Latest Odisha News

BREAKING NEWS

Speedboat capsizes in Vietnam:ବୁଡ଼ିଗଲା ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୧୫ ମୃତ, ହେଲ୍ପଲାଇନ୍…

ନୂଆଦିଲ୍ଲୀ:ଭିଏତନାମ ଗସ୍ତରେ ଥିବା ଭାରତୀୟ ପର୍ଯ୍ୟଟକଙ୍କ ସହିତ ଏକ ବଡ଼ ଦୁର୍ଘଟଣା ଘଟିଛି। ଶନିବାର ଦିନ ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୋଟ୍ ବୁଡ଼ି ଯାଇଛି । ସ୍ଥାନୀୟ କର୍ତ୍ତୃପକ୍ଷ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।…

ଭାରତୀୟ ନୌସେନାରେ ସାମିଲ INS ମହେନ୍ଦ୍ରଗିରି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଶନିବାର ଦିନ ଆୟୋଜିତ ଏକ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ୭୫% ସ୍ୱଦେଶୀ ଭାବରେ ନିର୍ମିତ ବୁଡ଼ାଜାହାଜ INS ମହେନ୍ଦ୍ରଗିରିକୁ ଭାରତୀୟ ନୌସେନାକୁ ଉତ୍ସର୍ଗ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ…

ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୋଲିସ ଡିଜି

ପୁରୀ: ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ପୁରୀରେ ପୋଲିସ ଡିଜିଙ୍କ ଅଧକ୍ଷତାରେ ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ RAF, CRP, STU, SW, BSF, SSMSV, RPF, GRP ଉପସ୍ଥିତ ଥିବାବେଳେ ରଥଯାତ୍ରା ଦାୟିତ୍ଵରେ ଥିବା ୧୯ ବରିଷ୍ଠ ଆଇପିଏସ ମଧ୍ୟ ବୈଠକରେ ଉପସ୍ଥିତ…

ଭାରତକୁ ତାଲିବାନର ପ୍ରଶଂସା; କହିଲେ ଆମ DNA ସମାନ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ବ୍ୟବସାୟିକ ଅଧିବେଶନରେ ଆଫଗାନିସ୍ତାନର କୃଷି, ଜଳସେଚନ ଏବଂ ପଶୁପାଳନ ମନ୍ତ୍ରୀ ମୌଲଭି ଅତାଉଲ୍ଲା ଓମାରି ଭାରତର ଆତିଥ୍ୟକୁ ପ୍ରଶଂସା କରିଥିଲେ। ସେ ଭାବପ୍ରବଣ ହୋଇ କହିଥିଲେ ଯେ ଭାରତ ଗସ୍ତ କରିବା ତାଙ୍କ ନିଜ ଦେଶରେ, ନିଜ ଲୋକଙ୍କ ମଧ୍ୟରେ…

୯ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ

ଜଳେଶ୍ୱର: ଗତ ଜୁଲାଇ ୨ ତାରିଖରୁ ନିଖୋଜ ଥିବା ୧୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର । ୯ ଦିନ ପରେ ସମସ୍ତ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ ଏହି…

ଦିନ ଦ୍ବିପ୍ରହରେ କୋଣାର୍କରେ ମଦ ଦୋକାନ ଉପରକୁ ୩ଟି ବୋମା ମାଡ଼

କୋଣାର୍କ: ଦିନ ଦ୍ବିପ୍ରହରେ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଆତଙ୍କ! ସ୍କୁଲ ଠାରୁ ମାତ ୨୦୦ ମିଟରରେ ଥିବା ନୂତନ ବିଦେଶୀ ମଦ ଦୋକାନ ଉପରକୁ ତିନୋଟି ବୋମା ମାଡ଼ ହୋଇଛି । ଦୋକାନର ୫ ଜଣ କର୍ମଚାରୀ ଭୟଭୀତ ଥିବା ବେଳେ, ମଦ ଦୋକାନ ପଛପଟେ ଚାଲିଛି ମଦ ବେପାର । ଯାହା ଏବେ…

‘ପାଣ୍ଡ୍ୟା ଷ୍ଟୋର’ ଫେମ୍ ରୋହିତ ଚାଣ୍ଡେଲ ଗିରଫ, ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ପାଣ୍ଡ୍ୟା ଷ୍ଟୋର ଏବଂ ସାଇରାବ ଭଳି ଟିଭି ଶୋ’ରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ରୋହିତ ଚାଣ୍ଡେଲଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଟିଭି ଷ୍ଟାର ରୋହିତ ଚାଣ୍ଡେଲଙ୍କୁ POCSO ଆଇନ ଅନୁଯାୟୀ ଗିରଫ କରାଯାଇଛି। କାରଣ ଅଭିନେତାଙ୍କ ବିରୋଧରେ ଜଣେ ୧୬ ବର୍ଷୀୟ…

Swimming for Weight Loss:ଓଜନ ହ୍ରାସ କରିବ ସୁଇମିଂ;ଗୋଟିଏ ଘଣ୍ଟା ପହଁରିଲେ ବର୍ନ ହେବ ଏତିକି କ୍ୟାଲୋରୀ

ଭୁବନେଶ୍ବର:ଆଜିକାଲି ଲୋକମାନେ ଓଜନ ହ୍ରାସ କରିବା ପାଇଁ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳ ବୁହାଇଥାନ୍ତି। କେତେଜଣ ଯୋଗ ମାଧ୍ୟମରେ ଓଜନ ହ୍ରାସ କରୁଛନ୍ତି । ସେହିପରି ଆଉ କିଛି ଜଣ ଓଜନ ହ୍ରାସ ପାଇଁ ସୁଇମିଂ କରିଥାନ୍ତି । ଜାଣିଛନ୍ତି କି ପହଁରିବା ଏକ ପୂର୍ଣ୍ଣ ଶରୀର ବ୍ୟାୟାମ। ଓଜନ ହ୍ରାସ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ FIR ଦାୟର କରିବାକୁ SCERT…

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ: ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବଢୁଛି ଆତଙ୍କ

କଟକ: ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ମାଡ଼ି ଆସୁଛି ପାଣି। ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଶେଷରେ ଆସି ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିଛି। ଏହାର ପ୍ରଭାବରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ଏବେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର…