Latest Odisha News

BREAKING NEWS

କେନ୍ଦୁଝରରେ ହସ୍ପିଟାଲରେ ଅପରେସନ ବେଳେ ମହିଳାଙ୍କ ମୃତ୍ୟୁ, ପରିବାର ଲୋକଙ୍କ ପ୍ରତିବାଦ

କେନ୍ଦୁଝର: ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ଅପରେସନ ସମୟରେ ମୃତ୍ୟୁ ହେବା ପରେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ମୃତକଙ୍କ ପରିବାର ଲୋକେ ସୋମବାର ପ୍ରତିବାଦ କରିଛନ୍ତି। ପୁଷ୍ପଲତା ମହାନ୍ତି ନାମକ ଜଣେ ମହିଳା ପେଟରୁ ଟ୍ୟୁମର ବାହାର କରିବା ପାଇଁ ଅପରେସନ ପାଇଁ…

ମଦ ପିଇବା ବେଳେ ଦୁଇ ସାଙ୍ଗ ମଧ୍ୟରେ ବଚସା, ଜଣଙ୍କର ମୃତ୍ୟୁ

ଝାରସୁଗୁଡ଼ା: ସୋମବାର ଏକ ବିବାଦକୁ କେନ୍ଦ୍ର କରି ଝାରସୁଗୁଡାରେ ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଳଦେବ ଚାନ୍ଦ ଓ ଅଭିଯୁକ୍ତ ଚୈତନ୍ୟ ରାଉତ ବଞ୍ଜାରୀ ଗ୍ରାମ ଉପକଣ୍ଠରେ ଥିବା ଏକ ଦୋକାନରେ ଏକାଠି ମଦ ପିଉଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।…

ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ୟାରିସ୍‌ରେ ରବିବାର ଆୟୋଜିତ ପ୍ୟାରିସ୍ ଫ୍ୟାଶନ ୱିକ୍‌ରେ ଐଶ୍ୱର୍ଯ୍ୟା ସାମିଲ ହୋଇ ସମସ୍ତଙ୍କ ମନ ଜିଣିଛନ୍ତି । ଲ’ରିଅଲ୍‌ର ଭାରତୀୟ ଆମ୍ବାସାଡ଼ାର ହୋଇ ଐଶ୍ୱର୍ଯ୍ୟା ପ୍ରତିବର୍ଷ ଏହି…

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର: ୨୫୯ ଜଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ ୭୨ଜଣ ଶ୍ରମିକଙ୍କ…

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ୍ ପାଇଁ କୋର୍ଟ ଯିବ ପୋଲିସ!

କଟକ: ତଦନ୍ତରେ ସହଯୋଗ ନକରିବାରୁ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ କମିଶନରେଟ ପୋଲିସ କୋର୍ଟରେ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ୍ (ଏନବିଡବ୍ଲ୍ୟୁ) ଆବେଦନ କରିବାକୁ ଯୋଜନା କରିଛି। ଜଣେ ମହିଳା ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଫେରାର ଅଛନ୍ତି…

ସେପ୍ଟେମ୍ବରରେ କମିଲା ଦେଶର ବେକାରୀ ହାର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ପ୍ରସଙ୍ଗ ଏକଜୁଟ କରୁଥିବା ବେଳେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ସେପ୍ଟେମ୍ବରରେ ଭାରତର ବେକାରୀ ହାର ୭.୦୯%କୁ…

ଏସିଆନ ଗେମ୍ସ: ୯ମ ଦିନରେ ଭାରତୀୟ ଆଥଲେଟ ଜିତିଲେ ୭ ପଦକ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୯ମ ଦିନ ଭାରତୀୟ ଆଥଲେଟମାନେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖି ୯ ପଦକ ହାସଲ କରିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୬୦ରେ ପଂହଚିଛି । ସ୍କେଟିଂ ୩୦୦୦ ମିଟର ରିଲେରେ ଭାରତର ଉଭୟ ପୁରୁଷ ଓ ମହିଳା ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସୂତୀର୍ଥା ମୂର୍ଖାଜୀ ଓ…

ରେଳ ଧାରଣାରେ ପଥର, ବନ୍ଦେ ଭାରତର ଲୋକପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଏଡ଼ାଇଲା ବଡ଼ ଦୁର୍ଘଟଣା

ଜୟପୁର: ସୋମବାର ସକାଳେ ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହେବା ପୂର୍ବରୁ ଲୋକ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଯାଇଛି। ରେଳ ଧାରଣାରେ ପଥର, ଚିପ୍ସ, ଏବଂ ଅନ୍ୟାନ୍ୟ ଜିନିଷ ଥୁଆ ହୋଇଥିବା ଦେଖି ଟ୍ରେନକୁ ଠିକ୍ ସମୟରେ ଅଟକାଇ ଦେଇଥିଲେ ସଂପୃକ୍ତ ଲୋକ…

୬ ମିନିଟରେ ଓଲଟା ଚିତ୍ର ଆଙ୍କି ନିଆରା ଢଙ୍ଗରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆୟୁଷ

ପୁରୀ: ଆଜି ବାପୁଜୀଙ୍କର ୧୫୪ତମ ଜନ୍ମ ଜୟନ୍ତୀ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଲଟା ଚିତ୍ରକର ଆୟୁଷ ମହାପାତ୍ର ନିଆରା ଢଙ୍ଗରେ ଗାନ୍ଧୀଙ୍କ ଏକ ସୁନ୍ଦର ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମାତ୍ର ୬ ମିନିଟରେ ଜାତିର ପିତା ମହତ୍ମା ଗାନ୍ଧୀଙ୍କ ଏହି ସୁନ୍ଦର ଚିତ୍ର ଆଙ୍କି ବେଶ୍ ପ୍ରଶଂସା…

ମହାପ୍ରଭୁଙ୍କୁ ଦର୍ଶନ କଲେ ଆଦିତ୍ୟ ବିର୍ଲା କମ୍ପାନୀର ମାଲିକ କୁମାର ମଙ୍ଗଳମ ବିର୍ଲା

ପୁରୀ: ଆଦିତ୍ୟ ବିର୍ଲା କମ୍ପାନୀର ମାଲିକ କୁମାର ମଙ୍ଗଳମ ବିର୍ଲା ପୁରୀ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଆଜି ଅପରାହ୍ନରେ ସେ ସସ୍ତ୍ରୀକ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ପୋଲିସ ସୁରକ୍ଷା ମଧ୍ୟରେ…