Latest Odisha News

ଥଣ୍ଡାର ପ୍ରକୋପ ଜାନୁଆରୀ ୧୫ ଯାଏଁ ରହିବ: ପାଣିପାଗ ବିଭାଗ

ଭୁବନେଶ୍ୱର : ଉତ୍ତର ଓ ଉପକୂଳବର୍ତ୍ତୀ ଓଡିଶାରେ ରାତ୍ରିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ପଶ୍ଚିମ ଭାଗରେ ଶୀତ ଲହରୀରେ କୌଣସି ପରିବର୍ତ୍ତନ ହୋଇନାହିଁ । ରାଜ୍ୟରେ ଜାନୁଆରୀ ୧୫ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ବୁଧବାର ଦିନ ଭୁବନେଶ୍ୱର ଆଞ୍ଚଳିକ…

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ସଂସଦରେ ବଜେଟ୍ ଅଧିବେଶନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରି ୧ ତାରିଖରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରାଯିବ । ବୁଧବାର ଦିନ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ଜଣାପଡିଛି ।…

ବିଜେଡି ମହାଗଠବନ୍ଧନର ଅଂଶବିଶେଷ ନୁହେଁ: ନବୀନ

ଭୁବନେଶ୍ୱର : ଆଗାମୀ ରାଜ୍ୟ ବିଧାନସଭା ତଥା ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିାଜଡି ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ତାଙ୍କ ଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖିବା ସହ ମହାଗଠବନ୍ଧନରେ ସାମିଲ ହେବାର ସମ୍ଭାବନାକୁ ଅସ୍ୱୀକାର…

ଚୂଡାନ୍ତ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାନୁଆରୀ ୧୫ ତାରିଖ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଇତିମଧ୍ୟରେ ଚୂଡାନ୍ତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାର (ଆଇଏଏଫ୍) ଏକ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ସକାଳ ୯ଟା ୩୦ମି.ରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ ବୋଲି…

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ରଞ୍ଜିତ କୁମାର ନୂଆ ଆମିକସକ୍ୟୁରୀ ଭାବେ ନିଯୁକ୍ତ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଦିନ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସିଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି । ଆପେକ୍ସ କୋର୍ଟର ୩ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ନିଯୁକ୍ତି…

କେନ୍ଦୁଝର: ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଛଡାଡିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳା ବିପଦଜନ୍ନକ ଭାବେ ଖଟିଆରେ ବୁହା ହେବା ଦୃଶ୍ୟ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମ…

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି…

୧୦% ସାଧାରଣ ବର୍ଗ ସଂରକ୍ଷଣ ବିଲ୍: ଲୋକସଭାରେ ପାସ୍ ପରେ ଏବେ ରାଜ୍ୟସଭା ପାଳି

ନୂଆଦିଲ୍ଲୀ : ଆର୍ଥିକ ରୂପରେ ଅନଗ୍ରସର ସାଧାରଣ ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବିଲ ମଙ୍ଗଳବାର ଦିନ ଲୋକସଭାରେ ପାରିତ ହୋଇଥିଲା । ଆଜି ଏହି ବିଲ୍ କେନ୍ଦ୍ର ସରକାର ରାଜ୍ୟସଭାରେ ଉପସ୍ଥାପନା କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଏହି ସଂରକ୍ଷଣ…

ଭାରତ ବନ୍ଦର ୨ୟ ଦିନ: ଜନଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର : ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ। ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଥିବା ବେଳେ ଏହି ୧୨ ଦଫା ଦାବି ନେଇ…

କାଳିଆ ଯୋଜନା: ସମ୍ବଲପୁରୀ ଓ ଦେଶିଆ ଭାଷାରେ ଗ୍ରାମାଞ୍ଚଳର ଚାଷୀଙ୍କ ମଧ୍ୟରେ ସଚେତନତା

ଭୁବନେଶ୍ୱର: କୌଣସି ଯୋଜନାର ସଫଳ ରୂପାୟନ ପାଇଁ ସୂଚନା, ଶିକ୍ଷା ଓ ପ୍ରସାର ଇତ୍ୟାଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ବିଶେଷକରି ଚାଷୀମାନଙ୍କ ମଧ୍ୟରେ କାଳିଆ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପରିବା ପାଇଁ ଜିଙ୍ଗଲସ୍ ଏବଂ ଭିଡ଼ିଓ ଇତ୍ୟାଦି ଆକାଶବାଣୀ କେନ୍ଦ୍ର, ଟେଲିଭିଜନ, ଭ୍ରାମ୍ୟମାଣ…