Latest Odisha News

BREAKING NEWS

ସବୁଠି ‘ନାଟୁ-ନାଟୁ’ର କ୍ରେଜ: ପାକିସ୍ତାନରେ ନାଚିଲେ ଯୁବକଯୁବତୀ

ମୁମ୍ବାଇ: ଓସ୍କାର ଜିତିବା ପରେ ‘ନାଟୁ ନାଟୁ’ ଗୀତର ଚାହିଦା ଏବେ ସାରା ବିଶ୍ୱରେ ବଢିଛି । ଏହି ଗୀତ ବାଜିବା କ୍ଷଣି ଗୋଡ଼ ଉଠିବା ସ୍ୱଭାବିକ । କେବଳ ଭାରତ କାହିଁକି, ସମଗ୍ର ବିଶ୍ୱରେ ଲୋକମାନେ ଏହି ଗୀତ ନାଟୁ-ନାଟୁ ଧୁମ୍‌ରେ ନାଚିବାରେ ନିଜକୁ ଅଟକାଇ ପାରୁ ନାହାନ୍ତି । ଏବେ ପାକିସ୍ତାନୀ…

‘ଥାଲ ସେବା’: ୫ ବର୍ଷରେ ଖାଇଲେଣି ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

ଉତ୍ତରାଖଣ୍ଡ: ଏବେକା ମହଙ୍ଗା ଯୁଗରେ ଚା’ କପଟିଏ ପିଇବା ପାଇଁ ଯେତେବେଳେ ଅତିକମ୍‌ରେ ୧୦ ଟଙ୍କାଟିଏ ଦେବାକୁ ପଡ଼ୁଛି ସେଭଳି ସମୟରେ ମାତ୍ର ୫ ଟଙ୍କାରେ ଲୋକଙ୍କୁ ମିଲ୍ ଖୁଆଇବା କିଭଳି ସମ୍ଭବ ? ସରକାରୀ ଭାବେ ନୁହେଁ ବ୍ୟକ୍ତିଗତ ଉଦ୍ୟମରେ ୫ ଟଙ୍କାରେ ଲୋକଙ୍କୁ ମିଲ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି…

ଏସିଆନ ଖୋ ଖୋ ଚାମ୍ପିୟନଶିପ: ଭାରତୀୟ ଦଳରେ ଅର୍ଚ୍ଚନା, କାଦମ୍ବିନୀ

ଭୁବନେଶ୍ୱର: ଗୌହାଟୀରେ ମାର୍ଚ୍ଚ ୨୦ରୁ ୨୩ ପର୍ଯ୍ୟନ୍ତ ଚତୁର୍ଥ ଏସିଆନ ଖୋ ଖୋ ଚାମ୍ପିୟନଶିପ ଆୟୋଜିତ ହେବ । ରବିବାର ଏ ନେଇ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ଅଧିନାୟିକା ଅର୍ଚ୍ଚନା ମାଝୀ ଓ ସାଥୀ ଖେଳାଳି କାଦମ୍ବିନୀଙ୍କୁ ସ୍ଥାନ ମିଳିଛି । ଓଡିଶାର ଏହି ଦୁଇ ପ୍ରତିଭାବାନ…

ବିବାହ ପ୍ରସ୍ତାବରେ ଅରାଜି ହେବାରୁ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ !, ବନ୍ଧାହେଲା ଅଭିଯୁକ୍ତ

କଟକ: ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲେ ଯୁବକ । କଟକ ମର୍କତ ନଗର ଥାନା ପୋଲିସ ଯାଜପୁର ଜିଲ୍ଲା ସପନପୁରର ଅବିନାଶ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ସେକ୍ଟର-୯ରେ ରୁହନ୍ତି ଅଭିଯୁକ୍ତ ଅବିନାଶ…

ଆସନ୍ତୁ ଜାଣିବା କେଉଁ ଦେଶର ରାଷ୍ଟ୍ରପତି କହିଲେ ଚିକେନ ପଞ୍ଝା ଖାଇ ଜୀବନ ବଂଚାଅ

କାହିରା: ମିଶରରେ ଏବେ ଆର୍ଥୀକ ମାନ୍ଦାବସ୍ଥା ଏତେ ମାତ୍ରାରେ ବୃଦ୍ଧି ପାଇଛି ସାଧାରଣ ଲୋକଙ୍କ କ୍ଷେତ୍ରରେ ଚଳିବା କଷ୍ଟକର ହୋଇ ପଡିଛି । ଏହି ଅବସ୍ଥାରେ ସେମାନେ ସରକାରଙ୍କଠାରୁ ସାହାଯ୍ୟ ଆଶା କରୁଥିବା ବେଳେ ସେଠାକାର ରାଷ୍ଟ୍ରପତି ଏ ଭଳି ପରାମର୍ଶ ଦେଇଛନ୍ତି ଯେ, ତାହା ଲୋକଙ୍କୁ ଅସନ୍ତୁଷ୍ଟ…

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତର ୩ ପୁରୁଷ ରେସ ୱାକର

ନୋମି: ଜାପାନର ନୋମିରେ ଅନୁଷ୍ଠିତ ୨୦କିମି ଏସୀୟ ରେସ ୱାକିଂ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ କରି ଭାରତର ବିକାଶ ସିଂ ଓ ପରମଜିତ ବିଷଟ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପୁରୁଷ ବିଭାଗ କାଟାଗୋରୀରେ ବିକାଶ ୧:୨୦:୦୫ ଓ ପରମଜିତ ୧:୨୦:୦୮ ସେକେଣ୍ଡରେ ସେମାନଙ୍କ…

ଦିନିକିଆ ଇତିହାସରେ ଭାରତର ସବୁଠାରୁ ଲଜ୍ଜାଜନକ ପରାଜୟ, ୨୩୪ ବଲ ବାକି ଥାଇ ଜିତିଲା ଅଷ୍ଟ୍ରେଲିଆ

ବିଶାଖପଟନମ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟବରଣ କରିଛି । ଦିନିକିଆ ଇତିହାସରେ ଏହା ଭାରତର ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ । ଅଷ୍ଟ୍ରେଲିଆ ୨୩୪ ବଲ ବାକି ଥାଇ ଭାରତକୁ ପରାଜିତ କରିଛି । ଏହା ପୂର୍ବରୁ ୨୦୧୯ରେ…

ଗଧ ଗାଡ଼ିରେ ଆସିଲେ ବରକନ୍ୟା

ବିବାହକୁ ସ୍ମୃତି କରି ରଖିବା ପାଇଁ ଅନେକ ଅଜବ ଉପାୟ ଆପଣାଇଥାନ୍ତି । କିଏ ହେଲିକ୍‌ପ୍ଟରରେ ଆସି ବିବାହ କରିଥାଏ ତ ଆଉ କିଏ ସମୁଦ୍ର ଭିତରେ ବୁଡ଼ି ବିବାହ କରି ଚର୍ଚ୍ଚାକୁ ଆସନ୍ତି । ଆଉ କେଉଁଠି ବିବାହ ମଣ୍ଡପକୁ ବର ଓ କନ୍ୟା ଚାଲି ଚାଲି ଯାଇ ବିବାହ କରିବାର ନଜିର ଅଛି । ଏବେ ସେଭଳି ଏକ ଭିଡ଼ିଓ…

ଏପ୍ରିଲ ୬ରୁ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ‘ଗାଁ ଗାଁ ଚାଲ; ଘର ଘର ଚାଲ’ ଅଭିଯାନ

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ଆଦୌ ଦରଦ ନାହିଁ ଏବଂ ତାଙ୍କୁ ବିକାଶ ଧାରାରୁ ବଞ୍ଚିତ ରଖୁଛନ୍ତି । ଓଡ଼ିଶାରେ ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗର । ଆଜି…

ଲାଇଭ୍ ଶୋରେ ଖବର ପଢ଼ୁ ପଢ଼ୁ ଖସି ପଡ଼ିଲେ ଆଙ୍କର, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଟିଭି ଆଗରେ ଆପଣ ଆଙ୍କରକୁ ନ୍ୟୁଜ୍ ପଢ଼ୁଥିବା ଦେଖନ୍ତି । ବିଭିନ୍ନ ଖବରକୁ ଆଙ୍କର ଗମ୍ଭୀରତାର ସହ ପରସନ୍ତି । ହେଲେ ନ୍ୟୁଜ୍ ପଢ଼ୁଥିବା ବେଳେ ଆଙ୍କର ଚେୟାରରୁ ଖସି ତଳେ ପଡ଼ି ଯାଇଛନ୍ତି । ଏମିତି ଘଟିଛି ଆମେରିକାର ଲୋକପ୍ରିୟ ଚ୍ୟାନେଲ୍ ସିବିଏସର ଲାଇଭ ଶୋରେ ।…