Latest Odisha News

BREAKING NEWS

ଆଜିଠୁ ବଢିବ ତାତି, ସକାଳ ୯ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୩୧.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଗତ ୫ ରୁ ୬ ଦିନର ଆଶ୍ବସ୍ତି ପରେ ରାଜ୍ୟରେ ପୁଣି ବଢିବ ତାତି । ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ଖୋର୍ଦ୍ଧା, କଟକ,…

ସୁନା ବେଶରେ ଦର୍ଶନେ ଦେଇଛନ୍ତି ମା’ ତାରିଣୀ, ଧୁମଧାମରେ ଜମୁଛି ଚଇତି ପର୍ବ

କେନ୍ଦୁଝର: ଆଜି ହେଉଛି ମହାବିଷୁବ ପଣା ସଂକ୍ରାନ୍ତି। ଏହା ସହ ଓଡ଼ିଆ ନବବର୍ଷ। ଏହି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଗତ ମଙ୍ଗଳବାରଠାରୁ ୬ ଦିନ ଧରି ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହେଉଛି । ଆଜି ଭୋର ୫ଟାରୁ ମା’ଙ୍କ…

ଆଜି ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଭାରତୀୟ ସମ୍ବିଧାନ ପ୍ରଣୟତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ । ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଭୀମରାଓ ଆମ୍ବେଦକର । ତାଙ୍କୁ ଅନେକ ଲୋକ ବାବାସାହେବ ନାମରେ ଜାଣନ୍ତି । ଭାରତର ପ୍ରଥମ ଆଇନ…

ବିଜେପିର ସଂକଳ୍ପ ପତ୍ର, ଆଉ ୫ ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ କଂଗ୍ରେସ ତାର ଇସ୍ତାହାର ଜାରି କାରିସାରିଥିବା ବେଳେ ଆଜି ବିଜେପି ଜାରି କରିଛି ତା’ର ସଂକଳ୍ପ ପତ୍ର । ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ…

ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି, ପୋଲିସ ବଢାଇଲା ସୁରକ୍ଷା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିଥିବା ସୂଚନା ରହିଛି । ଆଜି ଭୋର ୫ଟା ସମୟରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡିଛି । ମୋଟରସାଇକେଲରେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଘର ବାହାରେ ତିନି ରାଉଣ୍ଡ ଗୁଳି ଚଲାଇ ଥିଲେ । ଏହି ସମୟରେ ସଲମାନ ଖାନ୍ ଖରେ ଥିବା…

କବିତା : ଭାବଟି ଅମୂଲ ମୂଲ

ବିନୋଦ ବିହାରୀ ପ୍ରଧାନ ସୁମନେ ସୁମନ ପ୍ରଭୁଙ୍କୁ ଅର୍ପିବ ଲୋଡା ନାହିଁ ଆନ ଫୁଲ ଧନ ଦେଇ କେବେ ତୋଷି କି ପାରିବ ଭାବଟି ଅମୂଲ ମୂଲ । ୧ । ଘୃତ ଦୀପ ଧରି ବନ୍ଦାପନା କଲେ ପ୍ରଭୁ କି ଘେନନ୍ତି ବାରେ ପ୍ରାଣର ପ୍ରଦୀପ ଜାଳି ପ୍ରେମାଲୋକ ବନ୍ଦାଅ ଭକତି ଭରେ । ୨। ଚାହିଁ ନ ଥାନ୍ତି…

ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବର ପ୍ରାରମ୍ଭରେ ସକାଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର…

ଈଶ୍ବରଙ୍କ ସୃଷ୍ଟି ସତ୍ୟ ଶିବ ସୁନ୍ଦର ହିଁ ସାହିତ୍ୟ : ଡମ୍ବରୁଧର ବେହେରା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଡମ୍ବରୁଧର ବେହେରା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ନିର୍ବାଚନୀ ପ୍ରଚାର ବେଳେ ପଥର ମାଡ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ

ବିଶାଖାପାଟନମ୍: ନିର୍ବାଚନୀ ପ୍ରଚାର ବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼ ହୋଇଛି । ବିଜୟୱାଡାରେ ଏକ ରୋଡ ସୋ' କରୁଥିବା ବେଳେ ଏହି ପଥର ମାଡ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡିଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ତାଙ୍କର ଆଶୁ ଚିକିତ୍ସା…

ଶିଶୁ କବିତା : ବିଷୁବ ସଂକ୍ରାନ୍ତି ଆସିଛି

କୁଞ୍ଜବିହାରୀ ସାହୁ ଦେଖରେ ଦେଖରେ ବିଷୁବ ସଂକ୍ରାନ୍ତି ଆସିବାର ଦେଖି ବସନ୍ତ ପବନଟା ଏବେ ଉଭେଇଗଲାଣି ତାତି ଖରା ଟାଣେ ପଣତ । ଝାଞ୍ଜି ବହିଲାଣି ସହି ହେଉନାହିଁ ବିଷୁବର ଟାଣଖରାରେ, ପଣା ପିଇବାରେ ମଜା ରହିଅଛି ଏଇ ବଇଶାଖୀ ଧରାରେ । ବିଷୁବରେଖାକୁ ଡେଇଁ ଡେଇଁ ଗଲା ଉତ୍ତର…