Latest Odisha News

BREAKING NEWS

୩ଟି ନ୍ୟୁକ୍ଲିୟର ପ୍ଲାଂଟ ବନ୍ଦ କଲା ଜର୍ମାନୀ

ବର୍ଲିନ: ଜର୍ମାନୀ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଦେଶରେ ଥିବା ୩ଟି ନ୍ୟୁକ୍ଲିୟର ପ୍ଲାଂଟକୁ ବନ୍ଦ କରି ଦେଇଛି । ଏହା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ୬୦ ବର୍ଷ ତଳେ ଜର୍ମାନୀ ଆରମ୍ଭ କରିଥିବା…

ଖତରୋ କେ ଖିଲାଡି ସିଜିନ ୧୩ରୁ ଓହରିଗଲେ ପ୍ରିୟଙ୍କା, ଅଧ୍ୟୟନ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ଦ୍ୱାରା ଆୟୋଜିତ ଷ୍ଟଣ୍ଟ ଆଧାରିତ ରିଅଲିଟି ସୋ ‘ଖତରୋ କେ ଖିଲାଡି' ସିଜିନ ୧୩ ଖୁବ୍ ଶୀଘ୍ର ଛୋଟ ପରଦାରେ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ର ପ୍ରତିଯୋଗୀମାନଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ହେଲେ ଏହି ଶୋ ସୁଟିଂ ପୂର୍ବରୁ ଅନେକ…

ମନି ଲଣ୍ଡରିଂ ମାମଲା, ପୂର୍ବତନ ବିଜେଡି ବିଧାୟକଙ୍କ ବିରୋଧରେ ଇଡି ଦାଖଲ କଲା ଚାର୍ଜସିଟ୍

ଭୁବନେଶ୍ୱର: ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ବିରୋଧରେ ଇଡି ଶନିବାର ଚାର୍ଜସିଟ୍ ଦାଖଲ କରିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଅନାମଙ୍କ ସହ ଅନ୍ୟମାନଙ୍କୁ ଦଣ୍ଡବିଧାନ ପ୍ରସ୍ତାବ ଦେଇ ଇଡି ୧.୫୨ କୋଟିର ସମ୍ପତ୍ତି ଜବତ…

ମଖ୍ୟମନ୍ତ୍ରୀଙ୍କୁ ଭେଟି ଟିକେଟ ଆଣିଲେ ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତିନି ଦଳର ପ୍ରସ୍ତୁତି ଜୋରଦାର ହୋଇଛି । ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ  ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କଠାରୁ ଦଳୀୟ ଟିକେଟ ଆଣିଛନ୍ତି । ଆଜି ଦୀପାଳି…

ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ! ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ

ବିହାରରେ ପୁଣି ଦେଖାଦେଇଛି ବିଷାକ୍ତ ମଦମୃତ୍ୟୁ ମାମଲା । ମଦ ନିଷିଦ୍ଧ ଥିବା ରାଜ୍ୟରେ ବିଷାକ୍ତ ମଦ ପିଇ ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଖବର ଆଗକୁ ଆସିବା ପରେ ସାରା ବିହାରରେ ଚାଞ୍ଚଲ୍ୟ ଖେଳିଯାଇଛି। ରାଜ୍ୟର ମୋତିହାରୀର ଏହି ଅଭବାବନୀୟ ଘଟଣା ଘଟିଥିବାବେଳେ ଅନ୍ୟ ୨୫ ଜଣ…

ପୁଟିନଙ୍କ ବିଶ୍ୱସ୍ତ ଅଧିକାରୀମାନେ ହିଁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି: ଆମେରିକା ଲିକ ଦସ୍ତାବିଜରୁ ମିଳିଲା…

ନୂଆଦିଲ୍ଲୀ:ଆମେରିକାର ଗୁପ୍ତ ଦସ୍ତାବିଜ ଲିକ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏମିତି ଏକ ସିକ୍ରେଟ ପୁଟିନଙ୍କୁ ନେଇଆସିଛି । ଏହି ତଥ୍ୟରୁ ଜଣାଯାଇଛି, ରୁଷ ରାଷ୍ଟ୍ରପତିଙ୍କର ନିକଟତର ଲୋକମାନେ ତାଙ୍କୁ ଧୋକା ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।…

ଖୁବ୍‌ଶୀଘ୍ର ବନ୍ଦ ହେବ ‘କପିଲ ଶର୍ମା ଶୋ’: କାରଣ କ’ଣ ଜାଣନ୍ତୁ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ ‘କପିଲ ଶର୍ମା ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏହାକୁ ସାମୟିକ ଭାବେ ବନ୍ଦ ରଖାଯିବ । କାରଣ କପିଲ ତାଙ୍କ ପରିବାର ସହିତ କିଛି ସମୟ ଛୁଟି କଟାଇବାକୁ ବିଦେଶ ଯିବାର ଅଛି । ତେଣୁ ସେ କିଛି ମାସ ବିରତି ନେବାକୁ ଚାହୁଁଛନ୍ତି । ଏହି ସମୟରେ…

ସନ୍ତାନ ଜନ୍ମ ଦେଲେ ପୁରୁଷ: ମାଆ ସମ୍ବୋଦନକୁ ଗ୍ରହଣ କରୁନାହାନ୍ତି

ନ୍ୟୁୟର୍କ: ଦୁଇ ବର୍ଷ ପୂର୍ବେ ଜଣେ ପୁରୁଷ ଏକ ସନ୍ତାନ ଜନ୍ମ ଦେଇଥିଲେ । ଏହାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଚର୍ଚ୍ଚାକୁ ଆସିଥିଲେ । ପରେ ଲୋକେ ତାଙ୍କୁ ପିଲାର ମାଆ ବୋଲି ସମ୍ବୋଦନ କରିଥିଲେ । ଏବେ ଡ଼ାନି ୱାକଫିଲ୍ଡ ନାମକ ଜଣେ ବ୍ୟକ୍ତି ସନ୍ତାନ ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତିି ।…

ନଦୀ ଗର୍ଭକୁ ଖସି ପଡିଲା ଟ୍ରାକ୍ଟର ଡାଲା; ୧୩ ମୃତ

ଶାହାଜହାଁପୁର: ଉତ୍ତର ପ୍ରଦେଶରେ ଏ ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଶାହଜହାଁପୁର ଅଞ୍ଚଳରେ ଘଟିଛି । ବ୍ରିଜ ଉପରେ ଯାଉଥିବାବେଳେ ଏକ ଟ୍ରକ୍ଟରର ଟ୍ରଲି ରେଲିଂ ଭାଙ୍ଗି ନଦୀ ଭିତରକୁ ଖସି ପଡିଛି ।  ଏହି ଟ୍ରାକ୍ଟର ଟ୍ରଲିରେ ବସି ଲୋକମାନେ ଏକ ଧାର୍ମିକ କାର୍ଯ୍ୟରେ…

ଆସନ୍ତାକାଲିଠୁ ତାତିରୁ ମିଳିପାରେ ମୁକ୍ତି; ଏହି ସବୁ ଜିଲ୍ଲାକୁ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୁଣ୍ଡଫଟା ଖରା । ଅସହ୍ୟ ତାତି । ଛଟପଟ ହେଉଛି ସାରା ରାଜ୍ୟ । ଶନିବାର ସକାଳ ସାଢେ ୧୧.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ଥିଲା । ଅନ୍ୟପକ୍ଷେ ଏହି ସମୟ ସୁଦ୍ଧା ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ର ୩୯.୨ ଡିଗ୍ରୀ ଥିଲା । ମଧ୍ୟାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା…