Latest Odisha News

BREAKING NEWS

ସହରାଞ୍ଚଳ ଗରିବଙ୍କ ପାଇଁ ଉଦଘାଟିତ ହେଲା ନୀଳମାଧବ ନିବାସ ଯୋଜନା

ଭୁବନେଶ୍ୱର: ସହରାଞ୍ଚଳର ଗରିବ ତଥା ବସ୍ତିବାସିନ୍ଦାଙ୍କ ପାଇଁ ଆଜି ନୀଳମାଧବ ନିବାସ ଯୋଜନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ 'ସମସ୍ତଙ୍କ ପାଇଁ ଗୃହ' ନୀତି ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। କେୟାର ହସ୍ପିଟାଲ ନିକଟରେ ପ୍ରକଳ୍ପ ସ୍ଥଳରେ…

ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ଯଥାଶୀଘ୍ର ପୂରଣ କରନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ସବୁବେଳେ ଶିକ୍ଷା ଓ ଶିକ୍ଷକମାନଙ୍କ ପ୍ରତି ଅବିଚାର କରିଆସିଛି। ନାହିଁ ନାହିଁର ସରକାରରେ ବିଦ୍ୟାଳୟ ନାହିଁ, ଶିକ୍ଷକ ନାହିଁ, ନୂଆ ଶିକ୍ଷକ ନିଯୁକ୍ତି ନାହିଁ। ରାଜ୍ୟ ସରକାର ଓଡ଼ିଆଙ୍କୁ ଅଶିକ୍ଷିତ କରି ରଖିବାକୁ ପଣ କରିଛି। ଯେତିକି ଶିକ୍ଷକ ଅଛନ୍ତି ସେମାନଙ୍କ ପାଇଁ…

ଅବସର କେବେ ନେବେ ସେ ସମ୍ପର୍କରେ ସୂଚନା ଦେଲେ ରୋହିତ

ଧର୍ମଶାଳା: ରୋହିତ ଶର୍ମାଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ବିଜୟୀ ହୋଇଛି । ୨୦୦୭ରେ ରୋହିତ ଭାରତ ପକ୍ଷରୁ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏବେ ସେ ୩ଟି ଯାକ ଫର୍ମାଟରେ ଭାରତର ନେତୃତ୍ୱ ନେଉଛନ୍ତି । ୩୭ ବର୍ଷୀୟ ରୋହିତ କେବେ ଅବସର ନେବେ ସେ ନେଇ ଆଲୋଚନା ଜୋର…

ଇଂଲଣ୍ଡ ବିପକ୍ଷରେ ଐତିହାସିକ ସିରିଜ ବିଜୟ ପରେ ଡବ୍ଲ୍ୟୁଟିସିରେ ଶୀର୍ଷକୁ ଉଠିଲା ଭାରତ

ଧର୍ମଶାଳା: ଏଠାରେ ଖେଳାଯାଇଥିବା ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୪-୧ରେ ସିରିଜ ବିଜୟୀ ହୋଇଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୧୮ ରନ କରିଥିଲା । ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମା…

ମେଣ୍ଟ ହେଲେ ବିଜେଡିର ଲାଭ କେତେ କ୍ଷତି କେତେ ?

ଭୁବନେଶ୍ଵର: ମେଣ୍ଟ ହେବ ନା ହେବନି ? କେବେ ହଁ କେବେ ନା । ଉଠୁଛି ପଡୁଛି ରାଜ୍ୟ ରାଜନୀତି । ପଲିଟିକାଲ ଗୋଲ୍ ସ୍କୋର ଭିତରେ ଚାଲିଛି ଲାଭ କ୍ଷତିର ହିସାବ ନିକାଶ । ମେଣ୍ଟ କାହାକୁ ଦେବ କେତେ ? ବିଜେଡି ପାଇବ କେତେ ହରାଇବ କେତେ ? ୨୦୦୦ ମସିହାରୁ ଶାସନ କ୍ଷମତାରେ ରହିଥିବା ବିଜେଡିକୁ…

ମିଶନ ଶକ୍ତି ସପୋର୍ଟ ଷ୍ଟାଫ୍ ଙ୍କ ପ୍ରୋତ୍ସାହନ ରାଶି ବଢ଼ାଇଲେ ସରକାର

ଭୁବନେଶ୍ବର: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । 5T ଅଧ୍ୟକ୍ଷଙ୍କ…

ବିଜେଡି-ବିଜେପି ମେଣ୍ଟ: ଭୁବନେଶ୍ୱରରୁ କାହାର ପ୍ରାର୍ଥୀ?

ଭୁବନେଶ୍ଵର: ଚର୍ଚ୍ଚା ହେଉଛି, ବିଜେଡି ସମ୍ମାନଜନକ ଭୁବନେଶ୍ୱର ଲୋକସଭା ସିଟ୍ ନିଜ ପାଖରେ ରଖିବାକୁ ଆଗ୍ରହୀ । କାରଣ ବି ବେଶ୍ ସ୍ପଷ୍ଟ, ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଭୁବନେଶ୍ୱର ଜିତି ଗଡ ଦଖଲ କରିବା ସହ ଅପରାଜିତାଙ୍କୁ ନିର୍ବାଚନ ରାଜନୀତିରୁ ବିଦା…

ବିହାର ଏବଂ ୟୁପି ପାଇଁ ବିଜେପି ଜାରି କଲା ବିଧାନ ପରିଷଦ ପାର୍ଥୀ ତାଲିକା

ନୂଆଦିଲ୍ଲୀ: ବିହାର ଏବଂ ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିହାରର ୧୧ଟି ବିଧାନ ପରିଷଦ ଆସନର ନିର୍ବାଚନ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ବିଜେପି ୩ ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ଉତ୍ତରପ୍ରଦେଶର ୧୩ଟି ଏମଏଲସି…

ଆମଟେକ୍ ଅଟୋ ମାମଲାର ତଦନ୍ତ ଭାର ଇଡିକୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆମଟେକ୍ ଅଟୋ ମାମଲାର ତଦନ୍ତକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ୨୭ ହଜାର କୋଟି ଟଙ୍କାର ଘୋଟାଲା ମାମଲାକୁ ନେଇ ଇଡିକୁ ୬ ମାସ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨…

ମହିଳା ପୂର୍ବରୁ ବିବାହ କରିଥିବାରୁ ମିଥ୍ୟା ପ୍ରତିଶ୍ରୁତି କହି ଦୁଷ୍କର୍ମ ଅଭିଯୋଗ କୁହାଯାଇ ପାରିବନି: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବିବାହର ମିଛ ପ୍ରତିଶୃତି ଦେଇ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେତେବେଳେ ଉଭୟଙ୍କ ସମ୍ପର୍କ ଆରମ୍ଭ ହେଲା ସେତେବେଳେ ମହିଳା ଜଣକ ପୂର୍ବରୁ ବିବାହିତ…