Latest Odisha News

BREAKING NEWS

ରତ୍ନ ବେଦିରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ : ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ l ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଏବେ ବଡ଼ ଦେଉଳର ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜିଠୁ ପୁଣି ଶ୍ରୀମନ୍ଦିରରେ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି ନୀତିକାନ୍ତି । ଆଜି ସକାଳେ…

ଟାଟା ପାୱାର ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ, ସୋମବାରଠାରୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା

ଭୁବନେଶ୍ୱର: ଟାଟା ପାୱାର ବିରୋଧରେ ଆନ୍ଦୋଳନ କରିବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ। ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ସୋମବାରଠାରୁ ଧାରଣାରେ ବସିବେ ବିଦ୍ୟୁତ୍ ଶ୍ରମିକ। ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଡାକରାରେ ଟିପିସିଓଡିଏଲ୍ ମୁଖ୍ୟ ଦପ୍ତର ସମ୍ମୁଖରେ ଶ୍ରମିକମାନେ ଧାରଣାରେ…

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୂରିଲା ମାସେ, ଏବେ ବି ମୃତଦେହ ଅପେକ୍ଷାରେ ପରିବାର, ବାତିଲ ହେଉଛି ଟ୍ରେନ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଆଜି ମାସେ ପୂରିଛି। ଜୁନ ଦୁଇ ତାରିଖରେ ସଂଧ୍ୟାରେ କରମଣ୍ଡ ଏକ୍ସପ୍ରେସ ଓ ଆଉ ଦୁଇଟି ଟ୍ରେନ୍ ପରଷ୍ପର ଧକ୍କା ହେବାରୁ ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଏହି ଘଟଣାକୁ ଆଜିକୁ ମାସେ ପୂରି ଥିବା ବେଳେ ଏବେ ବି…

କବିତା : ଏମିତି କିଛି ଅଛି

ରାଜଲକ୍ଷ୍ମୀ ତ୍ରିପାଠୀ ସଞ୍ଜ ହେଲେ ଫୁଲଟି ଫୁଟିଲେ ଯେ ତିନି ହାତ ଭୂଇଁ ଉପରକୁ ଉଠି ଆକାଶ ଛୁଇଁବ କବି କିଛି କହେନାହିଁ ଘାରେ ତାକୁ ଅଙ୍କୁରିତ ବୀଜର ନିନାଦ କଢ଼ଟିଏ ଫୁଲ ହେବାବେଳେ ଗଣିଛି ସେ ଉଚ୍ଚ ଆକାଶରେ ଜହ୍ନ ଆଉ ତାରାଙ୍କ ମିଳିତ ପାଦଶବ୍ଦ । କହେନି ସେ ହୃଦୟଟିଏ ପ୍ରାଣ…

ସରିଲା ଓଟିଇଟି ୨୦୨୨, ଡିଜିଟାଲ୍ ଲକର୍‌ରେ ଓଏମ୍‌ଆର୍‌ ସିଟ୍

ଭୁବନେଶ୍ୱର: ସରିଲା ଓଟିଇଟିଟି ୨୦୨୨ର ପରୀକ୍ଷା। ଶନିବାର ଶେଷ ହୋଇଛି ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୨ର ଦୁଇଟି ପେପର୍ ପରୀକ୍ଷା। ଓଟିଇଟି- ୧ ଏବଂ ଓଟିଇଟି-୨ ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହୋଇଥିଲା। ଚଳିତଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀମାନେ ମଧ୍ୟ…

ଭାଷା ଭାଗବତ : ସମୂହ ହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ଣ ଭାଷାର ପରିଚିତି ପାଇପାରେନି ଜଣେ ବ୍ୟକ୍ତି ଭାଷାଂଶ କରି ବ୍ୟବହାର ଚଳାଏ ସାହିତ୍ୟ ସଂସାର ଭାଷାର ବଡ଼ ଶବ୍ଦକୋଷ ପଢ଼ି କରିଲେ ସୁଦ୍ଧା ଶେଷ ତହିଁରୁ ଆହୁରି ଅଧିକ ଶବ୍ଦ ତ କହୁଥାଂତି ଲୋକ ଏ ସବୁ ଗୋଟି ଗୋଟି ଗଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ-ବିଧି ପ୍ରସଙ୍ଗରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ସରିଛି। ଧୂପ ଭୋଗ ସରିବା ପରେ ଜୟମଙ୍ଗଳ ଆରତି ମଧ୍ଯ ସରିଛି। ଏହି ସମୟଟି ପୁଣି ଭକ୍ତ ଓ ଭଗବାନଙ୍କ ମିଳନ ସମୟ…

‘ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏନବିଡବ୍ଲ୍ୟୁ ଜାରି ସତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ’

ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁକୁ ୨ବର୍ଷ ବିତିଯାଇଥିଲେ ବି ଏଯାଏଁ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କି ଦୋଷୀଙ୍କୁ ଗିରଫ ମଧ୍ୟ କରାଯାଉନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ବର୍ତମାନର…

ରତ୍ନବେଦୀକୁ ବାହୁଡିଗଲେ ମହାବାହୁ, ପୁଣି ଅପେକ୍ଷା ଆରବର୍ଷକୁ

ପୁରୀ (ସନ୍ତୋଷ କୁମାର ଦାସ): ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି। ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ। ନିର୍ଦ୍ଧାରିତ ସମୟ ଅନୁଯାଇ ସନ୍ଧ୍ୟା ୬ ଟାରେ ପହଣ୍ଡି ଆରମ୍ଭ ହୋଇଥିଲା।ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ…

ରାଜଧାନୀରେ ଡେଙ୍ଗୁ ଆତଙ୍କ, ହଟସ୍ପଟ ପାଲଟିଛି ଏହି ସବୁ ଅଞ୍ଚଳ

ଭୁବନେଶ୍ୱର: ମୌସୁମୀ ଆଗମନ ସାଙ୍ଗକୁ ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୯ ତାରିଖ ସୁଦ୍ଧା ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…