Latest Odisha News

BREAKING NEWS

ଘୂର୍ଣ୍ଣିଝଡ଼ ‘ପିଥାଇ’ ଛୁଇଁଲା ଆନ୍ଧ୍ର ସ୍ଥଳଭାଗ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପିଥାଇ’ । ଏହି ସାମୁଦ୍ରିକ ଝଡ଼ କ୍ରମେ ଦୁର୍ବଳ ହୋଇ ଆନ୍ଧ୍ର ଉପକୂଳ କାକିନାଡ଼ାରୁ ୬୦ କିମି ଦୂର ଏବଂ ପୁଡୁଚେରୀ ଦକ୍ଷିଣରେ ଥିବା ୩୫ କିମି ଦୂର ୟାନମ ସ୍ଥଳଭାଗରେ ପହଞ୍ଚିଛି । ସୋମବାର ଅପରାହ୍ନ ୧୨.୩୦ ସମୟରେ ‘ପିଥାଇ’…

ମଧ୍ୟପ୍ରଦେଶରେ ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କମଳନାଥ

ଭୋପାଳ : ବରିଷ୍ଠ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କମଳନାଥ ପୂର୍ବରୁ ଛିନ୍ଦୱାଡା ସଂସଦୀୟ କ୍ଷେତ୍ରରୁ ୯ଥର ନିର୍ବାଚିତ…

ଧାନର ‘ଏମଏସପି’ ବୃଦ୍ଧି ଦାବି ନେଇ ଜାନୁଆରୀ ୮ ରେ ବିଜେଡିର ସଂସଦ ସାମ୍ନାରେ ବିକ୍ଷୋଭ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ଦାବିରେ ବିଜୁ ଜନତା ଦଳ ଆସନ୍ତା ଜାନୁଆରୀ ୮ ତାରିଖରେ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ଦଳୀୟ କାର୍ଯ୍ୟାଳୟଠାରେ ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେଡ଼ି…

ଘୂର୍ଣ୍ଣିଝଡ ‘ପିଥାଇ’, ଗଜପତିରେ ସ୍ଥାନାନ୍ତରୀତ ହେଲେ ୧୧ ହଜାର ଲୋକ

ଭୁବନେଶ୍ୱର : ଘୂର୍ଣ୍ଣିଝଡ ‘ପିଥାଇ’ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ବେଳେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ପଡିବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଥିଲା । ଫଳରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।…

ନନ୍ଦନକାନନରେ କାଉ ମଡ଼କ: ବାର୍ଡ୍ ଫ୍ଲୁ ଆଶଙ୍କା ଯୋଗୁଁ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନର ଆଖପାଖ ଅଞ୍ଚଳରେ ବହୁସଂଖ୍ୟାରେ ପକ୍ଷୀ ମଡ଼କ ଦେଖାଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଏହି ଅଞ୍ଚଳରେ ବହୁ ସଂଖ୍ୟାରେ କାଉ ମରିଯାଉଥିବା ଲକ୍ଷ୍ୟ କରାଯାଉଥିବା ବେଳେ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କର ମଧ୍ୟ…

ଗଞ୍ଜାମରେ ପୁଣି ଏକ ମୃତ ଦନ୍ତାହାତୀ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଶିକାରୀ ଗୁଳିରେ ଗତକାଲି ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ବେଳେ ଆଜି ପୁଣିଥରେ ଜିଲ୍ଲାର ଭଞ୍ଜନଗର ତାରାସିଂ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଢେପା ସାହିରୁ ଆଉ ଏକ ହାତୀର ମୃତଦେହ ଜବତ ହୋଇଛି । ଆଜି କିଛି ସ୍ଥାନୀୟ ବାସିନ୍ଦା କୋକଳବା ନାଳ ନିକଟରୁ ହାତୀର…

ଘୂର୍ଣ୍ଣିଝଡ଼ ପିଥାଇ: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ପିଥାଇ ସୋମବାର ଅପରାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି । ଏହି ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଥିବାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ…

ଋାଜସ୍ଥାନ: ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ଅଶୋକ ଗେହଲଟ୍

ଜୟପୁର : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ । ରାଜ୍ୟପାଳ କଲ୍ୟାଣ ସିଂହ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା ।…

ଆନ୍ଧ୍ର ଉପକୂଳରେ ‘ପିଥାଇ’ ଘୂର୍ଣ୍ଣିଝଡ଼, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ଅନୁଭୁତ ହେଉଥିବା ‘ପିଥାଇ’ ଘୂର୍ଣ୍ଣିଝଡ଼ ଏବେ ଆନ୍ଧ୍ର ଆଡ଼କୁ ମୁହାଁଉଛି । ସୋମବାର ଅପରାହ୍ନ ସୁଦ୍ଧା ଏହି ଘୂର୍ଣ୍ଣିଝଡ଼ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଉପକୂଳର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂତ୍ରରୁ ସୂଚନା ମିଳିଛି ।…

ଶିଖ୍ ବିରୋଧି ଦଙ୍ଗା: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସୋମବାର ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ସାରା…