Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା: ବନ୍ୟା ମୁକାବିଲା ଲାଗି ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ମହାନଦୀ ଅବବାହିକାରେ ବର୍ଷା ଯୋଗୁଁ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ଥିବାରୁ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରିସ୍ଥିତିର ମୁକାବିଲା ଲାଗି…

ଆସୁଛି ପ୍ରଳୟଙ୍କାରୀ ବନ୍ୟା ! ୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଗତ ୨ ଦିନ ହେଲା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି । ତେବେ ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ଆଶଙ୍କା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବନ୍ୟାର ଯଥେଷ୍ଟ ସମ୍ଭାବନା ରହିଥିଲେ ମଧ୍ୟ ଛୋଟ ଓ ମଧ୍ୟମ ଧରଣର ବନ୍ୟା ଆଶଙ୍କା…

ରଥରେ ମହାପ୍ରଭୁଙ୍କ ସୁନାବେଶ: ଦର୍ଶନ ଲାଗି ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲା

ପୁରୀ: ଆଜି ହେଉଛି ଆଷାଢ ଶୁକ୍ଳ ଏକାଦଶୀ ତିଥି । ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ କରିବେ ସୁନା ବେଶରେ । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ମୁହାଁ ହୋଇଛନ୍ତି ମହାପ୍ରଭୁ । ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ୍ଙ୍କ ଭିଡ଼ ଜମିବାରେ ଲାଗିଛି । ମହାପ୍ରଭୁଙ୍କ…

ମହାନଦୀରେ ବଢୁଛି ଜଳସ୍ତର: ମଧ୍ୟମ ଧରଣର ବନ୍ୟା ଆଶଙ୍କା, ୨୪ରେ ହିରାକୁଦରୁ ଜଳ ନିଷ୍କାସନ

ଭୁବନେଶ୍ୱର : ହିରାକୁଦ ଜଳଭଣ୍ଡାରରୁ ୨୪ ତାରିଖରେ ଜଳ ନିଷ୍କାସନ ହେବାକୁ ଥିବା ବେଳେ ଏବେ କିନ୍ତୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ୬ଟି ଜିଲାରେ ମହାନଦୀ ଓ ତା’ର ଶାଖାନଦୀ ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ…

ସିଂହଦ୍ୱାରରେ ପହଞ୍ଚିଲେ ମହାପ୍ରଭୁ, ଗଜପତିଙ୍କ ମଧ୍ୟସ୍ଥତାରେ ସମ୍ପନ୍ନ ହେଲା ଲକ୍ଷ୍ମୀ-ନାରାୟଣ ଭେଟ

ପୁରୀ: ରବିବାର ପୁରୀ ଶ୍ରୀକ୍ଷେତ୍ରଧାମରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଦ୍ଧା ମୂରତିଙ୍କର ପବିତ୍ର ବାହୁଡ଼ା ଯାତ୍ରା ଏବଂ ତତସହିତ ସମ୍ପନ୍ନ ହୋଇଛି ଚର୍ଚ୍ଚିତ ଲକ୍ଷ୍ମୀ-ନାରାୟଣ ଭେଟ । ଦୀର୍ଘ ୫୦ ବର୍ଷର ରେକର୍ଡ଼ ଭଙ୍ଗ କରିଛି ପୁରୀର ବାହୁଡ଼ା ଯାତ୍ରା । ସଂଜ ହେବା ପୂର୍ବରୁ ଅର୍ଥାତ ୫ଟା…

ପୁଣି ପ୍ରବଳ ବର୍ଷିବ, ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ ୧୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ,…

ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି

ସମ୍ବଲପୁର: ସମ୍ବଲପୁର ସହରରେ ଗତକାଲି ଠାରୁ ଲଗାଣ ବର୍ଷାରେ ସାରା ସହର ଜଳାର୍ଣ୍ଣବ ହୋଇଛି । ସବୁଆଡ଼େ ପାଣିର ଲହଡ଼ି ଖେଳୁଛି । ରାସ୍ତାଘାଟର ପାଣି ଘରେ ଘରେ ପ୍ରବେଶ କରିବା ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବନ୍ୟା ଆଶ୍ରୟସ୍ଥଳୀ ।…

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଶରାଧାବାଲିର ପବିତ୍ର ପଥରେ ତିନିରଥ ଗଡ଼ିଲା । ଘଣ୍ଟ ଘଣ୍ଟା ବାଦ୍ୟରେ , ଚାମର ଆଲଟ ପତାକାରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହେଲା । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ସବା ଶେଷରେ…

ବାହୁଡୁଛନ୍ତି ଆଜି ମହାବାହୁ: ପହଣ୍ଡି କରି ରଥାରୂଢ ହେଲେ ତିନି ଠାକୁର, ଗଜପତି କଲେ ଛେରାପହଁରା

ପୁରୀ: ଆଜି ହେଉଛି ଆଷାଢ ଶୁକ୍ଳ ଦଶମୀ ତିଥି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ବାହୁଡୁଛନ୍ତି ମହାପ୍ରଭୁ । ଶରଧାବାଲିରେ ଲକ୍ଷାଧିକ ଶ୍ରଦ୍ଧାଳୁ୍ଙ୍କ ଭିଡ଼ । ମହାପ୍ରଭୁଙ୍କ ମାନବୀୟ ଲୀଳା ସ୍ୱଚକ୍ଷୁରେ…

ମହିଳା ବିଶ୍ୱକପ ହକି: ଉଦଘାଟନୀ ମ୍ୟାଚରେ ଭାରତ-ଇଂଲଣ୍ଡ ୧-୧ରେ ଡ୍ର ରଖିଲେ

ଲଣ୍ଡନ : ମହିଳା ବିଶ୍ୱକପର ୧୪ତମ ସଂସ୍କରଣ ଇଂଲଣ୍ଡର ଲଣ୍ଡନଠାରେ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ରାଣୀ ରାମପାଲଙ୍କ ନେତୃତରେ ବିଶ୍ୱକପ ଖେଳୁଥିବା ଭାରତୀୟ ହକିଦଳ ଇଂଲଣ୍ଡ ସହିତ ୧-୧ରେ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହେଲା । ମ୍ୟାଚର ୨୫ ମିନିଟରେ ଭାରତୀୟ ସ୍କୋରର ନେହା ଗୋୟଲ ଏକ…