଚୌଦ୍ୱାର ନିକଟବର୍ତ୍ତୀ ୫୫ ନଂ ଜାତୀୟ ରାଜପଥ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଅନୁଗୁଳ ଓ ନରସିଂହପୁର…

ଆଜି ନାଗପଞ୍ଚମୀ, ୧୨୫ ବର୍ଷ ପରେ ଶ୍ରାବଣ ସୋମବାରର ପବିତ୍ର ଯୋଗ…

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଓଡ଼ିଶା ସମେତ ଆଜି ସମଗ୍ର ଭାରତରେ ପାଳିତ ହେଉଛି ନାଗପଞ୍ଚମୀ । ଜ୍ୟୋତିଷଙ୍କ ମତରେ ଏହି ଯୋଗ ୧୨୫ ବର୍ଷରେ ପଡୁଥିବାରୁ ଆଜିର ଦିନ ଅତ୍ୟନ୍ତ ପବିତ୍ର । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ମହାଦେବ ଶିବଙ୍କୁ ଆଜି ଜଳାଭିଷେକ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା,…

ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ୍ୟୁମୁଖରୁ ବଞ୍ଚିଲେ ୩୦ ହାତୀ

ଆଠଗଡ: ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛି ୩୦ଟି ହାତୀଙ୍କ ଜୀବନ । ଏହି ଘଟଣା ଘଟିଛି କଟକ ସ୍ଥିତ ଆଠଗଡ ଅଞ୍ଚଳରେ । ମିଳିଥିବା ସୂଚନାନୁଯାୟୀ ରବିବାର ଅପରାହ୍ନରେ ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳ ଷ୍ଟେସନ ନିକଟରେ…

କଥାକୁହା ଫଟୋ: ସାଳନ୍ଦୀ ନଦୀରୁ ଜଳ ସଂଗ୍ରହ ପରେ ଆରଡ଼ି ପୀଠକୁ କାଉଡ଼ିଆଙ୍କ ଯାତ୍ରା…

ଭଦ୍ରକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ସମସ୍ତ ପୁରାତନ ଶୈବପୀଠ ଗୁଡ଼ିକରେ ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବା ନିମନ୍ତେ କାଉଡ଼ିଆଙ୍କ ଭିଡ଼ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି…