Latest Odisha News

BREAKING NEWS

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ କରୋନା ପଜିଟିଭ, ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ କରୋନା ପଜିଟିଭ । ଏହି ୫ ଜଣ କରୋନା ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରେ ପହଞ୍ଚି ଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…

ଆଜି ରାତିରେ କେଉଁସବୁ ଜିଲ୍ଲାରେ ହେବ ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ଶନିବାର ରାତିରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ରାତି ୧୧ଟା ୩୦ରେ ଏହି ସବୁ…

କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି

ନୂଆଦିଲ୍ଲୀ: କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି । ଶନିବାର ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ୍ ଷ୍ଟଡିଜ ଏହି ରିପୋର୍ଟ ପ୍ରକାଶ କରିଛି । କିଛି ଦିନ ତଳେ କାବୁଲରେ ହୋଇଥିବା ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଇଏସଆଇର ହାତ ଥିଲା । ଏହାର ଅଭିଯୋଗରେ…

କରୋନା ଅପଡେଟ୍‌; ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପୁଡିଆ ବାଣ୍ଟିଲା ଯୁବୋଦୟ !

କେନ୍ଦ୍ରାପଡା: କରୋନା ମହାମାରୀରେ ସାରା ଦେଶ ଲକ୍‌-ଡାଉନ୍ । ସଚେତନତା ହେଉ ଅବା ସରକାରୀ ନିର୍ଦ୍ଦେଶର ବାଧ୍ୟବଧକତା । ସମସ୍ତେ ଏବେ ଘରେ ରହିଛନ୍ତି । ହେଲେ ଏଭଳି ଆପାତକାଳୀନ ସ୍ଥିତିରେ ବି କାମ ବନ୍ଦ କରିନାହାନ୍ତି ରାଜ୍ୟର କୌଣସି ପୌରପାଳିକା । କେନ୍ଦ୍ରାପଡା ପୌରପାଳିକାର ସଫେଇ…

କରୋନା ପାଇଁ ବାତିଲ ହେଲା ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’

ବୁନୋଲ୍‌ (ସ୍ପେନ): କରୋନା ସଂକ୍ରମଣ ପାଇଁ ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’ ବାତିଲ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ସ୍ପେନରେ କରୋନା ମହାମାରୀ ରୂପ ନେଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଉତ୍ସବକୁ ବାତିଲ କରାଯାଇଛି । ସହସ୍ରାଧିକ ବିଦେଶୀ…

କ୍ରିକେଟର ରିଦ୍ଧିମାନ ଶାହଙ୍କ ଘରୁ ଚୋରି ଉଦ୍ୟମ

କଲିକତା: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ରିଦ୍ଧିମାନ ଶାହଙ୍କ ଘରୁ କେତେକ ଚୋର ଚୋରି କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବିଫଳ ହୋଇଛନ୍ତି । ସିଲିଗୁଡିରେ ଘରେ କେହି ନ ଥିବା ବେଳେ ସେମାନେ ଏହି ଉଦ୍ୟମ କରିଥିଲେ । ତେବେ ପାଖରେ ରହୁଥିବା ଶାହଙ୍କ ଚାଚା ଏହାକୁ ବିଫଳ କରିବା ସହ ପୋଲିସକୁ…

କେତେ ସତ କେତେ ମିଛ; ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି କିମ୍ ଜଙ୍ଗଙ୍କ ମୃତଦେହର ଫଟୋ !

ସିଓଲ୍‌: ସତରେ କ’ଣ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ମୃତ? ନା ତାଙ୍କର ଫଟୋକୁ ବିକୃତ କରାଯାଇଥିବା ଛବିର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି ? ସବୁ କିଛି ଏବେ ରହସ୍ୟ ଘେରରେ । ଏଯାଏଁ ଏହି ଫଟୋର ମଧ୍ୟ ସତ୍ୟାସତ୍ୟ ଉନ୍ମୋଚିତ ହୋଇପାରୁନାହିଁ । ତିନିଦିନ ପୂର୍ବରୁ…

ସାଉଦି ଆରବରେ ବେତ ପ୍ରହାର ଦଣ୍ଡାଦେଶ ଉଠିଲା

ରିୟାଦ: ସାଉଦି ଆରବରେ ଶନିବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ଏହା ଅନୁସାରେ ଆଗକୁ କୌଣସି ଦଣ୍ଡିତକୁ ବେତ ପ୍ରହାର ପରି କଠୋର ଦଣ୍ଡ ଦିଆଯିବ ନାହିଁ । ଏହା ବଦଳରେ ଜରିମାନା କିମ୍ବା ଜେଲ ଦଣ୍ଡା ଦିଆଯିବ । ଏହାର ସମସ୍ତ ଶ୍ରେୟ କିଙ୍ଗ ସଲମାନ ଏବଂ ତାଙ୍କ ପୁତ୍ର କ୍ରାଉନ…

୨୪ ଘଂଟାରେ ୬ ପ୍ରତିଶତ ହ୍ରାସ ପାଇଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା । ନୀତି ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣ ୬ ପ୍ରତିଶତ ହ୍ରାସ ପାଇଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ କରୋନା ସଂକ୍ରମିତ ସଂଖ୍ୟା…

ଆସନ୍ତାକାଲି ଅକ୍ଷୟ ତୃତୀୟା: ଶ୍ରୀମନ୍ଦିର ବାହାରବେଢାରେ ଅନୁକୂଳ ହେବ ରଥକାଠ

ପୁରୀ: ଶ୍ରୀମନ୍ଦିର ପରିସର ମଧ୍ୟରେ ଥିବା ବାହାରବେଢାରେ ନିର୍ମିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ୩ ରଥର ନିର୍ମାଣ କାର୍ଯ୍ୟ ଆନନ୍ଦବଜାର ପଛପଟକୁ ଥିବା ଚାହାଁଣୀ ମଣ୍ଡପ ଏବଂ ସ୍ନାନ ମଣ୍ଡପ ନିକଟରେ ହେବ । ପୁରୀ ଶଙ୍କରାଚାର୍ଯ୍ୟଙ୍କ…