Latest Odisha News

BREAKING NEWS

ଓଡ଼ିଶା ଉପକୂଳରୁ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦବାଲି/ଭଦ୍ରକ: ଉଡ଼ିଶା ଉପକୂଳସ୍ଥିତ ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ନିକଟବର୍ତ୍ତୀ ଡ଼ଃ ଅବଦୁଲ କାଲାମ ଦ୍ୱୀପ (ପୂର୍ବରୁ ଏହା ୱିଲର୍ ଦ୍ୱୀପ ଭାବେ ନାମିତ)ରୁ ରବିବାର ସକାଳେ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ ସହିତ ସଫଳତାର ସହିତ ପରୀକ୍ଷଣ…

ମୋଦୀଙ୍କ ଓଡ଼ିଶା ଗସ୍ତ ଲାଗି ସୋମବାର ଦିନ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରୁଥିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ନିରପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଆଇଜି, ସୌମେନ୍ଦ୍ର ପ୍ରିୟଦର୍ଶୀ…

ରାଜଧାନୀ ଏକ୍ସପ୍ରେସ: କୌଣସି ଝଟକା (ଜର୍କ) ବିନା ରେଳଯାତ୍ରା ସମୟରେ ଗୁଣବତ୍ତାରେ ବୃଦ୍ଧି ପାଇଁ ପ୍ରୟାସ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ଏଲ.ଏଚ.ବି. (LHB) କୋଚ ଥିବା ଟ୍ରେନ ମାନଙ୍କରେ ଯାତ୍ରା ସମୟରେ ସାମାନ୍ୟ ଝଟକା ଲାଗିଲାଭଳି ଅନୁଭବ କରୁଥିବାର ଯାତ୍ରୀ ମାନଙ୍କର ଅନୁଭବ ସମ୍ପର୍କରେ ଲୋକମତ ସଂଗ୍ରହ ପରେ ଭାରତୀୟ ରେଳବାଇ ଏକ ବିଶେଷଜ୍ଞ ଦଳ ଗଠନ କରି ପରୀକ୍ଷା ନିରୀକ୍ଷା କରିବାପରେ ଏହି…

ଭୁବନେଶ୍ୱର ବିମାନ ବନ୍ଦରରୁ ୮ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି । ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୨୫୪.୪୭ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୮ଲକ୍ଷ ୨୦ହଜାର ୧୫୬ ଟଙ୍କା ହେବା ନେଇ…

ବିଏସଇ ଅଫିସ ଅଗ୍ନିକାଣ୍ଡ ଘଟଣା: ୪ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ

ସମ୍ବଲପୁର : ସମ୍ବଲପୁର ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା ଅଫିସରେ ନିଆଁ ଲାଗିବା ଘଟଣାରେ ପ୍ରାୟ ୪ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଆକଳନ କରାଯାଇଛି । ଧନୁପାଲି ଥାନାର ତଦନ୍ତ ଅଧିକାରୀ ଏସ୍ ଧାରୁଆଙ୍କ ଉପସ୍ଥିତିରେ ବିଏସଇ ଅଫିସର ଏକ ଟିମ୍ ଦ୍ୱାରା କ୍ଷୟକ୍ଷତିର ମୂଲ୍ୟାଙ୍କନ…

ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ରବିବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅଣ କଂଗ୍ରେସ ଓ ଅଣ ବିଜେପି ମେଣ୍ଟ କରିବା ଲକ୍ଷ୍ୟ ନେଇ…

ନନ୍ଦନକାନନରେ ୨ କଳା ଶାବକକୁ ଜନ୍ମ ଦେଲା ‘ବାଘୁଣୀ ରେଣୁକା’

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘୁଣୀ ରେଣୁକା ଆଜି ୨ଟି କଳା ରଙ୍ଗର ବାଘ ଛୁଆଙ୍କୁ ଜନ୍ମ ଦେଇଛି । ନନ୍ଦନକାନନର ୩୩ ନମ୍ବର ଏନକ୍ଲୋଜର୍ରେ ରହୁଥିବା ବାଘୁଣୀ ରେଣୁକା ଓ ତାର ୨ଟି ନବଜାତକ ଶାବକକୁ ସିସିଟିଭିରେ ଠାବ କରାଯାଇଥିବା ନେଇ ପ୍ରାଣୀ ଉଦ୍ୟାନର ଉପ…

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ହୃଦଘାତରେ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଶନିବାର ଏକ ଇଣ୍ଡିଗୋ ବିମାନ-୬ଇ ୮୨୨କୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୋଲକାତାରୁ ବାଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏହି ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା…

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ୭ ଦାଦନ ଶ୍ରମିକ

ସୁନ୍ଦରଗଡ : ଓଡିଶା ଶ୍ରମ ବିଭାଗ ପକ୍ଷରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଇଟାଭାଟିରେ ଫସି ରହିଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୭ ଜଣ ଶ୍ରମିକଙ୍କ ମଧ୍ୟରେ ୩ଜଣ ମହିଳା ରହିଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଶୁକ୍ରବାର ଓଡିଶାକୁ ଫେରାଇ ଅଣାଯାଇଛି । ଉଦ୍ଧାର…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ଟ୍ରାଲ୍ ସେକ୍ଟରରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ପୁଲୱାମା ଜିଲ୍ଲାର…