Latest Odisha News

BREAKING NEWS

ହକି ବିଶ୍ୱକପ: ଓଡ଼ିଶାକୁ ରେକର୍ଡ଼ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଲାଗି ବେଶ୍ ଭଲ ସମୟ ଚାଲିଛି । ଓଡ଼ିଶାକୁ ୨୦୧୮ ମସିହା ଡ଼ିସେମ୍ବର ମାସରେ ୨୨ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ପ୍ରାୟ ୧୫,୦୦୦ ବିଦେଶୀ ପର୍ଯ୍ୟଟକ ଗତ ୨ ମାସ ମଧ୍ୟରେ ଓଡ଼ିଶା ପରିଦର୍ଶନ କରିଛନ୍ତି । ଭାରତର ଅଗ୍ରଣୀ ବ୍ୟବସାୟ ଭିତ୍ତିକ…

୨୦୧୯ ନିର୍ବାଚନ ଓଡ଼ିଶା ପୋଲିସ ଲାଗି ଏକ ବଡ଼ ଚ୍ୟାଲେଞ୍ଜ୍: ଡ଼ିଜିପି

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଓଡ଼ିଶା ଲାଗି ଏକ ବିରାଟ ଚ୍ୟାଲେଞ୍ଜ୍ ବୋଲି ଗୁରୁବାର ଦିନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ସ୍ଥାନୀୟ ପୋଲିସ ଭବନଠାରେ ଅୟୋଜିତ ହୋଇଥିବା ୬୧ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ…

ଚିଲିକାରେ ଆଜିଠୁ ବାର୍ଷିକ ଡଲଫିନ ଗଣନା ଆରମ୍ଭ

ପୁରୀ : ଚିଲିକା ହ୍ରଦରେ ବାର୍ଷିକ ଡଲଫିନ ଗଣନା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ଡଲଫିନ୍ ଗଣନା ସାମିଲ ରହିଥିବା ୧୧ଟି ଦଳରେ ୮୦ ଜଣ ବିଶେଷଜ୍ଞ ରହିଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଡଲଫିନ ଗଣନାରେ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି…

ନୟାଗଡ: ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ୨ମୃତ, ୫ ଆହତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବକର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିବା ସହ ୫ଜଣ ପୋଲିସ କର୍ମଚାରୀ ଓ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିôବା ବେଳେ ଉତ୍ତେଜିତ ସ୍ଥାନୀୟ ଲୋକମାନେ…

ମେଘାଳୟ ଖଣି ଧସିବା ଘଟଣା: ମାସକ ପରେ ନୌସେନା ଦ୍ୱାରା ପ୍ରଥମ ମୃତଦେହ ଉଦ୍ଧାର

ମେଘାଳୟ : ମେଘାଳୟ ଇଷ୍ଟ ଜୟନ୍ତିଆ ହିଲସ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧ ମାସ ପରେ ନୌସେନା ପକ୍ଷରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେବି ଅପରେସନ୍ ଜାରି ରହିଥିବା ବେଳେ ପ୍ରାୟ ୨୦୦ ଫୁଟ ତଳୁ ନୌସେନା ବୁଡାଳୀ ମାନେ…

ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ଘଟଣା: ଶାଶୂ ଘରେ ପୋଲିସ ଲଗାଇଲେ ‘ଲଟକା’

ସମ୍ବଲପୁର : ସମ୍ୱଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ସିଂହ ମୃତ୍ୟୁ ଘଟଣାରେ ଗୁରୁବାର ଦିନ ବୁର୍ଲା ପୋଲିସ ତାଙ୍କ ଶାଶୂ-ଶ୍ୱଶୁରଙ୍କ ଘରେ ଲଟକା (ନୋଟିସ୍) ଲଗାଇଛି । ମିଳିଥିବା ସୂଚନାନୁଯାୟୀ ବଲାଙ୍ଗିର ଜିଲ୍ଲା ବେଲପଡ଼ା ସ୍ଥିତ ସିମରନ୍ଙ୍କ ଶାଶୂ ଘରେ ପୋଲିସ ପକ୍ଷରୁ ଏହି ଲଟକା ଲଗାଯାଇଛି ।…

ସ୍କୁଲ ଛାତ୍ରୀଙ୍କ ଶିଶୁ ପ୍ରସବ ଘଟଣାରେ ସମଗ୍ର କନ୍ଧମାଳ ବନ୍ଦ, ଜୀବନଯାତ୍ରା ବାଧାପ୍ରାପ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗୀବାଡ଼ିର ଏକ ସେବାଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଜଣେ ୮ମ ଶ୍ରେଣୀ ନାବାଳିକା ଛାତ୍ରୀ ଜାନୁଆରୀ ୧୨ ତାରିଖରେ ଶିଶୁ ସନ୍ତାନ ପ୍ରସବ କରିବା ଘଟଣାରେ, ଆଜି ସମଗ୍ର କନ୍ଧମାଳ ଜିଲ୍ଲାରେ ଏହାକୁ ନିନ୍ଦା କରାଯାଇ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହା ଫଳରେ…

ବିଜେପି ଅଧ୍ୟକ୍ଷ ଅମିତ ଶାହ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ, ଓଡ଼ିଶା ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବୁଧବାର ଦିନ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଫଳରେ ଅସୁସ୍ଥତା ଯୋଗୁଁ ତାଙ୍କୁ ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଅମିତ ଶାହଙ୍କ ଅସୁସ୍ଥତା ଯୋଗୁଁ ବିଜେପିର ଓଡ଼ିଶା ଶାଖା ପକ୍ଷରୁ ତାଙ୍କର…

ଶାମ୍ବଦଶମୀରେ ବାରିପଦାର ପାରମ୍ପରିକ ସୂର୍ଯ୍ୟପୂଜା ଅନୁଷ୍ଠିତ

ବାରିପଦା: ସାରା ଓଡ଼ିଶାରେ ପବିତ୍ର ଶାମ୍ବଦଶମୀ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ବିଗତ ୫୦ ବର୍ଷ ଧରି ଆୟୋଜିତ ହେଉଥିବା ସୂର୍ଯ୍ୟପୂଜା ଭକ୍ତି ସହକାରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବାରିପଦା ସହରସ୍ଥିତ…

ନବ ଦାସଙ୍କ ପରେ ଏବେ କଂଗ୍ରେସ ବିଧାୟକ ଯୋଗେଶ ସିଂହ ଓ ପ୍ରକାଶ ବେହେରା ବିଜେଡ଼ି ମୁହାଁ !

ସୁନ୍ଦରଗଡ଼/ ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଆସନ୍ତା ୨୪ ତାରିଖ ଦିନ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଜଦାନ କରିବା କଥା ସ୍ୱୀକାର କରିସାରିଛନ୍ତି । ଆଜି ମଧ୍ୟ ସେ କଂଗ୍ରେସର ପ୍ରାଥମିକ…