Latest Odisha News

BREAKING NEWS

‘ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନା ହେଉ ପଦ୍ମପୁର’, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କଲା ବିଜେପି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜମୁଛି, ବଢ଼ୁଛି ରାଜନୈତିକ ଉଷ୍ମତା । ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ଛାମୁଆ ନେତା ପଦ୍ମପୁରରେ ଡେରା ପକାଇଛନ୍ତି ପ୍ରଚାର ପାଇଁ । ଶାସକ ଦଳର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଥିବାବେଳେ ବିଜେପି ମୁଖ୍ୟ ନିର୍ବାଚନ…

ବୁଲା କୁକୁରଙ୍କ କାମୁଡ଼ାରୁ ବର୍ତ୍ତିଗଲେ ନାବାଳିକା

ଗାଜିଆବାଦ: ବୁଲା କୁକୁର ହେଉ ବା ପୋଷା କୁକୁର, ସେମାନଙ୍କ ଆକ୍ରମଣର ବହୁତ ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । କେତେବେଳେ ମାଲିକଙ୍କ କବଳରୁ ପୋଷା କୁକୁର ଫିଟିଯାଇ କାହାକୁ କାମୁଡି ରକ୍ତାକ୍ତ କରୁଛି ତ କେଉଁଠି ବୁଲା କୁକୁରମାନେ କାମୁଡି କ୍ଷତାକ୍ତ କରୁଛନ୍ତି । ଏପରି ଅନେକ ଘଟଣା ଆମ…

ପରଲୋକରେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ନୂଆଦିଲ୍ଲୀ : ସବୁଦିନ ପାଇଁ ଆାଖି ବୁଜିଲେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା । କ୍ୟାନସର ଭଳି ରୋଗକୁ ହରାଇଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଏଣ୍ଡ୍ରିଲା । ବ୍ରେନ୍‌ଷ୍ଟ୍ରୋକ୍‌ ଯୋଗୁଁ ତାଙ୍କର ଚାଲିଗଲା ଜୀବନ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା । କୋଲକାତା…

ଯାଆଁଳା ଛୁଆଙ୍କୁ ଜନ୍ମ ଦେଲେ ଇଶା ଅମ୍ବାନୀ

ଭୁବନେଶ୍ୱର: ଅଜା ହେଲେ ଅମ୍ବାନୀ । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଅଜା ହୋଇଛନ୍ତି । ଶନିବାର ଇଶା ଅମ୍ବାନୀ ଯାଆଁଳା ଛୁଆଙ୍କୁ ଜନ୍ମ ଦେବା ପରେ ଅମ୍ବାନୀ ପରିବାର ସହ ପିରାମଲ ପରିବାରରେ ଖେଳି ଯାଇଛି ଖୁସିର ଲହରୀ । ଯାଆଁଳା ଛୁଆଙ୍କ ସହ ମାଆ ଇଶା ଅମ୍ବାନୀ ଏବେ ସୁସ୍ଥ ଥିବା ଜଣାପଡ଼ିଛି…

ହତ୍ୟା ଅଭିଯୁକ୍ତ ସହ ୯ କଏଦୀ ଜେଲରୁ ଚମ୍ପଟ

କୋହିମା: ନାଗାଲାଣ୍ଡର ମନ୍ ଜିଲ୍ଲା ଜେଲରୁ ଚମ୍ପଟ ମାରିଛନ୍ତି ୯ କଏଦୀ । ଏଥିରେ ଜଣେ ହତ୍ୟା ଅଭିଯୁକ୍ତ ବି ସାମିଲ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ପୋଲିସ  ସବୁଠି ତନଖି କରୁଛି । ଶନିବାର ବଡି ଭୋରରୁ ସେମାନେ କୌଶଳକ୍ରମେ ସେଲ୍ ଚାବି ହାତେଇ ଫେରାର ହୋଇଯାଇଥିବା ଜେଲ୍ କର୍ତ୍ତୃପକ୍ଷ…

ପଞ୍ଜାବ ସୀମାରେ ୨ ପାକ୍ ଡ୍ରୋନକୁ ଘଉଡ଼ାଇଲା ବିଏସଏଫ୍

ଚଣ୍ଡିଗଡ: ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଠାବ ହୋଇଛି ପାକିସ୍ତାନୀ ଡ୍ରୋନ ।  ପଞ୍ଜାବର ଗୁରୁଦାସପୁର ଜିଲ୍ଲା କୋସୋଓ୍ୱାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନା ଦେଖିବାକୁ ମିଳିଥିବା ସୂଚନା ଦେଇଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ) । ଗତକାଲି ରାତିରେ ଡ୍ରୋନକୁ ଦେଖି ଯବାନମାନେ…

ବଙ୍ଗୋପସାଗରରେ ଅବପାତ, ୨ ଦିନ ଦକ୍ଷିଣ ଓଡ଼ିଶାର ଏହି ସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ରବିବାର ରାଜ୍ୟର ୧୨ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳର ଘୁ. ଉଦୟଗିରି ସହ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ସାରା ରାଜ୍ୟରେ ଶୀତ…

ବେଳାଭୂମିରେ ଅବସରପ୍ରାପ୍ତ ସେନାଧିକାରୀଙ୍କ ସଫେଇ

ପୁରୀ : ବେଳାଭୂମିରେ ଚାଲିଛି ସଫେଇ କାର୍ଯ୍ୟ  । ଏହି ସଫେଇ କାର୍ଯ୍ୟ କରୁଛନ୍ତି ଅବସରପ୍ରାପ୍ତ ସେନାଧିକାରୀ । ଜଣେ ସେନା ଜୀବନରେ କେବେ ଛୁଟି ନଥାଏ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅବସରପ୍ରାପ୍ତ ସେନାଧିକାରୀ ମାନେ । ଜଣେ ସେନା ସମାଜ ସେବାକୁ ନିଜ ବ୍ରତ ଭାବି କର୍ତ୍ତବ୍ୟ ସମ୍ପାଦନ…

ନବୀନଙ୍କ ଡାଏଲଗ କପି କରିଦେଲେ ଟୁ଼ଡୁ !

ଭୁବନେଶ୍ୱର: ଧାମନଗର ବାଜି ଜିତିବା ପରେ ବାରମ୍ବାର ଉପନିର୍ବାଚନରେ ହାରି ନିରାଶ ହୋଇଥିବା ଭାରତୀୟ ଜନତା ପାର୍ଟି ଆତ୍ମବିଶ୍ବାସ ଫେରିପାଇଛି। ତେଣୁ ପଦ୍ମପୁର ଉପନିର୍ବାଚନରେ ବିଜେଡି ଅନୁକମ୍ପା ଭୋଟ୍ ହାତେଇବାକୁ ଯୋଜନା କରିଥିଲେ ମଧ୍ଯ ବିଜେପି ପଛଘୁଞ୍ଚା ଦେବା ମୁଡରେ ନାହିଁ। ଯିଏ ଚାଷୀ…

ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ବଳ : ଲକ୍ଷ୍ମୀକାନ୍ତ ତ୍ରିପାଠୀ

ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ବ୍ୟଙ୍ଗକାର ତଥା ଗବେଷକ ।ସାହିତ୍ୟର ସବୁ ବିଭାଗରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…