Latest Odisha News

BREAKING NEWS

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି, ଚଳିତବର୍ଷ ଦେଢ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାଗମ

କେନ୍ଦ୍ରାପଡ଼ା: ଶୀତ ଋତୁରେ ଭିତରକନିକା ଜାତୀୟଉଦ୍ୟାନରେ ମେଳି ବାନ୍ଧୁଛନ୍ତି ବିଦେଶାଗତ ପକ୍ଷୀ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବର୍ଷ ୧୧, ୪୬୨ ଅଧିକ ପକ୍ଷୀ ଭିତରକନିକା ଆସିଛନ୍ତି। ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି…

ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା: ମାଳଦ୍ୱୀପର ୩ମନ୍ତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ ।ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ…

ହୋସରେ ଥିବା ବେଳେ ୫ବର୍ଷୀୟ ଶିଶୁକନ୍ୟାର ବ୍ରେନ ଟ୍ୟୁମର୍ ସର୍ଜରୀ କଲେ AIIMS ଡାକ୍ତରୀ ଟିମ୍

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ AIIMSକୁ ମିଳିଲା ଆଉ ଏକ ସଫଳତା । ବେହୋସ ନକରି ୫ବର୍ଷୀୟ ଶିଶୁ କନ୍ୟାର ବ୍ରେନ ଟ୍ୟୁମର ସର୍ଜରୀ କଲେ ଡାକ୍ତର । ଏନେଇ AIIMS ଦାବି କରିଛି ଯେ ଏହି ଶିଶୁ ବିଶ୍ୱର ସର୍ବ କନିଷ୍ଠ ଯାହାକୁ ବେହୋସ ନକରି ଅସ୍ତ୍ରୋପଚାର କରାଯାଇଛି । ଅକ୍ଷିତା ନାମକ ଶିଶୁର…

ଜୋରଦାର୍ ଚାଲିଛି ଅପରେସନ ହ୍ଵାଇଟ ସ୍ପାଇଡର, ନିଶା ବେପାରୀଙ୍କ ଉପରେ ନଜର

ଭୁବନେଶ୍ୱର: ଜୋରଦାର୍ ଚାଲିଛି ଅପରେସନ ହ୍ଵାଇଟ ସ୍ପାଇଡର। ସହରାଞ୍ଚଳ ପୋଲିସ ଜିଲ୍ଲାରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଶା କାରବାର ବିରୋଧରେ ଥାନାସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ…

ଆସନ୍ତା ୯ରୁ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ ୨୭ ତମ ଗ୍ଲୋରୀ ଫେଷ୍ଟିଭାଲ

ପୁରୀ: ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୁଲ୍ୟରେ ଆସନ୍ତା ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ୨୭ ତମ ଗ୍ଲୋରୀ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ୪ ଦିନ ବ୍ୟାପୀ ଆନ୍ତଃ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରୀୟ ଏହି ମହୋତ୍ସବରେ ୧୫ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ବର୍ଷର ମୁଖ୍ୟ…

ସ୍ୱସ୍ତି ମେହୁଲଙ୍କ ‘ରାମ ଆଏଙ୍ଗେ’ ଭଜନକୁ ମୋଦୀଙ୍କ ପ୍ରଶଂସା, କହିଲେ ଏହା ଶୁଣିବା ପରେ ଆଖି ଲୁହରେ ଭରିଯାଏ ଏବଂ ମନରେ…

ନୂଆଦିଲ୍ଲୀ: ରାମନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ୍ ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ । ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା କରିବା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ସାରା ଦେଶରେ…

କମିଶନରେଟ୍ ପୋଲିସର ଅଭିନବ ପ୍ରୟାସ: ଚୋର ଧରେଇ ନେଇଯାଅ ୧୦ ହଜାର ଟଙ୍କାର ପୁରସ୍କାର

ଭୁବନେଶ୍ଵର: ଏଣିକି ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବା ହେବ ସହଜ । ସେଥିପାଇଁ କମିଶନରେଟ ପୋଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ତଥା କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୋଲିସ । ଚୋର…

କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵରଙ୍କ କଲେ ଦର୍ଶନ

କଟକ: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ…

ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW

ଭୁବନେଶ୍ଵର: ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ EOW । EOW ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ EOWକୁ ଅନୁମତି…

ବାଂଲାଦେଶ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ, ନିର୍ବାଚନକୁ ବର୍ଜନ କରିଛି ବିଏନପି

ବାଂଲାଦେଶ: ବାଂଲାଦେଶ ସାଧାରଣ ନିର୍ବାଚନ ପାଇଁ ଆଜି ସକାଳୁ ସକାଳି ଆରମ୍ଭ ହୋଇଛି ମତଦାନ । ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍‌ପି ଗତକାଲିଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌…