Latest Odisha News

BREAKING NEWS

କଂଗ୍ରେସ ଟିକେଟରେ ଭୋପାଳରୁ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ କରିନା !

ଭୋପାଳ : ବଲିଉଡ ତାରକାମାନେ ରାଜନୀତିରେ ପାଦଥାପିବା କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ଅନେକ ଅଭିନେତା ତଥା ଅଭିନେତ୍ରୀମାନେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ଏବେ ସେହି କ୍ରମରେ ବେବୋ ତଥା ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ ରାଜନୀତିରେ ଓହ୍ଲାଇବା…

ଚୌଦ୍ୱାରରେ ବସ୍ ଓଲଟି ଜଣେ ଯାତ୍ରୀଙ୍କ ମୃତ୍ୟୁ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ନିକଟବର୍ତ୍ତୀ କଜଳକଣା ରାସ୍ତାରେ ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ଜଣେ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର ଜାରି ରହିଛି । ପ୍ରାପ୍ତ ସୂଚନାନୁଯାୟୀ, ଏକ ଘରୋଇ ବସ ଅନୁଗୁଳରୁ ୫୦ରୁ ୬୦ ଯାତ୍ରୀଙ୍କୁ ନେଇ କଟକ…

ହାତୀପଲ ଆନ୍ଧ୍ରମୁହାଁ ହେବା ପରେ ରାୟଗଡା ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃଜାରି

ରାୟଗଡା : ରାୟଗଡା ଗ୍ରାମାଞ୍ଚଳରେ ପଶିଥିବା ହାତୀପଲ ଏବେ ଆନ୍ଧ୍ରପ୍ରଦେଶ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି । ଫଳରେ ଏହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃଜାରି ହେବାରୁ ଗ୍ରାମବାସୀମାନେ ଆଶ୍ୱସ୍ତୀ ଅନୁଭବ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି ୭ଟି ହାତୀ ଆନ୍ଧ୍ରପ୍ରଦେଶର…

ଶାଳପତ୍ର ଉପରୁ ରୟାଲିଟି ଛାଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ କରିବା ପାଇଁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟର ଶାଳପତ୍ର ବ୍ୟବସାୟୀ ତଥା ଶ୍ରମିକମାନେ ଖୁସି ପ୍ରକଟ କରିଛନ୍ତି। ଶାଳପତ୍ର ସଂଗ୍ରହ…

ବାଲେଶ୍ୱର-ଦିଘା ରେଲୱେ ପ୍ରକଳ୍ପକୁ ଯଥାଶିଘ୍ର କାର୍ଯ୍ୟକାରୀ କରିବାକୁ ପୀୟୁଷ ଗୋଏଲଙ୍କୁ ନବୀନଙ୍କ ପତ୍ର

ଭୁବନେଶ୍ୱର: ବାଲେଶ୍ୱର-ଦିଘା ବ୍ରୋଡ଼ ଗଜ୍ ରେଲୱେ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବା ଯୋଗୁଁ ଯଥାଶିଘ୍ର ଏହି ପ୍ରକଳ୍ପ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ସମ୍ପର୍କରେ ତଥା ଏଥିପତି ସ୍ୱତନ୍ତ୍ର ଦୃଷ୍ଟିପାତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର…

ସ୍ପେନ ଗସ୍ତ ଲାଗି ୧୮ ଜଣିଆ ଭାରତୀୟ ମହିଳା ହକି ଦଳରେ ଓଡିଶାର ୨ ଖେଳାଳୀ ସାମିଲ

ନୂଆଦିଲ୍ଲୀ : ଜାନୁଆରୀ ୨୬ ତାରିଖରେ ସ୍ପେନରେ ଆରମ୍ଭ ହେବାକୁ ଥିବା ଖେଳରେ ଭାରତୀୟ ମହିଳା ହକି ଦଳ ପାଇଁ ଘୋଷିତ ୧୮ ଜଣିଆ ଦଳରେ ଓଡିଶାର ହକି ଖେଳାଳୀ ଲିଲିମା ମିଞ୍ଜ ଓ ଦୀପ ଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ଏସମ୍ପର୍କରେ ହକି ଇଣ୍ଡିଆ ତରଫରୁ ଘୋଷଣା କରାଯାଇଛି । ଏହି ଭାରତୀୟ ହକି…

ଦଳ ଛାଡ଼ିଲେ ବରଗଡ଼ର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ ସାହୁ

ବରଗଡ଼: ଓଡ଼ିଶା କଂଗ୍ରେସ ଦଳରେ ଇସ୍ତଫା ପ୍ରଦାନ ଧାରା ଜାରି ରହିଥିବା ବେଳେ ବରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ ସାହୁ ସୋମବାର ଦିନ ଦଳ ପରିତ୍ୟାଗ କରିଛନ୍ତି । ସେ ଗତବର୍ଷ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ଅସଫଳ ହୋଇଥିଲେ । ଓଡ଼ିଶା ପ୍ରଦେଶ…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବୁଦଗାମ୍ ଜିଲ୍ଲାର ଜିନପଞ୍ଚଲ ଚାର ଉ ଶରିଫର ଅଞ୍ଚଳରେ ସୋମବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ ବୁଦଗାମ୍ ଜିଲ୍ଲାର ଜିନପଞ୍ଚଲ ଚାର ଉ ଶରିଫର ଅଞ୍ଚଳରେ…

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ନିକଟରେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଥିବା ଡି-୭ ବଗିରେ ନିଆଁ ଲାଗିଥିବାର ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ରାଉରକେଲା ରେଲୱେ ଷ୍ଟେସନଠାରୁ ଅଳ୍ପ ଦୂରରେ ଥିବା ତିଲକାନଗର ନିକଟରେ ଟ୍ରେନରେ ଏହି ଅଗ୍ନିକାଣ୍ଡ ଘଟିଥିବାର ଜଣାପଡ଼ିଥିଲା ।…

ଅନୁଗୁଳ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲାର କାଙ୍ଗୁଲା ଗ୍ରାମରେ ରବିବାର ଦିନ ଜଣେ ନାବାଳିକାକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନାନୁଯାୟୀ ଉକ୍ତ ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀରେ ପଢୁଥିଲେ । ରବିବାର ଦ୍ୱିପହର ସମୟରେ ସମ୍ପୃକ୍ତ ନାବାଳିକା ଜଣଙ୍କ…