ଶିଶୁ କବିତା : ଶୀତ ପାଇଁ ଗୀତ
ତରୁଣ କୁମାର ମିଶ୍ର
କାଲୁଆ ଥଣ୍ଡାଟା କାହୁଁ
ଏଥେ ମାଡ଼ି ଆସିଛି ,
ଦାନ୍ତ ବାଜେ ଠକ ଠକ
ଦେହ ଥରି ଯାଉଛି ।
ସକାଳେ ଉଅଁଇ ସୂର୍ଯ୍ଯ
ହୋଇ ଅତି ମଠୁଆ ,
ସଞ୍ଜ ନ ହେଉଣୁ ଲୁଚେ
ଲାଗେ ଯେଣୁ ଶୀତୁଆ ।
କୁହୁଡ଼ି କାକର ଘେରା
ସକାଳକୁ ଦେଖିଲେ ,
ଡର ଆସଇ ମନରେ
ବସୁ ଜାକି ଜୁକି ରେ ।…