Latest Odisha News

BREAKING NEWS

‘ଦ କଶ୍ମୀର ଫାଇଲ୍ସ’କୁ ପ୍ରୋପାଗଣ୍ଡା ଫିଲ୍ମ କହି ସମାଲୋଚନା କଲେ IFIFI ମୁଖ୍ୟ ବିଚାରକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ ଆଇଏଫଆଇଏଫଆଇ ବିଚାରକ ମଣ୍ଡଳୀର ମୁଖ୍ୟ ନଦାଭ ଲପିଡ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ…

ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି: ରାହୁଲ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ସହରରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ମିଡିଆର ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ବିଜେପିକୁ ବାଣ ମାରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ସୋମବାର, ଭାରତ…

ମୋଦୀଙ୍କୁ କଡ଼ା ଜବାବ ଦେଲେ ଖଡ଼ଗେ, କହିଲେ ସ୍ବାଧୀନତା ପାଇଁ ବିଜେପିର ଅବଦାନ କ’ଣ?

ଅହମଦାବାଦ: ଆତଙ୍କବାଦକୁ ନେଇ କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିବାର ଦିନକ ପରେ କଂଗ୍ରସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢ଼େଇରେ ତାଙ୍କ ଦଳ ଦୁଇ ପ୍ରଧାନମନ୍ତ୍ରୀଙ୍କୁ ବଳିଦାନ ଦେଇଛି।…

ରାଜ୍ୟପାଳଙ୍କୁ ପରୋକ୍ଷରେ ‘ପାର୍ସଲ’ କହି କଟାକ୍ଷ କଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ବିରୋଧରେ ଉଦ୍ଧବ ଠାକୁରେ ନେତୃତ୍ବାଧୀନ ଶିବସେନା ମୋର୍ଚ୍ଚା ଖୋଲିଛି। ଦୁଇ ଦିନ ମଧ୍ୟରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବାକୁ ସେ ଚେତାବନୀ ଦେଇଛନ୍ତି। ନଚେତ ମହାରାଷ୍ଟ୍ର ବନ୍ଦ ପାଇଁ ଡାକରା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ବନ୍ଦ…

କଲେଜିୟମ ବ୍ୟବସ୍ଥାକୁ ସରକାରଙ୍କୁ ମାନିବାକୁ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ବିଚାରପତି ନିଯୁକ୍ତି ନେଇ କଲେଜିୟମ ଦ୍ୱାରା ପଠାଯାଇଥିବା ନାମ ଉପରେ ସରକାର ନିଷ୍ପତ୍ତି ନ ନେଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ…

ପଦ୍ମପୁର ଓ ବରଗଡରେ ଏକକାଳୀନ ୮ଟି ସ୍ଥାନରେ ଜିଏସଟି ରେଡ୍

ପଦ୍ମପୁର: ସକାଳ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପଦ୍ମପୁରର ତିନି ବିଜେଡି ନେତାଙ୍କ ଘରେ ରେଡ୍ କରିଥିଲା। ଆଉ ସଂଧ୍ୟାରେ ବିଜେପି ନେତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ରେଡ୍ କରିଛି। ଯାହା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। ଦୁଇ ସ୍ବୟଂଶାସିତ…

ବିଜେଡି ବିଧାୟକଙ୍କ ନାଁରେ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ବିଜେପି ନେତା

ପଦ୍ମପୁର: ଭୋଟ୍ ତାରିଖ ପାଖେଇ ଆସୁଥିବା ବେଳେ ବରଗଡ ପଦ୍ମପୁରର ରାଜନୀତି ସରଗରମ ରହିଛି। ବିଜେଡି-ବିଜେପି ଆକ୍ଷେପ ପ୍ରତିଆକ୍ଷେପ, ଗୁଇନ୍ଦାଗିରି, ଆଇଟି, ଜିଏସଟି ରେଡ୍ ପରେ ଏବେ ଅପହରଣ ଅଭିଯୋଗ ଆସିଛି। ଝାରବନ୍ଧର ବିଜେପି ମଣ୍ଡଳ ସଭାପତି ଦିଲ୍ଲୀପ ସେନାପତିଙ୍କୁ ଅପହରଣ କରାଯାଇଥିବା…

ପିଟି ଉଷା ହେଲେ ଆଇଓଏର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିଜୟ ନେଇ…

ଅଫତାବ ଯାଉଥିବା ପୁଲିସ ଭ୍ୟାନ ଉପରେ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ: ପୋଲିସ ଗାଡି ଭିତରେ ଯାଉଥିବା ହତ୍ୟା ଅଭିଯୁକ୍ତକୁ ଆକ୍ରମଣ କରିବାକୁ ଉଦ୍ୟମ । ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାଓ୍ୱାଲା ପୁଲିସ ଭ୍ୟାନରେ ଯାଉଥିବା ବେଳେ କିଛି ଲୋକ ଖଣ୍ଡା ଧରି ଆକ୍ରମଣ କରିଥିଲେ। ପୁଲିସ ଏବେ ଗାଡ଼ି ଉପରେ ଆକ୍ରମଣ କରିଥିବା…

ଚଢ଼ାଉକୁ ବିରୋଧ, ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

ବରଗଡ଼: ଉପନିର୍ବାଚନ ଭୋଟ୍ ଗ୍ରହଣ ପୂର୍ବରୁ ପଦ୍ମପୁରରେ ଜୋର ଧରିଛି ରେଡ୍ ରାଜନୀତି । ଗୋଟିଏ ଦିନରେ ଆୟକର ବିଭାଗ ଓ ଜିଏସଟି ଚଢ଼ାଉ ପଦ୍ମପୁର ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ…