Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଇନ୍ଦିରାଙ୍କ ଅନ୍ତ୍ୟେଷ୍ଟିରେ ନମାଜ ପଢିଥିଲେ ରାହୁଲ ଓ ରାଜୀବ ଗାନ୍ଧୀ !

ଭୁବନେଶ୍ୱର: ସୋନିଆ ଗାନ୍ଧୀ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ତିକ୍ତତା ଏବେ ସୋସିଆଲ୍ ମିଡିଆରେ ଖୋରାକ୍ ଯୋଗାଇଛି । ଏକ ପୁରୁଣା ଫଟୋ ଏବେ ଭାଇରାଲ୍ ହୋଇଛି । ଯେଉଁଥିରେ ରାହୁଲ ଓ ସ୍ୱର୍ଗତଃ ରାଜୀବ ଗାନ୍ଧୀ ହାତଯୋଡି ଏକ କଫିନ୍ ପାଖରେ ଛିଡା ହୋଇଛନ୍ତି । ଏହି ଫଟୋରେ ସୋନିଆ ଗାନ୍ଧୀ ଓ ପି.ଭି…

ଦୋକାନ ଗୁଡ଼ିକୁ ପୁନଃ ଖୋଲିବା ଲାଗି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି: ପୋଲିସ କମିଶନର

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦୋକାନ ବଜାର ଖୋଲିବା ସମ୍ପର୍କୀତ ଏକ ବିଜ୍ଞପ୍ତି ଶୁକ୍ରବାର ଦିନ ପ୍ରକାଶ ପାଇବା ପରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶା ସରକାର ମଧ୍ୟ ଏହି ନିଷ୍ପତ୍ତି ନେବେ। ସେ ଟୁଇଟ୍ କରି କହିଛନ୍ତି ଯେ, ସ୍ଥାନୀୟ…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳେ ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୧,୪୫୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୯୭, ୨୯୭ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୮,୦୬,୮୯୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୫ ତାରିଖ ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ…

ରାଜ୍ୟର ଏସବୁ ଜିଲ୍ଲାରେ ରହିଛି ଝଡବର୍ଷା ଆଶଙ୍କା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଶନିବାର ଦିନ ଓଡ଼ିଶାର ୫ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗଞ୍ଜାମ, କୋରାପୁଟ, ଗଜପତି, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ…

ମହାମାରୀ ସଙ୍କଟରେ କେତେଦୂର ସଫଳ ହେବ ଦୂରଶିକ୍ଷା ?

ଆନୁଷ୍ଠାନିକ ଶିକ୍ଷା ସବୁ ଯୁଗରେ ଓ ସବୁ ଦେଶରେ ଗୁରୁ-ଶିଷ୍ୟ ବା ଶିକ୍ଷକ-ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ମୁକ୍ତ ପ୍ରାଙ୍ଗଣେର କିମ୍ବା ଶ୍ରେଣୀଗୃହରେ ପାଠ୍ୟକ୍ରମର ସିଧାସଳଖ ବିନିମୟ ମାଧ୍ୟମରେ ସମାହିତ ହୋଇଥାଏ| ଏପରିକି କର୍ମଭିତ୍ତିକ ଶିକ୍ଷା ମଧ୍ୟ ଗୁରୁଙ୍କ ନିର୍ଦ୍ଦେଶନାରେ ଅଥବା ସହାୟତାରେ…

କୋଭିଡ-୧୯ ଲକଡାଉନ; ଆଜିଠାରୁ ଖୋଲିଲା ଏହିସବୁ ଦୋକାନ ବଜାର

ନୂଆଦିଲ୍ଲୀ: ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଶନିବାର ଠାରୁ ଖୋଲିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଉକ୍ତ ନିର୍ଦ୍ଦେଶାନାମା ଅନୁଯାୟୀ, ସମସ୍ତ ସ୍ବତନ୍ତ୍ର ଦୋକାନ, ଆବାସିକ କମ୍ପ୍ଲେକ୍ସରେ ଥିବା ଦୋକାନ,…

ଗତ ୨୪ ଘଣ୍ଟାରେ ଆମେରିକାରେ ୧୨୫୮ କରୋନା ରୋଗୀଙ୍କ ମୃତ୍ୟୁ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୧,୦୧୭ରୁ ଅଧିକ ଟପିଲାଣି । ଏହାବ୍ୟତିତ ୯ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୫୦୬ ଏବଂ ୭୭୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୨୧,୫୦୬ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧୮,୬୬୮ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୭୭୫ ଜଣ…

କରୋନା ମହାମାରୀ ସମୟରେ ସମର୍ପିତ ଓଡ଼ିଶାର ରକ୍ତଦାନ ଶିବିର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଆଜି ପଳାଶୁଣି ଦୁର୍ଗାପୂଜା ମଣ୍ଡପରେ ଅମୃତ ସଂଜୀବନି କାର୍ଯ୍ୟକ୍ରମ ଅନ୍ତର୍ଗତଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସରକାରଙ୍କର ସାମାଜିକ ଦୂରତ୍ୱ ନିୟମକୁ ମାନି ସମସ୍ତ ସ୍ବେଚ୍ଛାକୃତ…

ଯାଜପୁରରେ ସଟ୍‌ଡାଉନ୍ ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

ଯାଜପୁର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସହିତ ଯାଜପୁର ଜିଲ୍ଲାରେ ଜାରିହୋଇଛି ୬୦ ଘଣ୍ଟିଆ ସଟ୍ ଡାଉନ୍ । ଜିଲାରେ ସଟ୍‌ଡାଉନ୍ କଟକଣାକୁ କଡାକଡି ଭାବରେ ଲାଗୁ କରାଯାଉଥିବାବେଳେ ଶୁକ୍ରବାର ସ୍ଥିତିର ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ୍…