Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ଖୋର୍ଦ୍ଧା…

‘ଓଏଚଆରସି’ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବିପି ଦାସ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୨ ତାରିଖରେ ଓଏଚଆରସି ଅଧ୍ୟକ୍ଷ ଭାବେ ଜଷ୍ଟିସ ବିପି ଦାସଙ୍କ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବଲାଙ୍ଗୀରରେ ୩ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଭିନ୍ନଭିନ୍ନ ସ୍ଥାନରେ ବୁଧବାର ଦିନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ଘଟିଛି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ ଅଗଲପୁର ଗ୍ରାମରେ ଜଣେ ମହିଳା ଛାତ ଉପରେ କପଡା ଶୁଖାଉଥିବା ବେଳେ କୌଣସି କାରଣବଶତଃ ସେ ବିଦ୍ୟୁତ୍ ତାର୍…

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ଆଜି ଜିଲ୍ଲାପାଳଙ୍କୁ ଭେଟିବ ୧୫ ଜଣିଆ କମିଟି

ପୁରୀ: ପୁରୀରେ ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଫଳରେ ବଡ ଆଖଡା ମଠର ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଥିଲା । ଏହାକୁ ନେଇ ବୁଧବାର ଦିନ ଜିଲ୍ଲାପାଳ ବଳବନ୍ତ ସିଂହଙ୍କୁ ଭେଟିବାକୁ ଯାଉଛନ୍ତି ୧୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଗଠିତ…

ଲଗାଣ ବର୍ଷା ଯୋଗୁଁ ସୋନପୁରରେ ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର: ସୋନପୁର ଜିଲ୍ଲାରେ ଗତ ୨ ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମିଳିଥିବା ସୂଚନାନୁଯାୟୀ ସୋନପୁର ବ୍ଲକ୍ ସ୍ଥିତ ପାଇକବାହଲ ଗ୍ରାମ ନିକଟରେ ଥିବା ରାକ୍ଷସ ନାଳ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟା…

ଜାଣନ୍ତୁ, ଟି-୨୦ କ୍ରିକେଟରୁ କାହିଁକି ଅବସର ନେଲେ ମିତାଲି ରାଜ୍ !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ଅର୍ଥାତ୍ ଦୁଇ ଦଶନ୍ଧୀ ଧରି ଭାରତୀୟ ମହିଳା କ୍ରିକେଟ ସହିତ ଜଡ଼ିତ ହୋଇ ଆସିଥିବା କ୍ରିକେଟର୍ ମିତାଲି ଦୋରାଇ ରାଜ୍ ଟି-୨୦ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଦେଶ ବିଦେଶରେ ରହିଥିବା ମିତାଲିଙ୍କର ଶହ ଶହ ଫ୍ୟାନଙ୍କ ଲାଗି ଏହା ଅସହ୍ୟ ହୋଇ ପଡ଼ିଥିବା ବେଳେ…

ପୁରୀ ‘ବଡ଼ ଆଖଡ଼ା ମଠ’: ଜାଣନ୍ତୁ, କିଛି ଅଜଣା ତଥ୍ୟ…

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ନିମନ୍ତେ ଏବେ ଶ୍ରୀମନ୍ଦିର ଚାରିପାଖରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଏହି ବିଶ୍ୱପ୍ରସିଦ୍ଧ ପୁରାତନ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ରହିଥିବା ଦୋକାନ, ଘର, ମଠ ତଥା ବିଭିନ୍ନ ପ୍ରକାରର ଅନୁଷ୍ଠାନଗୁଡ଼ିକୁ ଜିଲ୍ଲା ପ୍ରଶାସନ ଭାଙ୍ଗିବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୦୯-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୪ ରିଖ ବୁଧବାର ବାର ସିଂହ ୧୯ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର: କର୍କଟ ରାଶିର ଆଜି:…

ନୂଆ ସକାଳର କଥା ନେଇ ଆସିଛି ଓଡ଼ିଆ ଫିଲ୍ମ ‘ମାଟିମୁହଁ’

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାରେ ଚାଲିଛି 'ଚାଲୁ ସିନେମା'ର ଯୁଗ । ପୁଣି ଏସବୁ ସିନେମା ମୌଳିକ ବି ନୁହେଁ, କାହାର ନ କାହାର ନକଲ। ଫଳରେ ଓଡ଼ିଆ ସିନେମା ହରେଇ ଚାଲିଛି ତାର ପୂର୍ବ ଗୌରବ । ଅନ୍ୟପଟେ ଓଡିଆ ଫିଚର ଫିଲ୍ମକୁ ବର୍ଷବର୍ଷ ଧରି ମିଳୁନାହିଁ କୌଣସି ଜାତୀୟ ପୁରସ୍କାର ।…

ବଡ଼ ଆଖଡ଼ା ମଠ ଉଚ୍ଛେଦ ହେବ କି ନାହିଁ; ତିନି ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ, କହିଲେ ପୁରୀ ଜିଲ୍ଲାପାଳ

ପୁରୀ: ମଠର ମହନ୍ତ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ଅନେକ ନାଗା ସାଧୁଙ୍କ ପ୍ରବଳ ବିରୋଧ ଯୋଗୁଁ ପୁରୀ ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟାକୁ ମଙ୍ଗଳବାର ଦିନ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି ଜିଲ୍ଲା ପ୍ରଶାସନ । ମଠର ଉଚ୍ଛେଦ କାର୍ଯ୍ୟ ହେବ କି ନାହିଁ ତାହା ଆସନ୍ତା ଦୁଇ ତିନି ଦିନ ମଧ୍ୟରେ…