Latest Odisha News

BREAKING NEWS

ଜମ୍ମୁକାଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼

ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରବାସୀ । ଜମ୍ମୁକାଶ୍ମୀରର ଶୋପିଆନରେ ଗୁରୁବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି । ଆତଙ୍କବାଦୀ ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼ କରିଥିବା ବେଳେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଅନୱର, ହୀରାଲାଲ୍ ଓ…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ହର୍ଡଲ୍ସରେ ସ୍ୱର୍ଣ୍ଣ ଜିତିଲେ ଜ୍ୟୋତି

ବ୍ୟାଙ୍କକ: ଭାରତର ଉଦୀୟମାନ ଆଥଲେଟ ଜ୍ୟୋତି ୟାରାଜୀ ଏଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଆନ୍ଧ୍ରପ୍ରଦେଶର ଜ୍ୟୋତି ୧୦୦ ମିଟର ହର୍ଡଲ୍ସରେ ପ୍ରଥମ ଭାରତୀୟ ଭାବେ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଛନ୍ତି । ସେ ୧୩.୦୯…

ଟେସଲା ଆଣିବ ୨୦ ଲକ୍ଷର ଇଲେକ୍ଟ୍ରିକ୍ କାର, ଭାରତରେ ବସାଇବ କାରଖାନା

ନୂଆଦିଲ୍ଲୀ: ଅରବପତି ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ଭାରତରେ ବାର୍ଷିକ ୫ ଲକ୍ଷ ଇଲେକ୍ଟ୍ରିକ୍ କାର ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବ । ନିବେଶ ନେଇ ଟେସଲା ପକ୍ଷରୁ ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ,…

ୱିମ୍ବେଲଡନ ଟେନିସ: ସେମିଫାଇନାଲରେ ହାରିଲେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ଅଭିଯାନ ପୁରୁଷ ଡବଲ୍ସରେ ଶେଷ ହୋଇଛି । ବୋପାନ୍ନ-ଏବଡେନ ପ୍ରଭାବୀ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ସୃଷ୍ଟି କରିଥିଲେ । ତେବେ ସେମିରେ ସେମାନଙ୍କୁ…

୩୦ ଲକ୍ଷ ଟଙ୍କାର ଟମାଟୋ ବିକିଥିବା ଚାଷୀଙ୍କୁ ହତ୍ୟା, ବ୍ୟବସାୟୀ ମାରି ଦେଇଥିବା ପରିବାରର ଅଭିଯୋଗ

ବିଶାଖାପାଟଣା: ବଜାରରେ ଟମାଟୋର ଭାଉ କାହିଁରେ କେତେ ? ଆଜିର ଦିନରେ ଯାହା ପାଖେ ଟମାଟୋ ଅଛି, ସେ ଏବେ ଲକ୍ଷପତି । ଆଉ ଟମାଟୋ ଚାଷ କରି ଲକ୍ଷପତି ବନିଥିବା ଆନ୍ଧ୍ରର ଜଣେ ଚାଷୀଙ୍କୁ ଗାଁ ଦାଣ୍ଡରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବୁଧବାର ଆନ୍ଧ୍ରପ୍ରଦେଶର ଅନ୍ନାମୟା ଜିଲ୍ଲାରେ ନରେମ…

ଆଇସିସିର ଐତିହାସିକ ଘୋଷଣା: ପୁରୁଷ ଓ ମହିଳା ଟିମ ପାଇଁ ସମାନ ପୁରସ୍କାର ରାଶି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏକ ଐତିହାସିକ ଘୋଷଣା କରିଛି । ଆଗକୁ ସମସ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଂଟରେ ଉଭୟ ପୁରୁଷ ଓ ମହିଳା ଟିମଙ୍କୁ ସମାନ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯିବ । ଆଗାମୀ ଟି୨୦ ବିଶ୍ୱକପରୁ ଏହାର ଆରମ୍ଭ…

ଏଏସଓ ମେରିଷ୍ଟ ଲିଷ୍ଟ ବାତିଲ ପ୍ରସଙ୍ଗ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ; କିଏ କ’ଣ ଯୁକ୍ତି ରଖିଲେ ପଢ଼ନ୍ତୁ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ରିଭ୍ୟୁ ପିଟିସନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ଓପିଏସସି ଓ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।…

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ପାଇଁ ଦୋକାନ ମାଲିକଙ୍କ ଧମକ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ବନ୍ଦ ହେଉନି ବୁଲା ବିକାଳିଙ୍କ ପସରା । ଅନଧିକୃତ ଭାବେ ଭୁବନେଶ୍ୱର ୟୁନିଟ୍ ୨ ମାର୍କେଟ ବିଲ୍ଡିଂରେ ବସୁଥିବା ବ୍ୟବସାୟୀଙ୍କୁ ନେଇ ଦୋକାନ ମାଲିକ ସଂଘ ମାର୍କେଟ ବିଲ୍ଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଧମକ ଦେଇଛି । ଆଜି ୟୁନିଟ୍ ୨…

ଅନୁଭବ-ବର୍ଷା ବିବାହ ବିଚ୍ଛେଦ, ତିନି ମାସ ମଧ୍ୟରେ ମାମଲା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅନୁଭବ-ବର୍ଷା ଛାଡ଼ପତ୍ର ମାମଲାରେ ହସ୍ତକ୍ଷେପ କଲେ ଓଡ଼ିଶା ହାଇକୋର୍ଟ। ୪ ସପ୍ତାହ ମଧ୍ୟରେ ବର୍ଷାଙ୍କ ଚୂ଼ଡାନ୍ତ ସାକ୍ଷ୍ୟ ଗ୍ରହଣ କରି ୩ ମାସ ମଧ୍ୟରେ ମାମଲା ଫଇସଲା କରିବାକୁ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ମାମଲାର ଶୁଣାଣି…

ଛାତ୍ର ନିର୍ବାଚନ: ସୌମ୍ୟଙ୍କ ସିଧା ପ୍ରଶ୍ନ, ଛାତ୍ର ନେତାଙ୍କୁ କାହିଁକି ଡରୁଛନ୍ତି ସରକାର?

ବାରିପଦା: ସାରା ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଶାସକ ବିଜୁ ଜନତା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା…