Latest Odisha News

BREAKING NEWS

ଗୋଲ୍ଡେନ ବାବା-ବିଜେଡି ଲିଙ୍କ ନେଇ ଛାତ୍ର କଂଗ୍ରେସର ପୋଲିସକୁ ଟମାଟୋ-ଅଣ୍ଡା ମାଡ

ଭୁବନେଶ୍ୱର : ଗୋଲ୍ଡେନ ବାବା(ଜ୍ୟୋତି ରଞ୍ଜନ ବେଉରା)ଙ୍କ ସହ ବିଜେଡିର କିଛି ବରିଷ୍ଠ ନେତା ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଲିଙ୍କ ନେଇ ଶୁକ୍ରବାର ଦିନ ଛାତ୍ର କଂଗ୍ରେସ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛି । ଛାତ୍ର କଂଗ୍ରେସର ନେତା…

ସିବିଆଇ ମୁଖ୍ୟ ପଦରୁ ହଟିବା ପରେ ଆଇପିଏସ ଚାକିରିରୁ ଆଲୋକ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ପୁଣିଥରେ ଆଲୋକ ବର୍ମାଙ୍କୁ ହଟାଇବା ପରେ ଶୁକ୍ରବାର ଦିନ ସେ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଏକ ସିଲେକ୍ସନ୍ ପ୍ୟାନେଲ୍ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରିଥିଲା । ପରବର୍ତ୍ତୀ ସମୟରେ…

ତୁରନ୍ତ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି କେନ୍ଦ୍ରକୁ ନବୀନଙ୍କ ଚିଠି

ଭୁବନେଶ୍ୱର : ପଶ୍ଚିମ ଓଡିଶା ଓ ଦକ୍ଷିଣାଞ୍ଚଳରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଶୁକ୍ରବାର ଦିନ କେନ୍ଦ୍ରକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏ ସମ୍ପର୍କୀତ ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୬ଟି ପଞ୍ଚାୟତ ପାଇଁ ୨୪.୨୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ଗଞ୍ଜାମ ଜିଲ୍ଲାର ବେଗୁନିଆପଡା, ରାୟଗଡା ଜିଲ୍ଳାର ଚନ୍ଦ୍ରପୁର, ବଲାଙ୍ଗୀର ଜିଲ୍ଲାର…

ମାଲକାନଗିରିରୁ ୨୨ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ପୋଲିସ ଓ ଚାଇଲ୍ଡ ଲାଇନ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏକ ଟିମ୍ ଜିଲ୍ଲାର ପଡିଆ ଅଞ୍ଚଳରୁ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଏହି ଶିଶୁ ଶ୍ରମିକମାନଙ୍କୁ ଆନ୍ଧ୍ର ପ୍ରଦେଶ, ଚେନ୍ନାଇ ଓ ଅନ୍ୟ ରାଜ୍ୟକୁ ଚାଲାଣ କରାଯିବାର…

ମେଘାଳୟ: ଅଜଣା ଦୁବୃର୍ତ୍ତଙ୍କ ଆକ୍ରମଣରେ ୩ ଜଣ ଓଡିଶା ଅଗ୍ନିଶମ କର୍ମଚାରୀ ଆହତ

ଭୁବନେଶ୍ୱର : ମେଘାଳୟ ଇଷ୍ଟ ଜୟନ୍ତିଆ ନିକଟରେ ଓଡିଶା ଅଗ୍ନିଶମ କର୍ମଚାରୀଙ୍କ ବସ ଉପରକୁ ଗୁରୁବାର କିଛି ଅଜଣା ଦୁବୃର୍ତ୍ତମାନେ ଅଚାନକ ପଥର ମାଡ କରିଥିଲେ । ଫଳରେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଜ୍ୟ ଅଗ୍ନିଶମ କର୍ମୀମାନେ ପୂର୍ବ ଜୟନ୍ତିଆ ହିଲ୍ସ ନିକଟରୁ…

ଟାଟା ଷ୍ଟିଲ୍ ପକ୍ଷରୁ ‘ଭୁବନେଶ୍ୱର ଲିଟେରାରୀ ମିଟ୍’ର ୪ର୍ଥ ସଂସ୍କରଣ ଆଜିଠୁ ଆରମ୍ଭ

ଭୁବନେଶ୍ୱର : ଟାଟା ପକ୍ଷରୁ ଷ୍ଟିଲ୍ ଭୁବନେଶ୍ୱର ଲିଟେରାରୀ ମିଟର ଚତୁର୍ଥ ସଂସ୍କରଣ ଶୁକ୍ରବାର ଦିନ ଆରମ୍ଭ ହେଉଛି । ଏହା ଜାନୁଆରୀ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମିଟକୁ ଜୟନ୍ତ ମହାପାତ୍ର ଉଦଘାଟନ କରିବାକୁ ଥିବା ବେଳେ ସୁଗତା ବୋଷ ଓ ଜତୀନ୍ଦ୍ର ନାୟକ ପ୍ରମୁଖ…

ନିର୍ବାଚନରେ ବିଜେଡ଼ି ଏକୁଟିଆ ଲଢିବ: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ତାଙ୍କ ଦଳ ବିଜେପି ଏବଂ କଂଗ୍ରେସ ଦଳଠାରୁ ସମଦୂରତ୍ୱ ବଜାୟ ରଖିବା ସହିତ ବିରୋଧି ମହାଗଠବନ୍ଧନଠାରୁ ଦୂରରେ ରହିବ ବୋଲି ପୁଣି ଥରେ ସଷ୍ଟୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟବାସୀ…

କେନ୍ଦୁଝର: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକସ୍ଥିତ ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଳି ଅଞ୍ଚଳରେ ଗୁରୁବାର ଦିନ ଜଣେ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଗଣେଷ ମୁଣ୍ଡା (୧୯) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଲାଗି ଚଳଚଞ୍ଚଳ ସମଗ୍ର ବରଗଡ

ବରଗଡ଼ : ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…