Latest Odisha News

BREAKING NEWS

ଲକ୍ଷ୍ମୀ ମାର୍କେଟ ଅଗ୍ନି ଦୁର୍ଘଟଣାର ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ:ବଡଦାଣ୍ଡ ଗ୍ରାଣ୍ଡ ରୋଡ଼ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି କାଣ୍ଡ ଘଟଣାର କାରଣ, ନିରାକରଣ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏହାର ଯେପରି ପୁନରାବୃତି ନ ହେବ ସେଥିନେଇ ଆଲୋଚନା ହୋଇଥିଲା…

ତୁରନ୍ତ ଅପସାରିତ ହେବ ନବକୃଷ୍ଣଙ୍କ ବିକୃତ ପ୍ରତିମୂର୍ତ୍ତି

ଭୁବନେଶ୍ଵର: ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସର୍ବୋଦୟ ନେତା ସ୍ଵର୍ଗତ ନବକୃଷ୍ଣ ଚୌଧୁରୀ ତ୍ୟାଗ ଓ ସେବାର ପ୍ରତୀକ ବୋଲି ସର୍ବଜନ ବିଦିତ । ଗଡଜାତ ଆନ୍ଦୋଳନକୁ ବ୍ୟାପକ କରିବା ଦୃଷ୍ଟିରୁ ଉଭୟ ନବ ବାବୁ ଓ ମାଳତୀ ଦେବୀ ଅନୁଗୁଳକୁ କର୍ମଭୂମିରୂପେ ଯାହା ବାଛିଥିଲେ, ଜୀବନର…

କିଟ୍‌ରେ ଜାତୀୟ କୁଇଜ ପ୍ରତିଯୋଗିତା ଉଦ୍‌ଘୋଷ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର କୁଇଜିଂ ସୋସାଇଟି କ୍ୟୁଟୋପିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଜାତୀୟ ସ୍ତରର କୁଇଜ ପ୍ରତିଯୋଗିତା ଉଦଘୋଷ-୨୦୨୩ ରବିବାର ଅନୁଷ୍ଠିତ ହୋଇଯାଇଛି । ଜି-୨୦ ବ୍ୟାନରରେ ଅନୁଷ୍ଠିତ ଏହି ଜାତୀୟ କୁଇଜ ପ୍ରତିଯୋଗିତାକୁ ସୁନାମଧନ୍ୟ କୁଇଜ ମାଷ୍ଟର ମେଜର୍ ଚନ୍ଦ୍ରକାନ୍ତ…

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଗୁଜରାଟ ସମ୍ମୁଖରେ ୧୬୩ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ମଙ୍ଗଳବର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬୩ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଗୁଜରାଟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୫ଟି ସଫ୍ଟୱେର ପାର୍କ

ଭୁବନେଶ୍ୱର: ଦେଶରେ ନୂତନ କରି ଆଉ ୨୨ଟି ସଫ୍ଟୱେର ପାର୍କ ପ୍ରତିଷ୍ଠା ହେବ । ଏଥିରେ ରାଜ୍ୟର ୫ଟି ସ୍ଥାନରେ ସଫ୍ଟୱେର ପାର୍କ ହେବ ବୋଲି ଜଣାପଡ଼ିଛି । ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର…

ଏନଏସି ନିର୍ବାଚନ, କିଏ ମାରିବ ବାଜି ?

ଭୁବନେଶ୍ୱର: ରାତି ପାହିଲେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ଫଳାଫଳ। ଯାହାକୁ ନେଇ ଏବେ ରାଜନୀତି ଚଳଚଞ୍ଚଳ। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ଥିବାରୁ ଏହି ଫଳାଫଳ ବହୁ ଗୁରୁତ୍ୱ ରଖୁଥିବା ଚର୍ଚ୍ଚା ହେଉଛି। ଉଭୟ ଏନଏସି ଫଳାଫଳ ଯେଉଁ ଦଳ ସପକ୍ଷରେ ଯିବ ସେ ଦଳ ଏହାକୁ ପ୍ରଚାରରେ…

କର୍ଣ୍ଣାଟକ ନିର୍ବାଚନ, ନିଦ ହଜାଇଦେଲେଣି ରାହୁଲ !

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ବହୁ ଦିଗରୁ ଗୁରୁତ୍ୱ ବହନ କରୁଛି। ଗୋଟିଏ ପଟେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆଗାମୀ ନିର୍ବାଚନ ପାଇଁ ଗୋଟେ ବଡ଼ ବାର୍ତା ହେବ। ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟ ପଦ ରଦ୍ଦ ପରେ ବିଜେପି ବିରୋଧରେ…

କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ପଂହଚିଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟର ଖେଳାଯାଉଥିବା ମ୍ୟାଚକୁ ଷ୍ଟାର ଖେଳାଳି ରିଷଭ ପନ୍ତ ଉପଭୋଗ କରିଛନ୍ତି । ଗତ ବର୍ଷ କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ପନ୍ତ ଷ୍ଟାଡିୟମକୁ ଆସିଛନ୍ତି । ଷ୍ଟାଡିୟମ ନିକଟରେ ପଂହଚିବା ମାତ୍ରେ…

ଝାରସୁଗୁଡା ଲଢେଇ, ବହୁ ଆଗରେ ବିଜେଡି !

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ରେସରେ ବହୁ ଆଗରେ ବିଜେଡି। ରାଜ୍ୟରେ ସବୁଠୁ ଶକ୍ତିଶାଳୀ ଦଳ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିବା ସହ ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛି। ଦଳର ୩ ଜଣ ବରିଷ୍ଠ ନେତାଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ…

କଥା କଟାକଟିକୁ ନେଇ ଗଣ୍ଡଗୋଳ, ୨୦ ଗିରଫ

ଜୟପୁର: କୋରାପୁଟ ସହରରେ ଥିବା ଟିକିରା ସାହି, ଇନ୍ଦିରା କଲୋନୀ ଓ ପରିଜା ସାହିପିଲା ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ପରେ ଗଣ୍ଡଗୋଳ ଘଟଣା । ୩ ସାହି ପକ୍ଷରୁ ହୋଇଥିବା ପୃଥକ ପୃଥକ ମାମଲାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି ।…