Latest Odisha News

BREAKING NEWS

ବାତ୍ୟା ଯୋଗୁଁ କଳିଙ୍ଗ ଷ୍ଟାଡିୟମରେ ନଷ୍ଟ ହେଲା ୧୧ କୋଟି ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୧୧ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ବୁଧବାର ଦିନ ଆନ୍ତ-ମନ୍ତ୍ରଣାଳୟ ଟିମ୍ ଷ୍ଟାଡିୟମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ନେଇ ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ ସୂଚନା…

ଆଉ ୫ ଦିନ ପରେ ପୁରୀକୁ ସମ୍ପୂର୍ଣ୍ଣ ବିଦ୍ୟୁତ୍ ସେବା!

ପୁରୀ : ପୁରୀ ବଡଦାଣ୍ଡ ତଥା ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସନ୍ଧ୍ୟା ୫ଟା ସୁଦ୍ଧା ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ବୁଧବାର ଦିନ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ସୂଚନା ପ୍ରଦାନ କରିଛନ୍ତି । ଆଗାମୀ ୫ ଦିନ ମଧ୍ୟରେ ସାରା ପୁରୀ ସହରରେ ବିଦ୍ୟୁତ୍ ସରବରାହ କରାଯିବ ବୋଲି ସେ…

ସ୍ପେନ୍ ଗସ୍ତ ଲାଗି ୨୧ ବର୍ଷରୁ କମ୍ ଭାରତୀୟ ହକି ଦଳରେ ଓଡିଶାର ୩ ଖେଳାଳି, ଅଭିନନ୍ଦନ ଜଣାଇଲେ ନବୀନ

ନୂଆଦିଲ୍ଲୀ : ସ୍ପେନରେ ଆରମ୍ଭ ହେବାକୁ ଥିବା ୮ ଦେଶୀୟ ୨୧ ବର୍ଷରୁ କମ୍ ହକି ପ୍ରତିଯୋଗିତାରେ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ୩ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଓଡିଶାର ଏହି ୩ ଜଣ ହକି ଖେଳାଳୀ ସୁମନ ବେକ୍, ପ୍ରତାପ…

ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡିଶାର କିଛି ସ୍ଥାନରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ସୁନ୍ଦରଗଡ, କେନ୍ଦୁଝର,,ଦେବଗଡ,…

ବାତ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟ ଲାଗି ଓଡ଼ିଶା ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର: ମେ’ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ଯୋଗୁ ଁ କ୍ଷତିଗ୍ରସ୍ତ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ରିଲିଫ୍ ବଣ୍ଟନ ଏବଂ ପୁନଃରୁଦ୍ଧାର କାର୍ଯ୍ୟକୁ ଆନ୍ତଃ-ମନ୍ତ୍ରୀସ୍ତରୀୟ ଟିମ୍ ଉଚ୍ଚ ପ୍ରଶଂସା କରିଛନ୍ତି । “ରାଜ୍ୟ ସରକାର ବାତ୍ୟା ବିପର୍ଯ୍ୟସ୍ତ ଅଞ୍ଚଳରେ ସୂଚାରୁରୁପେ ରିଲିଫ୍ ବଣ୍ଟନ…

ମେ’ ୧୯ରେ ଓଡ଼ିଶାର ୩୪ଟି ବୁଥରେ ସାନି ନିର୍ବାଚନ: ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ ପରିଚାଳନାଗତ ତ୍ରୁଟି ଏବଂ ବୁଥ ରିଗିଂ ଅଭିଯୋଗ ହୋଇଥିବାକୁ ଭିତ୍ତି କରି ରାଜ୍ୟର ୩୪ଟି ପୋଲିଂ ବୁଥରେ ଆସନ୍ତା ମେ’ ୧୯ ତାରିଖରେ ସାନି ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏହି ସାନି ନିର୍ବାଚନ…

ଇଭିଏମ୍ ଭଙ୍ଗାରୁଜା ଘଟଣା: ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ହାଇକୋର୍ଟଙ୍କ ଅଗ୍ରୀମ ଜାମିନ୍ ପ୍ରଦାନ

କଟକ : ଏପ୍ରିଲ୍ ୨୩ ତାରିଖ ତଥା ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ବୀରକିଶୋରପୁର ଗ୍ରାମର ଏକ ବୁଥରେ ଇଭିଏମ୍ ଭଙ୍ଗାରୁଜା ମାମଲାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ବୁଧବାର ଦିନ ଓଡିଶା ହାଇକୋର୍ଟ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି । ଏସମ୍ପର୍କରେ ହାଇକୋର୍ଟର ବରିଷ୍ଠ ଓକିଲ ଓ…

ବାତ୍ୟା କ୍ଷୟକ୍ଷତି ପରଖିଲେ କେନ୍ଦ୍ରୀୟ ଦଳ, ଆଜି ଭୁବନେଶ୍ୱରରେ ଆଲୋଚନା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବିତ ଓଡ଼ିଶା ବିପର୍ଯ୍ୟସ୍ତ ଅଞ୍ଚଳ ଗସ୍ତ ସମାପ୍ତ କରିଛନ୍ତି କେନ୍ଦ୍ରୀୟ ଦଳ । ଗତ ଦୁଇଦିନ ଧରି ଏହି କେନ୍ଦ୍ରୀୟ ଦଳ ୨ଟି ଟିମରେ ବିଭକ୍ତ ହୋଇ ଫନି ପ୍ରଭାବିତ ଅଞ୍ଚଳଗୁଡ଼ିକରେ କ୍ଷୟକ୍ଷତି ଆକଳନ କରି ସାରିଛନ୍ତି । ସ୍ଥିିତି ପରଖିବା ପରେ ଏହି ଟିମ୍…

ରାଉରକେଲା: ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ

ରାଉରକେଲା : ରାଉରକେଲା ଷ୍ଟେସନ୍ ଦେଇ ଯାଉଥିବା ଏକ ମାଲଗାଡି ଟ୍ରେନ୍ କୌଣସି କାରଣବଶତଃ ଲାଇନଚ୍ୟୁତ ହେବାରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ମିଳିଥିବା ସୂଚନାନୁଯାୟୀ ସିମେଣ୍ଟ ବୋଝେଇ ଏହି ମାଲଗାଡିଟି ରାଉରକେଲାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ମଙ୍ଗଳବାର…

କଳାହାଣ୍ଡିରେ ମାଓବାଦୀ ଜାଳିଦେଲେ ଟ୍ରାକ୍ଟର୍ ସହ ୭ଗାଡି

ଭବାନୀପାଟଣା : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅନ୍ତର୍ଗତ ନୂଆମୁଣ୍ଡା ନିକଟରେ ରାସ୍ତାକାମକୁ ବିରୋଧକରି ମାଓବାଦୀମାନେ ରାସ୍ତାକାମରେ ନିୟୋଜିତ ହୋଇଥିବା ପ୍ରାୟ ୭ଟି ଗାଡିକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ କିଛି ସଶସ୍ତ୍ର ମାଓବାଦୀ…