Latest Odisha News

BREAKING NEWS

ନିଆଁ ଲାଗି ଜଳିଗଲା ୩ କୋଟିର ସମ୍ପତ୍ତି

ରାୟଗଡ଼ା: ବିଳମ୍ବିତ ରାତିରେ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି ୩ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି । ରାୟଗଡ଼ା ସହରର କପିଳାସ ରୋଡରେ ଥିବା ନଟରାଜ ହାର୍ଡୱେର ଓ ପରମଜ୍ୟୋତି ମେଡିକାଲ ଷ୍ଟୋରରେ ନିଆଁ ଲାଗିଥିଲା । ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି…

କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷଙ୍କ ଉପରେ ଏନ୍‌ସିବିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ଅସୁବିଧାରେ ପଡ଼ିଲେ କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲା ନେଇ ଏନ୍‌ସିବି   ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଉପରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ସୂଚନା ଅନୁଯାୟୀ ୨୦୨୦ରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ…

୨୩ ବର୍ଷ ତଳେ ଏମିତି ତାଣ୍ଡବ ରଚିଥିଲା ମହାବାତ୍ୟା

ଭୁବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଘଣ୍ଟା ପ୍ରତି ୩୦୦ କିମି ବେଗରେ ସୁ ସୁ ହୋଇ ମାଡ଼ି ଆସୁଥିଲା ପବନ । ଛିନଛତ୍ର କରି ଦେଇଥିଲା ସବୁକିଛି । ୩୦ ଘଣ୍ଟାର ତାଣ୍ଡବ, ପୂରା ଛାରଖାର ହୋଇ ଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା । ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ…

ପକ୍ଷାଘାତରେ ପୀଡ଼ିତ ସ୍ତ୍ରୀକୁ ଘରୁ ତଡ଼ିଦେଲା ସ୍ବାମୀ

ଛତ୍ରପୁର : ପୁଣି ସାମ୍ନାକୁ ଆସିଲା ନାରୀ ନିର୍ଯାତନାର କରୁଣ କାହାଣୀ । ପକ୍ଷାଘାତ ରୋଗରେ ପୀଡ଼ିତ ଥିବା ସ୍ତ୍ରୀକୁ ଘରୁ ବାହାର କରିଦେଲା ସ୍ବାମୀ । ଏଭଳି ଦୁଃଖଦ ଘଟଣା ଛତ୍ରପୁର ବଡ଼ଷ୍ଟେସନ ରୋଡ ନିବାସୀ ତାରାକାନ୍ତଙ୍କ ଝିଅ ସହ ଘଟିଛି । ମହିଳା ଜଣକ ନ୍ୟାୟ ପାଇବା ପାଇଁ ଥାନା ଓ ଅଦାଲତ…

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ଉପରେ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର: ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ । ଫରେଷ୍ଟ ପାର୍କ ନିକଟରେ ପୋଲିସ ଉପରକୁ ଛାତ୍ର କଂଗ୍ରେସ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଅଭିଯୋଗ କରି ଛାତ୍ର କଂଗ୍ରେସ ଆଜି ନବୀନ…

ASI କରୁଛି କଣ ? ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର…

ପୁରୀ: ଏଏସ୍ଆଇ ହାତରେ ସୁରକ୍ଷିତ ତ ଶ୍ରୀମନ୍ଦିର ? ଶ୍ରୀମନ୍ଦିର ରତ୍ନ ସିଂହାସନ ପଛ ଭାଗରୁ ଚୂନ ପଥର ଖସିବାର କିଛି ଦିନ ଭିତରେ ପୁଣି ଥରେ ପଥର ଖସିଛି । ଯାହାକୁ ନେଇ ସେବାୟତଙ୍କ ସହ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ ଶ୍ରୀମନ୍ଦିର ରତ୍ନ ସିଂହାସନ ପଛ ଭାଗରୁ ଚୂନ…

୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଶୀତ ଆରମ୍ଭ ହୋଇଛି । ଗତକାଲି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।…

ବାରାହା ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ସୁବର୍ଣ୍ଣପୁର : ବାରାହା ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି l ବନ କର୍ମଚାରୀ ଜଣକ ହେଲେ ଆଶୁତୋଷ ହୋତା l ବାରାହା କେନାଲରେ ଫସି ଯାଇଥିଲା ତାକୁ ଉଦ୍ଧାର କରିବାକୁ ଯାଇଥିଲେ ଆଶୁତୋଷ ସେହି ସମୟରେ ଫରେଷ୍ଟ ଗାର୍ଡକୁ…

କବିତା : ଦେବୀ

ଭାରତ ମାଝୀ  ତୁ ତମେ ଦେବତା କହିବୁନି କେବେ, ପ୍ଲିଜ୍! ମହାଳୟାରେ ଆଇଁଷ ଖାଇଚି ପିତୃଙ୍କୁ ଦେଇନି ପିଣ୍ଡ, ଜାଣିଜାଣି ଅରଷ୍ଟି, ଯମର ଦୁରୁଦଣ୍ଣ! ହେଲେ ଆ', ତତେ ଦେବୀ କରିଦେବି, ମୁଁ ମହୀଷ ହୁଏ ପଛେ ତୋ 'ଜାନୁ ଯଉବନ ଖୋଲା ଅଙ୍ଗେ ନାହିଁ ବାସ' ତ ଦେଖିବି! ତୁ ମତେ ଦେବତା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା ସହିତ ପିଲାମାନଙ୍କୁ ଆଜି ଆସିବାକୁ ପଡିବ !ସ୍କୁଲ କୁ ଫୋନ କରି କହିଦେଲା ଆସ୍ଥା । ଆଜି କିନ୍ତୁ ପିଲାଙ୍କ ମନରୁ ସୁରେଖା ପ୍ରତି ଥିବା ଅମଙ୍ଗ ମନୋଭାବ ଦୁରେଇ ଯାଇଚି ; ଖୁସି ଖୁସି ଆସି ଘରେ ଆସି ପହଁଚିଗଲେ ସ୍କୁଲରୁ…