Latest Odisha News

BREAKING NEWS

ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦାମୀ ହିରୋଇନ ଲିଷ୍ଟରେ ଆଲିଆ ଭଟ୍ଟଙ୍କ ନାଁ

ମୁମ୍ବାଇ : ବଲିଉଡରେ ବେଶ୍ ଚର୍ଚ୍ଚା ହେଉଛି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଫ୍ୟାନ ମାନଙ୍କ ପ୍ରଶଂସା ସାଉଁଟୁଛନ୍ତି ଆଲିଆ । ଫିଲ୍ମ ''ଗଙ୍ଗୁବାଇ କାଠିଆୱାଡି'' ପରେ ''ଆରଆରଆର'' ବି ହିଟ୍ । ଏବେ ବିଲିଉଡର ସବୁଠାରୁ ଦାମୀ ହିରୋଇନ ବନିଯାଇଛନ୍ତି…

ସିକେ ନାୟୁଡୁ ଟ୍ରଫି: ଓଡିଶାକୁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଗୁରୁବାର ମଧ୍ୟପ୍ରଦେଶ ବିପକ୍ଷରେ ଓଡିଶା ୬୯ ରନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସ ସ୍କୋର ୩୩୧ ରନ ଜବାବରେ ଓଡିଶା ୪୦୦ ରନ ସଂଗ୍ରହ କରିଛି ।…

ଡିଜେଲ୍ ଶୂନ୍ୟ ଶ୍ରୀଲଙ୍କା, ରାସ୍ତାକୁ ଓହ୍ଲାଇଲେ ଲୋକେ

ଭୁବନେଶ୍ୱର: ଡିଜେଲ୍ ମରୁଡି ଦେଇ ଗତି କରୁଛି ଶ୍ରୀଲଙ୍କା । ଦିନ ତମାମ୍ ତେଲ ଟାଙ୍କିରେ ଆଉଟ୍ ଅ୍ରଫ୍ ଷ୍ଟକ୍ ବୋର୍ଡ ଝୁଲିଥିବାବେଳେ ପ୍ରଭାବିତ ହୋଇଛନ୍ତି ୨୨ ମିଲିଅନ୍ ଲୋକେ । ଡିଜେଲ୍ ଅଭାବ ଯୋଗୁଁ ଯାତାୟତ ଓ ମାଲ ପରିବହନ ମଧ୍ୟ ଠପ୍ ପଡିଛି । ସ୍ୱାଧୀନତା ପରଠୁ ଏହି ଦକ୍ଷିଣ ଏସୀୟ ଦେଶ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଅନୁଧ୍ୟାନ ପାଇଁ ବିଧାନସଭାରେ ୮ ଜଣିଆ ଗୃହ କମିଟି ଗଠିତ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୃହ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଟିମ ଗଠନ ହୋଇଛି । ଏହିି କମିଟିରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର…

ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ

ବାଣପୁର : ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ । ଦୌରା ଜଜଙ୍କ ନିଟକରେ ୨୮ ତାରିଖ ଦିନ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।ଏହି ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଓ ସରକାରୀ ଓକିଲ ଯୁକ୍ତି…

ଭଁସାଲୀଙ୍କ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମ ଫେମ୍ ଅଲ୍ଲୁ ଅର୍ଜୁନ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ସଂଜୟ ଲୀଲା ଭଁସାଲୀଙ୍କ ଏକ ସୋଲୋ ଫିଲ୍ମରେ ସେ ଅଭିନୟ କରିବା ଏକପ୍ରକାର ଚୂଡାନ୍ତ ହୋଇଛି । ପୂର୍ବରୁ କରନ ଜୋହର ମଧ୍ୟ ତାଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।…

ଆର୍ଯ୍ୟନ ଡ୍ରଗ୍ସ ମାମଲା: ଚାର୍ଜଶିଟ ଦାଖଲ ପାଇଁ ଏନସିବିକୁ ୨ମାସ ସମୟ ଦେଲେ କୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ମୁମ୍ବାଇର ଏକ କୋର୍ଟ ଏନସିବିର ଏସଆଇଟି ଟିମକୁ ଚାର୍ଜଶିଟ ଦାଖଲ କରିବା ପାଇଁ ୨ ମାସ ସମୟ ଦେଇଛନ୍ତି । ଏକ କ୍ରୁଜ ପାର୍ଟିରେ ଡ୍ରଗ୍ସ ମିଳିଥିବା ନେଇ ଏନସିବି ଆର୍ଯ୍ୟନଙ୍କୁ ଅକ୍ଟୋବର ୩ରେ ଗିରଫ କରିଥିଲା ।…

ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା: ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ନିର୍ଦ୍ଦେଶ

କଟକ : ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା  ।  ଏହି ମାମଲାରେ ଆସିଛି ନୂଆ ତଥ୍ୟ ।  ମାମଲାରେ ହାଇକୋର୍ଟଙ୍କ ମଧ୍ୟସ୍ଥିତା କେନ୍ଦ୍ରରେ ହାଜର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁମିତ ଓ ତମସ୍ୱିନୀଙ୍କୁ ଏପ୍ରିଲ ୯ ତାରିଖରେ ହାଜର…

ଏହି ୩ ରାଜ୍ୟରେ ଆଂଶିକ କୋହଳ ହେଲା ଆଫସା ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନାଗାଲାଣ୍ଡ, ଆସାମ ଏବଂ ମଣିପୁରରେ ସଶସ୍ତ୍ର ବଳ ସ୍ୱତନ୍ତ୍ର ଅଧିକାର ଆଇନ (ଆଫସା)କୁ ଆଂଶିକ ଭାବେ କୋହଳ କରିଛନ୍ତି । ଉତରପୂର୍ବ ରାଜ୍ୟରେ ଉଗ୍ରବାଦୀର ଅନ୍ତ ଘଟିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ।…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶାଶୁ ବୋହୁଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗୀର : ବଲାଙ୍ଗୀରରେ ଚାଞ୍ଚଲ୍ୟ। ଡବଲ ମର୍ଡ଼ର ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ତୁଷୁରା ଥାନା ନୂଆପଡ଼ାରେ ଶାଶୁ ବୋହୁଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ ମାନେ। ମୃତକ ଦୁଇଜଣ ହେଲେ ବୋହୁ ଅମ୍ବିକା ମେହେର ଓ ଶାଶୁ ପ୍ରେମଶିଳା ମେହେର। ଘରେ ଶାଶୁବୋହୁ ଏକାକି ଥିବା ବେଳେ…