Latest Odisha News

BREAKING NEWS

ଧରାକୁ ଆସିଛନ୍ତି ପ୍ରଭୁ ଯୀଶୁ, ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ଗୀର୍ଜାଘର

ଭୁବନେଶ୍ୱର: ଆଜି ବଡ଼ଦିନ । ଯାହାକୁ ଖ୍ରୀଷ୍ଟମାସ ବୋଲି ଆମେ କହିଥାଉ । ଧରାପୃଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର । ମଦର ମେରିଙ୍କ କୋଳରେ ଇହୁଦୀମାନଙ୍କ ଧର୍ମଦେବତା । ଆଜିର ଦିନଟିକୁ ଖୁବ୍ ଉଲ୍ଲାସର ସହ ପାଳନ…

୩ ବର୍ଷର ଅପେକ୍ଷା ପରେ ବି ଟେଷ୍ଟରେ ବିରାଟଙ୍କ ବ୍ୟାଟରୁ ବାହାରୁନି ଶତକ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଶତକ ମାରପାରି ନାହାନ୍ତି । ଚଳିତ ବର୍ଷ ଆଉ ଟେଷ୍ଟ ମ୍ୟାଚ ଖେଳାଯିବାକୁ ନାହିଁ । ଏଥିସହ କୋହଲିଙ୍କ ଶତକକୁ ଅପେକ୍ଷା କରିଥିବା କ୍ରିକେଟପ୍ରେମୀ ପୁନର୍ବାର ନିରାଶ ହୋଇଛନ୍ତି । ୩ ବର୍ଷ କୋହଲି ଟେଷ୍ଟରେ ଶତକ…

ଦୁବାଇରେ ୩୩ କୋଟି ଟଙ୍କା ଲଟେରୀ ଜିତିଲେ ଭାରତୀୟ ଡ୍ରାଇଭର

ଦୁବାଇ: ତେଲେଙ୍ଗାନାର ଅଜୟ ଓଗୁଲାଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଜୀବନରେ କେବେ ହେଲେ ଅଜୟ ଲଟେରୀ ଟିକେଟ କିଣି ନ ଥିଲେ । ତାଙ୍କର ଜଣେ ବନ୍ଧୁ ଅମିରିତ ଡ୍ରରେ ୭୭୭୭ ଦିରହାମ ଜିତିଥିଲେ । ଏହା ଦେଖି ଅଜୟ ମଧ୍ୟ ଏଥିପ୍ରତି ମନ ବଳାଇଥିଲେ । ସେ ୨ଟି ଲଟେରୀ ଟିକେଟ କିଣିଥିଲେ ।…

ବାଲୁକା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଅଭିନନ୍ଦନ

ପୁରୀ : ବାଲୁକାରେ ସାନ୍ତା କ୍ଲଜ୍ । ଆଉ ଖ୍ରୀଷ୍ଟମାସର ଅଭିନନ୍ଦନ । ଶିଳ୍ପୀ ମାନସ କୁମାର ସାହୁଙ୍କ କଳାକୃତି । ବାଲିରେ ହସୁଛନ୍ତି ସାନ୍ତା କ୍ଲଜ୍ । ବିଶ୍ୱରେ ଯୁଦ୍ଧରେ ମାହୋଲ୍ । ଏପରିସ୍ଥିତିରେ ସାନ୍ତା ବିଶ୍ୱ ଶାନ୍ତିର ବାର୍ତ୍ତା ଦେବାକୁ ଆସିଛନ୍ତି । ପୁରୀ ଲାଇଟ୍ ହାଉସ ସମୁଦ୍ରକୂଳରେ…

କେନ୍ଦ୍ରୀୟ ଯୋଜନା ନାଁ ବଦଳେଇଛନ୍ତି ରାଜ୍ୟ ସରକାର : ଦୀପ୍ତି ରାଓ୍ୱତ୍

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାଓ୍ୱତ । ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କ ସହ ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ ରିପୋର୍ଟ ସେ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି । ଓଡିଶାରେ ମହିଳାମାନଙ୍କୁ କେବଳ ଭୋଟ ବ୍ୟାଙ୍କ…

ଶୁଟିଂ ସେଟରେ ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ ତୁନୀଷା

ମୁମ୍ବାଇ: ଉଦୀୟମାନ ଟିଭି ତାରକା ତୁନୀଷା ଶର୍ମା ଶନିବାର ଶୁଟିଂ କରୁଥିବା ସେଟରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ୨୦ ବର୍ଷୀୟ ତୁନୀଷା ଏଠାରେ ଏକ ମ୍ୟୁଜିକ ଭିଡିଓର ଶୁଟିଂ କରୁଥିଲେ । ସେଟରେ ସବୁ କିଛି ଠିକ ଠାକ ଥିଲା । ହଠାତ ସେ କାହିଁକି ଏ ଭଳି ପଦକ୍ଷେପ ଗ୍ରହଣ କଲେ ତାହା…

ପାକିସ୍ତାନ ଚୟନ କମିଟି ମୁଖ୍ୟ ହେଲେ ଆଫ୍ରିଦି

ଲାହୋର: ପୂର୍ବତନ ଅଲରାଉଣ୍ଡର ଶାହୀଦ ଆଫ୍ରିଦିଙ୍କୁ ଶନିବାର ପାକିସ୍ତାନ ଚୟନ କମିଟି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। କମିଟିରେ ଅବଦୁଲ ରଜାକ, ରାଓ ଇଫତିକାର ଅହମ୍ମଦ ଓ ହାରୁନ ରଶିଦଙ୍କୁ ସ୍ଥାନ ମିଳିଛି । ଏହି ଚୟନ କମିଟି ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଦଳ ଚୟନ କରିବେ । ଏହି…

ଜୀବିତ ଭାବି ଶ୍ମଶାନରୁ ପୁଅର ଶବକୁ ବୋହିନେଲେ ଡାକ୍ତରଖାନା

ପୁରୀ : କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ୧୫ବର୍ଷର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ଜନ୍ମକଲା ମା,ବାପା  । ସ୍ଵର୍ଗଦ୍ୱାରରେ ଜୁଇରେ ପିଲାଟିକୁ ଦାହ କରିବାକୁ ଚାଲିଥିଲା ପ୍ରସ୍ତୁତି  । ହଠାତ କେହିଜଣେ ପିଲାଟି ବଞ୍ଚିଥିବାର ଅନୁଭବ କଲେ ।ସମସ୍ତେ ଯେମିତି ଚଳଚଞ୍ଚଳ ହେଇଗଲେ ।…

ରଣଜୀ ଟ୍ରଫି: ନୈରାଶ୍ୟଜନକ ପ୍ରଦର୍ଶନ ପରେ ବଦଳିଲା ଓଡିଶା ଟିମ

କଟକ: କ୍ରମାଗତ ୨ଟି ରଣଜୀ ମ୍ୟାଚରେ ଓଡିଶା କ୍ରିକେଟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଚୟନ କମିଟି ଦଳରେ କେତେକ ପରିବର୍ତନ କରିଛନ୍ତି । ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୨ଟି ମ୍ୟାଚ ପାଇଁ ଏହି ପରିବର୍ତନ କରାଯାଇଛି । ଘୋଷିତ ୧୭ଜଣିଆ ଦଳରୁ ଅଭିଜ୍ଞ ବିପ୍ଲବ ସାମନ୍ତରାୟ ବାଦ ପଡଥିବା…

ଡାକ୍ତରଖାନାକୁ ଯିବାବେଳେ ବଞ୍ଚିଥିଲେ କି ଗୋବିନ୍ଦ?

ବଲାଙ୍ଗୀର : ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗୋବିନ୍ଦର ମୃତ୍ୟୁ ଏକ ରହସ୍ୟ ହୋଇ ରହିନଯାଉ, ସେଥିପାଇଁ ଖୁବ ସାବଧାନତା ସହିତ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏଭଳି ସ୍ଥିତିରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗୋବିନ୍ଦଙ୍କ ଓକିଲ ଦୁର୍ଗା ମୋହନ…