Latest Odisha News

BREAKING NEWS

ଫୁଲୱାମା ଆକ୍ରମଣ: ୪୪ ଜଣ ସୈନିକଙ୍କ ସହ ଦେଶଲାଗି ପ୍ରାଣବଳୀ ଦେଲେ ଓଡ଼ିଆ ଯବାନ ପ୍ରସନ୍ନ ସାହୁ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରର ଫୁଲୱାମାଠାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆକ୍ରମଣରେ ଯେଉଁ ୪୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ବୀର ଯବାନ ପ୍ରସନ୍ନ କୁମାର ସାହୁ । ଏହି ଖବର ମିଳିବା ମାତ୍ରେ ସହିଦ ସିଆରପିଏଫ ଯବାନ ପ୍ରସନ୍ନଙ୍କ ଗ୍ରାମ…

ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ବାଚନ କମିଶନଙ୍କୁ ରାଜନୈତିକ ଦଳଙ୍କ ନିବେଦନ

ଭୁବନେଶ୍ୱର: ରାଜ୍ୟରେ ଶୃଙ୍ଖଳିତ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳିତ କରିବାକୁ ଗୁରୁବାର ଦିନ ଓଡ଼ିଶାର ସମସ୍ତ ରାଜନୈତିକ ଦଳମାନେ ନିର୍ବାଚନ କମିଶନଙ୍କୁ କହିଛନ୍ତି । ନିର୍ବାଚନ ପ୍ରସ୍ତୁତି ବୈଠକରେ ଯୋଗ ଦେବାପରେ ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି,…

କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବରେ ଓଡିଶା ସମ୍ମାନିତ

ମୁମ୍ବାଇ: ସମଗ୍ର ଦେଶରେ ଓଡ଼ିଶା ରାଜ୍ୟ କ୍ରିଡ଼ାର ବିକାଶ ଲାଗି ସର୍ବୋତ୍ତମ ରାଜ୍ୟ ଭାବେ ‘ସ୍ପୋର୍ଟସ ଷ୍ଟାର’ ପ୍ରତ୍ରିକା ତରଫରୁ ପୁରସ୍କାର ହାସଲ କରିପାରିଛି । ମୁମ୍ବାଇର ହୋଟେଲ୍ ତାଜ ମହଲଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ…

ଜୈଶ-ଇ-ମହମ୍ମଦର ଫୁଲୱାମାରେ ଆତ୍ମଘାତୀ ବିସ୍ଫୋରଣ: ୪୦ ସିଆରପିଏଫ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଫୁଲୱାମାଠାରେ ଆତ୍ମଘାତୀ ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ୪୦ ରେ ପହଞ୍ଚିବା ସହିତ ୪୫ ଜଣ ସୁରକ୍ଷାକର୍ମୀ ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଥିବାର ସୂଚନା…

ଭାଲେଣ୍ଟାଇନ୍ ଡେ: ଓଡିଶା ମାଟିର ନିଚ୍ଛକ ପ୍ରେମ କାହାଣୀ

ଭୁବନେଶ୍ୱର : ପ୍ରେମ ହେଉଛି ସତ୍ୟ ଓ ଶାଶ୍ୱତ । ଏହି ପ୍ରେମକୁ ନେଇ ଅତୀତରେ ରୋମିଓ-ଜୁଲିଏଟ୍, ଶିରିନ୍-ଫହରାଦ,ସୋନୀ-ମହିବାଲ, ହୀର-ରାଞ୍ଝ ଓ କେଦାର-ଗୌରୀଙ୍କ ଭଳି ଅନେକ ଉଦାହରଣ ରହିଛି । ନିଜ ପ୍ରେମକୁ ପାଇ କିଏ ଖୁସି ତ ଆଉ କାହାର ସାରା ଜୀବନ ଦୁଃଖରେ ଭରି ଯାଇଛି । କିନ୍ତୁ ବାସ୍ତବିକ…

ସୁନ୍ଦରଗଡ: ଗାତରେ ପଡି ହାତୀ ଛୁଆର ମୃତ୍ୟୁ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ ବିଶ୍ରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହିପାଣି ନିକଟରେ ଥିବା ଏକ ଗାତରେ ପଡି ହାତୀ ଛୁଆର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଦୁର୍ଭାଗ୍ୟବଶତଃ ଏହି ହାତୀ ଛୁଆଟି ରେଳବିଭାଗ ଦ୍ୱାରା ଖୋଳା ଯାଇଥିବା ଏକ ଗାତରେ ପଡ଼ିଯାଇଥିଲା । ଫଳରେ…

ଆଜି ମୁମ୍ବାଇରେ ‘ସ୍ପୋର୍ଟଷ୍ଟାର ଆୱାର୍ଡ’ ଉତ୍ସବରେ ଯୋଗଦେବେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ‘ସ୍ପୋର୍ଟଷ୍ଟାର ଆୱାର୍ଡ’ ପ୍ରଦାନ ସମାରୋହରେ ଯୋଗଦେବା ପାଇଁ ମୁମ୍ବାଇ ଗସ୍ତ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ୮ଟା ୨୫ ମିନିଟରେ ଭିଟି ଏଓକେ ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ…

କଟକ ଏସସିବି ମେଡ଼ିକାଲରେ ଅଗ୍ନିକାଣ୍ଡ, ରୋଗୀ ସୁରକ୍ଷିତ

କଟକ: କଟକ ଏସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗ ଓଟିରେ ଗୁରୁବାର ଦିନ ଅକସ୍ମାତ ଅଗ୍ନିକାଣ୍ଡ ଘଟି ଧୂଆଁମୟ ହୋଇଯିବା ଫଳରେ ସେଠାରେ ଉପସ୍ଥିତ ଥିବା ରୋଗୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇନାହାନ୍ତି ବୋଲି ଏସସିବି…

ନାବାଳିକାଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ ଶିକ୍ଷକ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳରେ ବୁଧବାର ଦିନ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକମାନେ ଜଣେ ଶିକ୍ଷକଙ୍କୁ ନିସ୍ତୁକ ପିଟିଛନ୍ତି । ଉକ୍ତ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି କିଛି ଲୋକ ମାଡ ମାରୁଥିବା ଭଳି ଏକ ଭିଡିଓ ଫୁଟେଜ ଏବେ ଭାଇରାଲ…

‘ଭାଲେଣ୍ଟାଇନ୍ ଡେ’: ରାଜଧାନୀରେ ବଜରଙ୍ଗ ଦଳ କର୍ମୀଙ୍କ ର‌୍ୟାଲି

ଭୁବନେଶ୍ୱର : ‘ଭାଲେଣ୍ଟାଇନ୍ ଡେ’କୁ ବିରୋଧ କରୁଥିବା ବଜରଙ୍ଗ ଦଳ ରାଜଧାନୀରେ ଗୁରୁବାର ଦିନ ସମାଲୋଚନା କରିବା ସହ ଏକ ର‌୍ୟାଲି ଆୟୋଜନ କରିଛନ୍ତି । ଆଜିର ଏହି ଦିନଟିକୁ ଅଧିକାଂଶ ଯୁବବର୍ଗର ପ୍ରେମୀ ଯୁଗଳ ‘ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ଭାବେ ପାଳନ କରୁଛନ୍ତି । ତେବେ ରାଜଧାନୀର…