Latest Odisha News

BREAKING NEWS

ଆଜିଠୁ ମ୍ୟାଟ୍ରିକ୍ ପରିକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରିକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଛି । ଏହି ଖାତା ମୂଲ୍ୟାଙ୍କନ ପ୍ରକ୍ରିୟାରେ ବାର୍ଷିକ ମଧ୍ୟମା (ସଂସ୍କୃତ) ଏବଂ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ସାମିଲ ରହିଛି । ମୂଲ୍ୟାଙ୍କନ ପ୍ରକ୍ରିୟାରେ ୭୬୧…

କଟକରୁ ପ୍ରକାଶ ଓ କନ୍ଧମାଳରୁ ଖାରବେଳ ଲଢିବେ ଲୋକସଭା ନିର୍ବାଚନ

ଭୁବନେଶ୍ୱର : କଟକ ଲୋକସଭା ଆସନରୁ ବିଜେପି ଟିକେଟରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଲଢିବାକୁ ଥିବାବେଳେ କନ୍ଧମାଳରୁ ଲୋକସଭା ପ୍ରାର୍ଥୀ ହେଲେ ଐର ଖାରବେଳ ସ୍ୱାଇଁ । ଐର ଖାରବେଳ ସ୍ୱାଇଁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବାଲେଶ୍ୱରରୁ ବିଜେପି ସାଂସଦ ଥିଲେ । ତିନି ତିନି ଥର…

ପୁନର୍ବାର ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ବିଜେପି ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁ ପୁଣି ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ସୋମବାର ଦିନ ସକାଳେ ଏକ ମିଶ୍ରଣ ପର୍ବ ଅବସରରେରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ…

ବିଜେଡ଼ିର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାର ୯ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ । ବଲାଙ୍ଗୀର - ଅର୍କେଶ ନାରାୟଣ ସିଂହଦେଓ…

ପଦ୍ମ ଧରିଲେ ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ନେତା ଦାମୋଦର ରାଉତ ଏବଂ ସମୀର…

ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢିବେ ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର: ପଦ୍ମ ଧରିବେ ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ର । ଏନେଇ ‘ଓଡ଼ିଶା ସମ୍ବାଦ’କୁ ସୂଚନା ଦେଇଛନ୍ତି ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର । ଆଜି ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ବିଜେପିରେ ଯୋଗଦେବେ ପ୍ରକାଶ । ବିଜେପିରେ ଯୋଗଦେବା ପରେ କଟକ ଲୋକସଭା ଆସନରୁ ସେ ପ୍ରାର୍ଥୀ…

୨୧ରୁ ୨୧ ଶଙ୍ଖ ବାଜିବ: ନବୀନ

ଭୁବନେଶ୍ୱର : ଏଥର ନିର୍ବାଚନରେ ୨୧ରୁ ୨୧ ଲୋକସଭା ଆସନ ଆମେ ଜିତିବୁ । ୨୧ଟି ଲୋକସଭା ଆସନ ବିଜେଡି ହାତକୁ ଯିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ ଠାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବା ଅବସରରେ ଦୃଢତାର ସହ ଏପରି…

ରାଉରକେଲା: ଲାଇନମ୍ୟାନଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବର୍ତ୍ତିଲା ଏକ ବିରାଟ ଟ୍ରେନ ଦୁର୍ଘଟଣା

ରାଉରକେଲା: ଲାଇନମ୍ୟାନଙ୍କ ସତର୍କତା ଯୋଗୁଁ ରବିବାର ଦିନ ରାଉରକେଲାଠାରେ ଏକ ନିଶ୍ଚିତ ଟ୍ରେନ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି । ଏହାଫଳରେ ନିଶ୍ଚିତ ଜୀବନହାନୀ ହେବାରୁ ରକ୍ଷା ମିଳିପାରିଛି । ମିଳିଥିବା ସୂଚନାନୁଯାୟୀ, ଇସ୍ପାତନଗରୀର ବଣ୍ଡମୁଣ୍ଡା ଡ଼ିଜେଲ୍ କଲୋନୀ ନିକଟରେ କେ କ୍ୟାବିନ…

ପଦ୍ମ ଧରିବେ ପ୍ରକାଶ ମିଶ୍ର

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର । ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହେବେ । ପ୍ରକାଶ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏହି ଲୋକସଭା ଆସନ ଲାଗି ବିଜେପି…

ବିଜେପିରୁ ଇସ୍ତଫା ଦେଲେ ରାଜ୍ୟ ଉପ ସଭାପତି ରାଜକିଶୋର ଦାସ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ରାଜକିଶୋର ଦାସ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଜଣେ ଟାଣୁଆ ବିଜେପି ନେତା ଭାବେ ବିବେଚିତ ହେଉଥିବା ରାଜକିଶୋର ଦାସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ବିଜେପି ସଭାପତିଙ୍କ…